ଦୁର୍ଦ୍ଦିନରେ ୩୭ ଆବାସ ମିତ୍ର

ଖଇରା, ୨୮।୧(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ୨୦୧୭ ମସିହାରେ ଗ୍ରାମୀଣ ଗୃହ ଯୋଜନାର ସଫଳ ରୂପାୟନ ତଥା ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ନିଯୁକ୍ତି ପାଇଥିବା ଜିଓ ଟ୍ୟାଗ କର୍ମଚାରୀ ବା ଆବାସ ମିତ୍ରମାନେ ୨ବର୍ଷ ହେଲା ପାରିଶ୍ରମିକ ପାଇନାହାନ୍ତି। ବିଭିନ୍ନ ପଞ୍ଚାୟତର ନିର୍ବାହୀ ଅଧିକାରୀମାନେ ଜିଓ ଟ୍ୟାଗ କର୍ମଚାରୀଙ୍କ କାର୍ଯ୍ୟକୁ ନିଜେ ହାତେଇବା ସହ ମିଳୁଥିବା ପାଉଣାକୁ ହାତେଇ ନେଉଥିବା ଏହି ଆବାସ ମିତ୍ରମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ସେମାନଙ୍କୁ ସେମାନଙ୍କର କାର୍ଯ୍ୟ କରିବାକୁ ସୁଯୋଗ ଏବଂ ପୁରୁଣା ପାଉଣା ଦିଆ ନ ଗଲେ ସମସ୍ତ ଜିଓ ଟ୍ୟାଗ କର୍ମଚାରୀ ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଭକ୍ତହରି ସାହୁ, ଦେବାଶିଷ ମହାନ୍ତି, କିଶୋର ବେହେରା, ତପୋଧନ ବାରିକ, ଅମରେଶ କୁମାର ବିଶ୍ୱାଳ, ଅଭିଜିତ ପଣ୍ଡା, ସୂର୍ଯ୍ୟପ୍ରତାପ ଦାସ ଓ ରଞ୍ଜିତା ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।
ସରକାର ଗ୍ରାମୀଣ ଗୃହ ଯୋଜନାରେ ଗରିବଙ୍କୁ ମିଳୁଥିବା ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର ନିର୍ଦ୍ଧାରିତ ସମୟରେ ଶେଷ ନ ହେବା ଉପଲବ୍ଧି କରିବା ପରେ ତ୍ୱରାନ୍ବିତ ପାଇଁ ୨୦୧୭ରେ ଶିକ୍ଷିତ ବେକାର ଯୁବତୀ ଯୁବକଙ୍କୁ ଆବାସ ମିତ୍ର କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କର କାର୍ଯ୍ୟ, ପାଉଣା ତଥା ସବିଶେଷ ବିବରଣୀ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ପତ୍ର ସଂଖ୍ୟା୨୪୭୧୯ ତା୧୫ା୧୨ା୧୭ ଏବଂ ପତ୍ର ସଂଖ୍ୟା୨୩୮୪୫/ପିଆର ତା୧୩ା୧୨ା୧୭ ଏବଂ ପତ୍ର ସଂଖ୍ୟା ୪୩୬ ତା୬ା୦୧ା୧୮ରିଖରେ ଉଲ୍ଲେଖ କରାଯାଇଥିଲା। ମୁଖ୍ୟତଃ କର୍ମଚାରୀମାନେ ଗୋଟିଏ ଘର ଆରମ୍ଭ ହେବା ପରଠାରୁ ୩ ପର୍ଯ୍ୟାୟରେ ଫଟୋ ଉଠାଇ ଆରଏଚ ଆପ୍ସରେ ଲୋଡ କରିବେ। ଏଥିପାଇଁ ପ୍ରତ୍ୟେକ ଥର ଫଟୋ ଉଠା ବାବଦକୁ ୫୦ଟଙ୍କା କଣ୍ଟିଜେନ୍ସିରୁ ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଥିଲା। ୨୦୧୭ରୁ ୧୮ପର୍ଯ୍ୟନ୍ତ କାର୍ଯ୍ୟ ସଫଳତାର ସହ ଚାଲିଥିଲା। ଏହା ମଧ୍ୟରେ ବିଡିଓ ଥିବା ଶିବାନନ୍ଦ ସ୍ବାଇଁଙ୍କର ଅନ୍ୟତ୍ର ବଦଳି ହୋଇଯାଇଥିଲା। ନୂତନ ବିଡିଓ ଯୋଗଦେବା ପରେ ଆବାସ ମିତ୍ରଙ୍କ ପାଉଣା ବନ୍ଦ କରାଯାଇଛି। ଫଳରେ ଏହି କର୍ମଚାରୀମାନେ ବ୍ଲକରୁ ଗ୍ରାମୀଣ ଗୃହର ତାଲିକା ଚାହୁଥିଲେ ମଧ୍ୟ ସେମାନଙ୍କୁ ସେବେଠାରୁ ଆଜି ପର୍ଯ୍ୟନ୍ତ ଏହା ମିଳୁନାହିଁ। ବ୍ଲକ ପ୍ରଶାସନ ସେମାନଙ୍କୁ ଅସହଯୋଗ କରୁଥିବା ନେଇ ଅଚ୍ୟୁତପୁର ପଞ୍ଚାୟତର ଆବାସ ମିତ୍ର ଭକ୍ତହରି ସାହୁ କହିଛନ୍ତି। ଏ ବିଷୟରେ ସମସ୍ତ ୩୭ ପଞ୍ଚାୟତର କର୍ମଚାରୀ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲିଖିତ ଭାବେ ଜଣାଇ ସାରିଥିଲେ ମଧ୍ୟ କୌଣସି ସମାଧାନ କରାଯାଇନାହିଁ। ମାତ୍ର ଗୋଟିଏ ଘର ପାଇଁ ଅତିବେଶିରେ ୧୫୦ଟଙ୍କା ନେଇ ଗୁଜୁରାଣ ମେଣ୍ଟାଉଥିବା କେତେକ ବେକାର ଯୁବତୀଯୁବକଙ୍କ ପାଉଣା ବନ୍ଦ ସାଙ୍ଗକୁ କାର୍ଯ୍ୟରୁ ଦୂରେଇ ରଖାଯିବା କେତେଦୂର ଯୁକ୍ତିସଙ୍ଗତ ବୋଲି ମାଖନପୁର ପଞ୍ଚାୟତର ଆବାସ ମିତ୍ର କିଶୋର ବେହେରା ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ପାଉଣା ବନ୍ଦ ରଖିଥିବା ଏବଂ ୧ମାସ ପୂର୍ବରୁ ଖଇରା ବ୍ଲକରୁ ଅନ୍ୟତ୍ର ବଦଳି ହୋଇଥିବା ତତ୍କାଳୀନ ବିଡିଓ ମହେଶ ଚୌଧୁରୀଙ୍କୁ ଯୋଗାଯୋଗ କରିବାରେ କଣ୍ଟିଜେନ୍ସିରେ ଅର୍ଥ ନ ଥିବାରୁ ସେମାନଙ୍କୁ ଏହି ପାଉଣା ଦିଆଯାଇ ନ ଥିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri