ଦୁର୍ଗମ ଇଲାକାରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ: ଦ୍ୱାର ମୁହଁରେ ଚିକିତ୍ସା ବ୍ୟବସ୍ଥା

ନୂଆପଡା ଅଫିସ,୧୭ା୫: ନୂଆପଡ଼ା ଜିଲାର ସବୁଠାରୁ ଦୁର୍ଗମ ସୁନାବେଡା ଅଭୟାରଣ୍ୟରେ ସ୍ବାସ୍ଥ୍ୟ ସେବା ଦୁର୍ଲଭ । ଲୋକେ ଆଜି ବି ସ୍ବାସ୍ଥ୍ୟ ଭଳି ମୌଳିକ ସେବାରୁ ବଞ୍ଚତ୍ତ ରହୁଛନ୍ତି । ସରକାରୀ ଚିକିତ୍ସା ବ୍ୟବସ୍ଥାରୁ ଆସ୍ଥା ହରାଇ ଜଡିବୁଟି ଭଳି ଘରୋଇ ଚିକିତ୍ସାକୁ ଆପଣାଉଛନ୍ତି । ହେଲେ ଏସବୁକୁ ଦୃଷ୍ଟିରେ ରଖି ଜିଲାପାଳ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଏଣି କି ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ଅଭୟାରଣ୍ୟ ଭିତରକୁ ଯାଇ ଲୋକଙ୍କ ଦ୍ୱାର ମୁହଁରେ ସେବା ଦେବା ଆରମ୍ଭ କରିଛନ୍ତି । ସମ୍ପୂର୍ଣ୍ଣା ଭଳି ଯୋଜନାରେ ଗାଁଗୁଡିକୁ ସାମିଲ କରାଯାଇ ସଫଳ ଚିକିତ୍ସାକୁ ସୁନିଶ୍ଚିତ କରାଯାଉଛି । ଏହି କ୍ରମରେ ଏକ ସ୍ବାସ୍ଥ୍ୟ ବିଭାଗର ଟିମ ସୁନାବେଡା ଅଭୟାରଣ୍ୟସ୍ଥିତ ୪ଟି ଗାଁ ପରିଦର୍ଶନ କରି ସେବା ପ୍ରଦାନ କରି ଫେରିଛନ୍ତି । ନୂଆପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଇନଚାର୍ଜ ବୀରେନ୍ଦ୍ର କୁମାର ବାଗଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସେଖ ୱାସିମ ରାଜା ଏବଂ ପବ୍ଲିକ ହେଲଥ ଅଫିସର ଚାନ୍ଦିନୀ କିଷାନଙ୍କ ନେତୃତ୍ୱରେ ଏକ ଟିମ ଅଭୟାରଣ୍ୟସ୍ଥିତ ସୋସେଙ୍ଗ ଗ୍ରାମପଞ୍ଚାୟତକୁ ଯାଇଥିଲେ । ସେଠିକାର ପ୍ରଥମେ ଭାଓସିଲ, ଝର୍ଲାମ, ଶିବନାରାୟଣପୁର, ରାଜକେନ୍ଦୁପଡାରେ ପହଞ୍ଚତ୍ଥିଲେ । ଗୋଟିଏପଟେ ଗ୍ରୀଷ୍ମର ଟାଣ ଖରା ଏବଂ ଅନ୍ୟପଟେ ମାଓବାଦୀଙ୍କ ଗଡକୁ ଭେଦ କରି ହସ୍ପିଟାଲ ଟିମ ଚିକିତ୍ସା ସେବା ଆରମ୍ଭ କରିଥିଲେ। ସକାଳୁ ସନ୍ଧ୍ୟା ଯାଏଁ ଘରକୁ ଘର ବୁଲିଥିଲେ। ସୂଚନାଯୋଗ୍ୟ ଯେ, ସରକାର ଶିଶୁ ଓ ମାତୃ ମୃତ୍ୟୁହାର କମାଇବାକୁ ବର୍ତ୍ତମାନ ସମ୍ପୂର୍ଣ୍ଣା (ଶିଶୁ ଏବଂ ମାତୃ ମୃତ୍ୟୁହାର ପୂର୍ଣ୍ଣ ନିରାକରଣ ଅଭିଯାନ) କାର୍ଯ୍ୟକାରୀ କରିଛନ୍ତି । ଏଥିରେ ବିଶେଷ କରି ଦୁର୍ଗମ ଇଲାକାରେ ଯେଉଁଠି ୧୦୮ କିମ୍ବା ୧୦୨ଆମ୍ବୁଲାନ୍ସ ଯିବା କଷ୍ଟକର ହୋଇଥାଏ । ସେଠାରେ ଏହି ଯୋଜନାକୁ ପ୍ରାଧାନ୍ୟ ଦିଆଯାଇଛି। ତେବେ ଏହି ସ୍ବାସ୍ଥ୍ୟ ଟିମ ସମ୍ପୂର୍ଣ୍ଣା ଯୋଜନାକୁ ନିଶ୍ଚିତ କରିବା ସହ ଘରେ ସବୁ ପ୍ରକାର ସ୍ବାସ୍ଥ୍ୟ ସେବା ପ୍ରଦାନ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ହେଲ୍‌ଥ ଟିମ ମଧ୍ୟ ଗସ୍ତ କରିଥିଲା । ଏଥିରେ ଡାକ୍ତର, ନର୍ସଙ୍କ ସହ ଏକ ପୁରା ଟିମ ଔଷଧ ଧରି ଯାଇଥିଲେ। ପ୍ରତିଦ୍ୱାରକୁ ଯାଇ ପରିବାରର ସମସ୍ତ ସଦସ୍ୟଙ୍କୁ ଯାଞ୍ଚ କରି ଆବଶ୍ୟକ ଔଷଧ ପ୍ରଦାନ କରିଥିଲେ। ଏହି ଗାଁଗୁଡିକରେ ୧୨/୧୩ଜଣ ନବଜାତ ଶିଶୁ ଏବଂ ୨୫ଜଣ ଗର୍ଭବତୀ ଏବଂ ପ୍ରସୂତି ମା’ଙ୍କୁ ଚିହ୍ନଟ କରି ଚିକିତ୍ସା କରାଯାଇଥିଲା । ଏହି ଡାକ୍ତର ଟିମକୁ ଦେଖି ଗ୍ରାମବାସୀ ଖୁସି ପ୍ରକଟ କରିଥିଲେ। ଦିନଥିଲା ଏଠାରେ ସାଧାରଣ ଝାଡାବାନ୍ତି ଭଳି ରୋଗରେ ଲୋକେ ମୃତ୍ୟୁବରଣ କରୁଥିଲେ। ଏମାନଙ୍କୁ ଚିକିତ୍ସା ସେବା ଉପଲବ୍ଧ ହେବା ସ୍ବପ୍ନ ଥିଲା । ତେବେ ଏଭଳି ସେବାକୁ ନିୟମିତ କରିବାକୁ ଗ୍ରାମବାସୀ ଦାବି କରିଥିଲେ। ଟିମରେ ଅନ୍ୟମାନଙ୍କ ମଧ୍ୟରେ ଏଲଏଚବି ପୁଷ୍ପଲତା ନାଥ, କିର୍ତ୍ତିକା ଚନ୍ଦ୍ରିକା ପ୍ରମୁଖ ସାମିଲ ଥିଲେ। ଏହିଭଳି ପ୍ରତି ମାସର ତୃତୀୟ ଗୁରୁବାର ଅଭୟାରଣ୍ୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଥିବା ଟିମ ମୁଖ୍ୟ ସେଖ ୱାସିମ ସୂଚନା ଦେଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri