Posted inଫୁରସତ

ଦୁନିଆର ସବୁଠୁ କମ୍‌ ଓଜନର ଶିଶୁ: ଜନ୍ମ ବେଳେ ଓଜନ ୨୪୫ ଗ୍ରାମ୍‌, ସେଓର ଓଜନ ସହ ତୁଳନା କଲେ ଡାକ୍ତର

ଗର୍ଭାବସ୍ଥାରେ ବିଭିନ୍ନ ସମସ୍ୟା କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଶୁଟିଏର ଜନ୍ମ କିଛି ନୂଆ କଥା ନୁହେଁ। ମାତ୍ର ଅନେକ ସମୟରେ ଓଜନ କମ୍‌ ଥିବା ଶିଶୁ ଜନ୍ମଲାଭ କରିବା ସହ ଜୀବିତ ମଧ୍ୟ ରହିଥାନ୍ତି। ଗତ ବର୍ଷ ଅକ୍ଟୋବରରେ ଜାପାନରେ ସବୁଠୁ ଏକ ଛୋଟ ଶିଶୁ ଜନ୍ମ ହୋଇଥିଲା। ଯାହାର ଓଜନ ୨୮୫ ଗ୍ରାମ୍‌ ଥିଲା। ଏବେ ଏହି ଶିଶୁଟି ସୁସ୍ଥ ଥିବା ବେଳେ ଓଜନ ୩ କେଜିରେ ପହଞ୍ଚିଥିବା ଜଣାପଡ଼ିଛି। ସେତେବେଳେ ଏହାକୁ ସବୁଠାରୁ କମ୍‌ ଓଜନର ଶିଶୁ ବୋଲି କୁହାଯାଉଥିଲା। ମାତ୍ର ଏବେ
କାଲିଫର୍ନିଆରେ ଆହୁରି କମ୍‌ ଓଜନର ଥିବା ଶିଶୁ ଜନ୍ମଗ୍ରହଣ କରିଥିବା କୁହାଯାଉଛି। ଏଠାକାର ଏକ ହସ୍ପିଟାଲରେ ଡିସେମ୍ବର ୨୦୧୮ରେ ଶିଶୁଟି ଜନ୍ମ ହୋଇଛି। ଜନ୍ମ ସମୟରେ ଶିଶୁର ଓଜନ ଏକ ସେଓର ଓଜନ ଯଥା୨୪୫ ଗ୍ରାମ୍‌ ହୋଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ତା’ର ନାମ ସାବି ରଖିଥିଲେ। ଗର୍ଭଧାରଣର ୨୩ ସପ୍ତାହ ପରେ ସାବି ଜନ୍ମ ହୋଇଥିବାରୁ ଓଜନ କମ୍‌ ରହିଥିଲା। ଓଜନ ବହୁତ କମ୍‌ ହୋଇଥିବାରୁ ଶିଶୁକୁ ଜନ୍ମ ପରେ ୫ ମାସ ପାଇଁ ନିଓନାଲ ଇଣ୍ଟେନସିଭ କେୟାର ୟୁନିଟ୍‌ରେ ରଖାଯାଇଥିଲା। ପରେ ତାଙ୍କୁ ହସ୍ପିଟାଲରୁ ଛଡ଼ା ଯାଇଥିଲା। ତେବେ ବର୍ତ୍ତମାନ ସାବିର ଓଜନ ୨କେଜି ୫୦୦ ଗ୍ରାମ୍‌। ଡାକ୍ତରଙ୍କ କହିବା ଅନୁଯାୟୀ ଏପରି କମ୍‌ ଓଜନର ଶିଶୁ ଜନ୍ମ ଆଜି ପର୍ଯ୍ୟନ୍ତ ଜନ୍ମ ହେବାର ନଜିର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri