Posted inଫୁରସତ

ଦୁନିଆର ସବୁଠୁ କମ୍‌ ଓଜନର ଶିଶୁ: ଜନ୍ମ ବେଳେ ଓଜନ ୨୪୫ ଗ୍ରାମ୍‌, ସେଓର ଓଜନ ସହ ତୁଳନା କଲେ ଡାକ୍ତର

ଗର୍ଭାବସ୍ଥାରେ ବିଭିନ୍ନ ସମସ୍ୟା କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଶୁଟିଏର ଜନ୍ମ କିଛି ନୂଆ କଥା ନୁହେଁ। ମାତ୍ର ଅନେକ ସମୟରେ ଓଜନ କମ୍‌ ଥିବା ଶିଶୁ ଜନ୍ମଲାଭ କରିବା ସହ ଜୀବିତ ମଧ୍ୟ ରହିଥାନ୍ତି। ଗତ ବର୍ଷ ଅକ୍ଟୋବରରେ ଜାପାନରେ ସବୁଠୁ ଏକ ଛୋଟ ଶିଶୁ ଜନ୍ମ ହୋଇଥିଲା। ଯାହାର ଓଜନ ୨୮୫ ଗ୍ରାମ୍‌ ଥିଲା। ଏବେ ଏହି ଶିଶୁଟି ସୁସ୍ଥ ଥିବା ବେଳେ ଓଜନ ୩ କେଜିରେ ପହଞ୍ଚିଥିବା ଜଣାପଡ଼ିଛି। ସେତେବେଳେ ଏହାକୁ ସବୁଠାରୁ କମ୍‌ ଓଜନର ଶିଶୁ ବୋଲି କୁହାଯାଉଥିଲା। ମାତ୍ର ଏବେ
କାଲିଫର୍ନିଆରେ ଆହୁରି କମ୍‌ ଓଜନର ଥିବା ଶିଶୁ ଜନ୍ମଗ୍ରହଣ କରିଥିବା କୁହାଯାଉଛି। ଏଠାକାର ଏକ ହସ୍ପିଟାଲରେ ଡିସେମ୍ବର ୨୦୧୮ରେ ଶିଶୁଟି ଜନ୍ମ ହୋଇଛି। ଜନ୍ମ ସମୟରେ ଶିଶୁର ଓଜନ ଏକ ସେଓର ଓଜନ ଯଥା୨୪୫ ଗ୍ରାମ୍‌ ହୋଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ତା’ର ନାମ ସାବି ରଖିଥିଲେ। ଗର୍ଭଧାରଣର ୨୩ ସପ୍ତାହ ପରେ ସାବି ଜନ୍ମ ହୋଇଥିବାରୁ ଓଜନ କମ୍‌ ରହିଥିଲା। ଓଜନ ବହୁତ କମ୍‌ ହୋଇଥିବାରୁ ଶିଶୁକୁ ଜନ୍ମ ପରେ ୫ ମାସ ପାଇଁ ନିଓନାଲ ଇଣ୍ଟେନସିଭ କେୟାର ୟୁନିଟ୍‌ରେ ରଖାଯାଇଥିଲା। ପରେ ତାଙ୍କୁ ହସ୍ପିଟାଲରୁ ଛଡ଼ା ଯାଇଥିଲା। ତେବେ ବର୍ତ୍ତମାନ ସାବିର ଓଜନ ୨କେଜି ୫୦୦ ଗ୍ରାମ୍‌। ଡାକ୍ତରଙ୍କ କହିବା ଅନୁଯାୟୀ ଏପରି କମ୍‌ ଓଜନର ଶିଶୁ ଜନ୍ମ ଆଜି ପର୍ଯ୍ୟନ୍ତ ଜନ୍ମ ହେବାର ନଜିର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଭଗବାନ ଆମ ସହ…’, ବିଧାନସଭାରେ ଏମିତି କାହିଁକି କହିଲେ ତାମିଲନାଡୁ CM ବିଜୟ, ହେଲାଣି ଚର୍ଚ୍ଚା

ଚେନ୍ନାଇ,୮।୯: ତାମିଲନାଡୁର ସରକାରୀ ମଦ ବିକ୍ରି କମ୍ପାନୀ ‘ଟାସ୍ମାକ’ (TASMAC)ରେ କଥିତ ଦୁର୍ନୀତିକୁ ନେଇ ପୂର୍ବତନ DMK ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ।…

୩ ରାଶି ଉପରେ ଶନିଙ୍କ ସାଢେସାତୀର ଛାୟା, ଜାଣନ୍ତୁ କେବେ ଶେଷ ହେବ ଦୁର୍ଦ୍ଦଶା

ବୈଦିକ ଜ୍ୟୋତିଷ ଅନୁସାରେ ଶନି ଗ୍ରହଙ୍କ ଗୋଚରର ବ୍ୟକ୍ତିଙ୍କ ଜୀବନ ଉପରେ ବିଶେଷ ପ୍ରଭାବ ରହିଥାଏ। ଜନ୍ମକୁଣ୍ଡଳୀର ଚନ୍ଦ୍ର ରାଶିଠାରୁ ଶନି ଦ୍ୱାଦଶ, ପ୍ରଥମ ଓ ଦ୍ୱିତୀୟ…

ଅଧା ଦାମ୍‌ରେ ମିଳିବ ପେଟ୍ରୋଲ-ଡିଜେଲ୍‌: ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୯: ଇରାନ ସହିତ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ…

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ଷ୍ଟିଲ ପ୍ଲାଣ୍ଟ ନୁହେଁ, ଜାହଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri