ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ମୋକିମଙ୍କୁ ନା: ଡିସିପିଙ୍କ ବଦଳି ଦାବି କଲା ନଗର କଂଗ୍ରେସ

କଟକ ଅଫିସ,୧୫।୯: କମିଶନରେଟ୍‌ ପୋଲିସ ପକ୍ଷରୁ ଅନୁଷ୍ଠିତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ଡିସିପି ଅଖିଳେଶ୍ୱର ସିଂ ନ ଡାକିବାକୁ ନେଇ କଟକ ସହରରେ ଅସନ୍ତୋଷ ତେଜିବାରେ ଲାଗିଛି। ଐତିହାସିକ କଟକ ସହର ଭାଇଚାରା ଓ ପରମ୍ପରାକୁ ବହନ କରୁଥିବାବେଳେ ପୋଲିସ ପ୍ରଶାସନର ଏଭଳି କାର୍ଯ୍ୟକୁ ନଗର କଂଗ୍ରେସ ବିରୋଧ କରିଛି। ଏ ନେଇ ନଗର କଂଗ୍ରେସ ପକ୍ଷରୁ ସିଡିଏ, ବିଡାନାସୀ, ସେଲ୍‌ଟର ଛକ, ଚାନ୍ଦିନୀଚୌକ, ପୁରୀଘାଟ, ବାଦାମବାଡି, ପ୍ରେସ୍‌ ଛକ, ଓଏମ୍‌ପି, ଜଗତ୍‌ପୁର, ରାଣୀହାଟ, ବକ୍ସିବଜାର ଓ ଚୌଧୁରୀ ବଜାର ଆଦି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ସହ ଡିସିପିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପ୍ରତିବର୍ଷ କଟକରେ ଦୁର୍ଗାପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ କରିବା ପାଇଁ ଜିଲା ଓ ପୋଲିସ ପ୍ରଶାସନ, ଶାନ୍ତି କମିଟି, ପୂଜା କମିଟିଗୁଡିକ ପକ୍ଷରୁ ପ୍ରସ୍ତୁତି ବୈଠକ ସହ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ କମିଶନରେଟ୍‌ ପୋଲିସ ପକ୍ଷରୁ ଗୁରୁବାର ସ୍ଥାନୀୟ ଶହୀଦ ଭବନଠାରେ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବାରବାଟୀ-କଟକ ଓ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ସମସ୍ତ ରାଜନୈତିକ ଦଳର ନେତା ଏବଂ ସମସ୍ତ ପୂଜା କମିଟିର କର୍ମକର୍ତ୍ତାଙ୍କୁ ଆମନ୍ତ୍ରଣ କରାଯାଇଥିଲା। ତେବେ ଏହି ବୈଠକକୁ ବିଧାୟକ ମୋକିମଙ୍କୁ ଆମନ୍ତ୍ରଣ ନ କରାଯିବା ନେଇ ବିବାଦ ଦେଖାଦେଇଛି। ଦୀର୍ଘବର୍ଷରୁ ରହିଆସିଥିବା ପରମ୍ପରାକୁ ଡିସିପି ସିଂ ଭାଙ୍ଗିଛନ୍ତି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଡିସିପି ସିଂଙ୍କ ଏଭଳି କାର୍ଯ୍ୟକୁ ବିରାଧ କରି ନଗର କଂଗ୍ରେସ ପକ୍ଷରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ତୁରନ୍ତ ବଦଳି ପାଇଁ ଦାବି କରାଯାଇଛି । ଏ ନେଇ ଡିସିପି ସିଂ କହିଛନ୍ତି, ମୋକିମଙ୍କ ସହ ମୋର ବ୍ୟକ୍ତିଗତ ତିକ୍ତତା ନାହିଁ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଦଶହରା ପ୍ରସ୍ତୁତି ବୈଠକ ଡକାଯାଇଥିଲା। ପୂର୍ବରୁ ମୋକିମ ଥାନାରେ ପଶି ଭଙ୍ଗାରୁଜା କରିବା ସହ ଆଇନକୁ ହାତକୁ ନେଇଥିବାରୁ ତାଙ୍କୁ ଏହି ବୈଠକକୁ ଡକାଯାଇ ନ ଥିଲା। ଅନ୍ୟପକ୍ଷରେ ବିଧାୟକ ମୋକିମ କହିଛନ୍ତି, ଯେ ପର୍ଯ୍ୟନ୍ତ ହାଇକୋର୍ଟ ମୋତେ ଦୋଷୀ ବୋଲି କହିନାହାନ୍ତି, ସେ ପର୍ଯ୍ୟନ୍ତ ମୁଁ ଦୋଷୀ କି ନିର୍ଦ୍ଦୋଷ ତାହା ଡିସିପି ମତ ଦେଇ ପାରିବେ ନାହିଁ। ଏହାଛଡ଼ା ଯଦି ଆଇନ ଶୃଙ୍ଖଳା କଥା ଉଠୁଛି, ତେବେ ସେଦିନ ମଞ୍ଚରେ ବସିଥିବା ସରକାରୀ ଦଳର ନେତାମାନଙ୍କ ପ୍ରତି ବି ଡିସିପିଙ୍କ ନଜର ପଡୁ । ସେଠାରେ ଅନେକ ରାଜନେତା ଉପସ୍ଥିତ ଥିଲେ, ଯେଉଁମାନଙ୍କ ନାମରେ ଅନେକ ଆପରାଧିକ ମାମଲା ରହିଛି। ଏହାଛଡ଼ା ରାଜନୀତି ଜୀବନରେ ଏପରି କିଛି ଘଟଣା ଦେଇ ଆସିବା କୌଣସି ନୂଆ କଥା ନୁହେଁ।
ସୂଚନାଯୋଗ୍ୟ, ପୂର୍ବରୁ ପୋଲିସର ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ମଧ୍ୟ ବିଧାୟକ ମୋକିମଙ୍କୁ ଡକାଯାଇ ନ ଥିଲା। ଏ ନେଇ ବିଧାୟକ ମୋକିମ ପ୍ରତିବାଦ ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri