ଦେଢ ମାସ ଭିତରେ ଗଲାଣି ୭ ବଲିଉଡ୍‌ ସେଲିବ୍ରିଟିଙ୍କ ଜୀବନ

୨୦୨୦ ପ୍ରାରମ୍ଭ ବଲିଉଡ୍‌ ପାଇଁ ଶୁଭଙ୍କର ହୋଇନାହିଁ। ଗୋଟିଏ ପଟେ ଦେଶ ମହାମାରୀ କରୋନାର ମୁକାବିଲା କରୁଥିବା ବେଳେ ଅନ୍ୟ ପଟେ ବଲିଉଡ୍‌ର ବଡ ବଡ କଳାକାର ମୃତ୍ୟୁ ଖବର ସମସ୍ତଙ୍କୁ ଅଘାତ ଦେଇଛି। ଗତ ଦେଢ ମାସ ଭିତରେ ୭ ପ୍ରସିଦ୍ଧ କଳାକାର ବିଦାୟ ନେଲେଣି।
କିଛି ଲୋକ ଦୁନିଆକୁ ଆସନ୍ତି, ପୁଣି ଅଭିନୟ କରି ବାହୁଡ଼ି ଯାଆନ୍ତି । ମାତ୍ର କିଛି ଏମିତି ଲୋକ ଆସନ୍ତି, ଯିଏ ମୃତ୍ୟୁ ପରେ ବି ଅନେକଙ୍କ ହୃଦୟରେ ରହିଯାଆନ୍ତି । ଠିକ ସେମିତି ପ୍ରତିଭା ଥିଲେ ଇରଫାନ ଖାନ୍‌, ଋଷି କପୁର, ମୋହିତ ବାଗେଲ, ଓ୍ବାଜିଦ୍‌ ଖାନ୍‌, ବାଶୁ ଚାଟାର୍ଜୀ, ଚିରଞ୍ଜୀବୀ ସାରଜା ଏବଂ ସୁଶାନ୍ତ ସିଂ ରାଜପୁତ।

ଇରଫାନ୍‌ ଖାନ୍‌
ବଲିଉଡ୍‌ରେ ଜଣେ ପ୍ରତିଭାସମ୍ପନ୍ନ କଳାକାର ଭାବେ ପରଚିତ ଥିବା ଇରଫାନ ଖାନ୍‌ ଗତ ଏପ୍ରିଲ୍‌ ୨୯ରେ ପରଲୋକ ଘଟିଥିଲା ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା। ଦୀର୍ଘଦିନ ହେବ ସେ କ୍ୟାନସରରେ ପୀଡିତ ଥିଲେ। ଏହି ଖବର କେବଳ ସମଗ୍ର ସିନେମା ଜଗତ ନୁହେଁ ଦେଶକୁ ଚକିତ କରିଥିଲେ।

ଋଷି କପୁର
ଅଭିଜ୍ଞ କଳାକାର ଇର୍‌ଫାନ୍‌ ଖାନଙ୍କ ପରଲୋକର ଗୋଟିଏ ଦିନ ପରେ ଅର୍ଥାତ ଏପ୍ରିଲ ୩୦ରେ ଆଖି ବୁଜିଥିଲେ ଭେଟେରାନ ଅଭିନେତା ଋଷି କପୁର। ସେ କ୍ୟାନସରରେ ପୀଡିତ ଥିଲେ। ତାଙ୍କ ପରଲୋକ ସିନେ ଇଣ୍ଡଷ୍ଟ୍ରୀ ପାଇଁ ଆଉ ଏକ ଅପୁରଣୀୟ କ୍ଷତି ଥିଲା।

ମୋହିତ ବାଗେଲ
ହାସ୍ୟ ଅଭିନେତା ମୋହିତ ବାଗେଲ କ୍ୟାନସରରେ ମେ ୨୪ରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା।

ଓ୍ବାଜିଦ୍‌ ଖାନ୍‌
ବରିଷ୍ଠ ଅଭିନେତା ଇରଫାନ ଖାନ, ଋଷି କପୁର ପରେ ଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ମୃତ୍ୟୁ ଜୁନ୍‌ ୧ରେ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ସେ କୀଡନୀ ରୋଗରେ ପୀଡିତ ଥିଲେ।

ବାଶୁ ଚାଟାର୍ଜୀ
ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ବାଶୁ ଚାଟାର୍ଜୀଙ୍କ ଜୁନ୍‌ ୪ରେ ପରଲୋକ ଘଟିଥିଲା।

ଚିରଞ୍ଜୀବୀ ସାରଜା
କନ୍ନଡ ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ପରଲୋକ ଜୁନ୍‌ ୭ରେ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ବୟସ ହୋଇଥିଲା। ହୃଦ୍‌ରୋଗରେ ତାଙ୍କ ମୃତ୍ୟୁ ଘଟିଥିଲା।

ସୁଶାନ୍ତ ସିଂ ରାଜପୁତ
ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୁନ୍‌ ୧୪ରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ଟେଲି ସିରିଏଲ୍‌ରୁ ବଲିଉଡ୍‌କୁ ଆସି ବେଶ ସଫଳ ହୋଇଥିବା ସୁଶାନ୍ତଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ, ସୁନିତା ଆହୁଜା କରିବାକୁ ଯାଉଛନ୍ତି ଏମିତି କାମ ଯାହାକୁ ନେଇ ଉଠିପାରେ ବିରାଟ ଝଡ଼! କହିଲେ ଗଣେଶ ପୂଜା ସୁଦ୍ଧା…

ମୁମ୍ବାଇ,୧୩।୯: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ ସମ୍ପ୍ରତି ସୋସିଆଲ ମିଡିଆ ଏବଂ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାର ବିଷୟ…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?