ଦୁର୍ଘଟଣାଗ୍ରସ୍ତଙ୍କୁ କଟକ ନେବାକୁ ମିଳିଲାନି ୧୦୮ ଆମ୍ବୁଲାନ୍ସ: ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଅନୁଗୋଳ ଅଫିସ, ୨୯।୮:  ଅନୁଗୋଳ ଥାନା କୁମଣ୍ଡ ଭଣ୍ଡୁବର ଠାରେ ବୁଧବାର ଏକ ଦୁର୍ଘଟଣାରେ ଗୁରୁତର ହୋଇଥିବା ୨ ଯୁବକଙ୍କୁ କଟକ ପଠାଯିବା ପାଇଁ ୧୦୮ ଆମ୍ବୁଲାନ୍ସ ନ ମିଳିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ହୋହଲ୍ଲା କରିବାରୁ କିଛି ସମୟ ପାଇଁ ମେଡିକାଲରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଥିଲା। ପରେ ପୋଲିସ ପହଞ୍ଚି ବୁଝାଶୁଝା କରିବା ସହ ଘରୋଇ ଆମ୍ବୁଲାନ୍ସରେ ଗୁରୁତରଙ୍କୁ କଟକ ପଠାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଘଟଣାରୁ ପ୍ରକାଶ ଯେ, କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଥିବା ସମ୍ବଲପୁର ଅଞ୍ଚଳର ଦେବରାଜ ଭୋଇ (୨୬) ଓ କାନପୁର ଅଞ୍ଚଳର ମନୋଜ କୁମାର ସୋନି (୨୮) ଅପରାହ୍ନରେ ଭଡ଼ା ଘରକୁ ଫେରୁଥିଲେ। ଏହି ସମୟରେ କୁମଣ୍ଡ ଅଞ୍ଚଳର ତ୍ରିଲୋଚନ ନାଏକ(୨୦) ଓ କରନ ନାଏକ(୧୮) ପଛପଟୁ ଆଉ ଏକ ବାଇକ୍‌ରେ ଆସି ଶିକ୍ଷକଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣା ପରେ ଭଣ୍ଡୁବରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ୪ ଆହତଙ୍କୁ ଅନୁଗୋଳ ମେଡିକାଲକୁ ଆଣିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ତ୍ରିଲୋଚନ ଓ କରନଙ୍କୁ ଡାକ୍ତର କଟକ ରେଫର କରିଥିଲେ। କିନ୍ତୁ ସେତେବେଳେ ମେଡିକାଲରେ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନ ଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଭଣ୍ଡୁବରରୁ ଆସିଥିବା ଲୋକମାନେ ପାଟିତୁଣ୍ଡ କରିବାରୁ ବହିର୍ବିଭାଗ ସୁରକ୍ଷାକର୍ମୀ ବାଧ୍ୟ ହୋଇ ଭିତରୁ କବାଟ କିଳି ଦେଇଥିଲେ। ଫଳରେ ଦୂର ଦୂରାନ୍ତରୁ ଆସିଥିବା ଅନ୍ୟ ରୋଗୀମାନେ କିଛି ସମୟ ପାଇଁ ଚିକିତ୍ସା ସେବା ପାଇପାରି ନ ଥିଲେ। ପାଟିତୁଣ୍ଡ ବେଳେ କାର୍ଯ୍ୟରତ ଦୁଇ ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଇଥିଲେ ବି ମେଡିକାଲରେ ଥିବା ମ୍ୟାନେଜର କିମ୍ବା ଅନ୍ୟ କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସି ନ ଥିବା ଅଭିଯୋଗ ହେଉଛି। ତେବେ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଦୁଇ ଗୁରୁତରଙ୍କୁ ଘରୋଇ ଆମ୍ବୁଲାନ୍ସରେ କଟକ ପଠାଇଥିବା ଜଣାପଡ଼ିଛି। ଅନ୍ୟ ଦୁଇ ଆହତ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ମେଡିକାଲରେ ଏପରି ଅବ୍ୟବସ୍ଥାକୁ ନେଇ ଭଣ୍ଡୁବରରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୋଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି। ସେହିପରି ଦୁର୍ଘଟଣାକୁ ନେଇ ଅନୁଗୋଳ ଥାନାରେ ଦୁଇଟି ମାମଲା ମଧ୍ୟ ରୁଜୁ କରାଯାଇଛି।
ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ବେହେରା କହିଛନ୍ତି, ଲୋକମାନେ ତୁରନ୍ତ ସରକାରୀ ଆମ୍ବୁଲାନ୍ସ ସେବା ଖୋଜୁଥିବାରୁ ତାହା ଯୋଗାଇବା ଅନେକ ସମୟରେ ସମ୍ଭବ ହୋଇପାରୁନି। ଯେତିକି ୧୦୮ ଆମ୍ବୁଲାନ୍ସ ରହିଛି, ସେତିକିରେ ସମସ୍ତ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି। ଦୁଇ ଗୁରୁତରଙ୍କୁ କଟକ ରେଫର ବେଳେ ୧୦୮ ଆମ୍ବୁଲାନ୍ସ ନ ଥିଲା। ରୋଗୀଙ୍କୁ ଆଣିବାକୁ ଗାଡ଼ିଗୁଡ଼ିକ ଅନ୍ୟତ୍ର ଯାଇଥିଲା। ତେବେ ଘରୋଇ ଆମ୍ବୁଲାନ୍ସରେ ଉଭୟଙ୍କୁ କଟକ ପଠା ଯାଇଥିବା ବେହେରା ପ୍ରକାଶ କରିଛନ୍ତି। ଉତ୍ତେଜନା ବେଳେ ମ୍ୟାନେଜର ଲୋକଙ୍କ ନିକଟରେ ପହଞ୍ଚି ନ ଥିବା ଘଟଣାର ଅନୁଧ୍ୟାନ କରାଯିବ। ସେଭଳି କିଛି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri