ଦୁରଦିନ୍‌ରେ ବିତୁଛେ ମା’ପୁଓର ଜୀବନ୍‌

ଲୋଇସିଂହା, ୪।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଟେନପାଲି ପଁଚେତ୍‌ ଅଧୀନ ଦୁମଦୁମି ଗଁାର ବିଧବା ମହିଲା ଉଷା ଡାଙ୍ଗ(୭୫)। ଗୁଟେବଲି ପୁଓ ଶ୍ରୀରାମ(୫୦) ଆଏଜ୍‌କେ ୩୦ ବଛର ହେଲା ମାନ୍‌ସିକ ରୋଗ୍‌ରେ ପୀଡ଼ିତ ଅଛନ୍‌। ଟଁକା ପଏସା ଅଭାବୁ ତାକର ଚିକିଛା ନାଇଁ ହେଇପାରବାର। ଇଆଡ଼େ ଆପ୍‌ନେ ଆରପାରକେ ଚାଲିଯିବାର ୫ ବଛର ବିତିଯାଇଥିଲେ ବି ଉଷା ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଅଭାବିଆ ପରିସ୍ଥିତିରେ ମା’ପୁଓ ବଡ଼ାଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଥିଲେ ବି ଆଏଜ୍‌ତକ ପରଶାସନର ନଜର ନାଇଁପଡ଼ି ବଲି ଗଁାବାସୀ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଦୁମଦୁମି ଗଁାର ସ୍ବର୍ଗତ କାଳିଆ ଡାଙ୍ଗ। ମାଏକିନା ଉଷା ଆର ପୁଓ ଶ୍ରୀରାମକେ ନେଇ ତାକର ସୁଖର ସଁସାର ଥିଲା। ତାକର ଜମିବାଡ଼ି ବି ୩ ଏକର ଥିଲା। କାଳିଆ ଚାଷ୍‌ବାସ କରି ୩ ପରାନୀ କୁଟୁମ ପୁଷୁଥିଲେ। ହେଲେ ପୁଓ ବଡ଼ ହେଲା ଉତାରୁ କେହେନ୍‌ସି କାରନ୍‌ରୁ ତାକର ମାନ୍‌ସିକ ଥିତି ବିଗିଡ଼ି ଗଲା। ପୁଓକେ ନୁକୋ କରବାର ଲାଗି ଡାଙ୍ଗ ଦମ୍ପତି ଜମିବାଡ଼ି ବିକି ଚିକିଛା କରେଇ ନିରାଶ ହେଲେ। ଇଆଡ଼େ କାଳିଆ ନିଜେ ହାର୍ଣ୍ଣିଆ ରୋଗ୍‌ରେ ପୀଡ଼ିତ ହେଇ ଚିକିଛା କରଉଥିଲେ। ବାପ୍‌ ପୁଓର ଚିକିଛା ଲାଗି ଉଷା ୩ ଏକର ଜମି ବିକି ଦେଲେ। ହେଲେ ଶେଷେ କାଳିଆ ଆଏଁଖ୍‌ ମୁଜିଦେଲେ। ଆପ୍‌ନେ ଆରପାରକେ ଚାଲିଗଲା ଉତାରୁ ଉଷା ଭାଂଗି ପଡ଼ିଛନ୍‌। ବଏସ୍‌ ଅଧ୍‌କା ହେବାର ଲାଗି ସେ ଅପାରୁ ହେଲେନ। ଆଘର ଲେଖେଁ କାମ୍‌ବୁତା କରି ନାଇଁପାରବାର। ଇଆଡ଼େ ଅଭାବ ଅନାଟନ ଲାଗି ପୁଓ ଶ୍ରୀରାମର ଚିକିଛା ବି କରେଇ ନାଇଁପାରବାର। ପଁଚେତ୍‌ରୁ ମିଲୁଥିବାର ୧୦ କେ.ଜି. ପିଡ଼ିଏସ୍‌ ଚାଉଲରେ ମା’ପୁଓ ବଡ଼ାଗୁଲ୍‌ଗୁଲାରେ ଚଲୁଛନ୍‌। ପଁଚେତ୍‌ ତରଫୁ ବିଧବା ଉଷାକୁଁ ଗୁଟେ ପ୍ରଧାନମନ୍ତ୍ରୀ ଆବାସ ଘର ମିଲିଛେ। ହେଲେ ଟଁକା ପଏସା ଅଭାବୁ ସେ ଘରଟା ତିଆରି କରି ନାଇଁପାରବାର। ଏନ୍‌ତାଥି ମା’ପୁଓ ଭଂଗା ଦଦ୍‌ରା ପୁରନା ମାଏଟ୍‌ ଘରେ ବଡ଼ା ଗୁଲ୍‌ଗୁଲା ହେଇ ରହୁଛନ୍‌। ବୁରୁଧ୍‌ ବିଧବା ଉଷାକୁଁ ଭତା ଆର ଶ୍ରୀରାମକଁୁ ସରକାରୀ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାର ନୃପରାଜ ନାଏକ, ବଳରାମ କଲତା, ଉମେଶ ଗେଜୋ, ରମାକାନ୍ତ ଧରୁଆ, କ୍ଷୀରୋଦ୍ର ଧରୁଆ ପରମୁଖ ଗଁାବାସୀ ଦାବି କରିଛନ୍‌। ଇ ଦିଗେ ଜିଲାପାଳ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ସେମାନେ ଅନୁରୋଧ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri