ଦୁଇଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ୍‌

ବ୍ରହ୍ମପୁର ଅଫିସ,୨୯ା୨ – ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଲାଗି ସ୍ବତନ୍ତ୍ର ଟ୍ରେନ ଶୁକ୍ରବାର ବ୍ରହ୍ମପୁର ରେଳ ଷ୍ଟେଶନରୁ ଯାତ୍ରା ଆରମ୍ଭ କରିଛି। ଏହି ଟ୍ରେନକୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମାତ୍ର ପର୍ଯ୍ୟଟନ ବିଭାଗ ଓ ବିଏମସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ତୀର୍ଥଯାତ୍ରୀଙ୍କ ତାଲିକାରେ ତ୍ରୁଟି ଥିବା ଦେଖିବାକୁ ମିଳିଥିଲା। ଫଳରେ ଟ୍ରେନ ଛାଡିବାରେ ବିଳମ୍ବ ହୋଇଥିଲା।
ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡାଙ୍କ ଦୃଷ୍ଟିଗୋଚର ପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କ ଉପସ୍ଥିତିରେ ତ୍ରୁଟି ସମାଧାନ ପରେ ଟ୍ରେନଟି ୨ ଘଣ୍ଟା ବିଳମ୍ବରେ ବ୍ରହ୍ମପୁର ଷ୍ଟେଶନ ଛାଡିଥିଲା।
ତୀର୍ଥଯାତ୍ରା ପାଇଁ ଯିବାକୁ ବ୍ରହ୍ମପୁର ରେଳଷ୍ଟେଶନରେ ବରିଷ୍ଠ ନାଗରିକମାନେ ଆସି ପହଞ୍ଚିଥିଲେ। ତେବେ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ଅଞ୍ଚଳର କେତେଜଣଙ୍କ ନାମ ତାଲିକାରେ ନ ଥିବା ସେଠାରେ ଅଭିଯୋଗ ହୋଇଥିଲା। ଏ ନେଇ ବିଏମସି ଅଞ୍ଚଳର କେତେଜଣ ପୂର୍ବତନ କର୍ପୋରେଟର ଓ ଜନପ୍ରତିନିଧି ଏମ୍‌ପି ଓ ଜିଲାପାଳଙ୍କୁ ଜଣାଇଥିଲେ। ପୁଣି ଯାଞ୍ଚ ହେବାରୁ ପର୍ଯ୍ୟଟନ ବିଭାଗ ଓ ବିଏମସି କର୍ତ୍ତୃପକ୍ଷଙ୍କ ସମନ୍ବୟ ଅଭାବରୁ କିଛି ଯାତ୍ରୀଙ୍କ ନାମ ତାଲିକାରେ ନ ଥିବା ଜଣାପଡିଥିଲା। ଜିଲା ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ କହିଛନ୍ତି, ପୂର୍ବରୁ ୬୫ ଜଣଙ୍କ ନାମ ତାଲିକାରେ ସାମିଲ କରାଯାଇଥିଲା। ସିଟ ଖାଲି ରହିଥିବାରୁ ପରବର୍ତ୍ତୀ ସମୟରେ ବିଏମସି ଅଞ୍ଚଳର ଆଉ ୧୧୧ ଜଣଙ୍କୁ ତାଲିକାଭୁକ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଅନ୍ତିମ ପର୍ଯ୍ୟାୟରେ କେତେଜଣଙ୍କ ନାଁ ତାଲିକାରେ ନ ଥିବା ଦେଖିବାକୁ ମିଳିଥିଲା। ଜିଲାପାଳ, ଉପଜିଲାପାଳ, ଏମପି, ବିଧାୟକଙ୍କ ସହଯୋଗକ୍ରମେ ବିଏମସିର ମୋଟ ୧୭୬ ତୀର୍ଥଯାତ୍ରୀଙ୍କୁ ଟିକେଟ ଦିଆଗଲା। ଏଥିପାଇଁ ଟ୍ରେନଟି ୨ ଘଣ୍ଟା ବିଳମ୍ବରେ ବ୍ରହ୍ମପୁର ଷ୍ଟେଶନରୁ ଛାଡିଥିବା ପର୍ଯ୍ୟଟନ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ଡଙ୍ଗରିଆ କନ୍ଧ, ଟଙ୍କିକିଆ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୫ କି.ମି.

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଶ ସ୍ବାଧୀନତାର ୭୮ବର୍ଷ ପୂରିଥିଲେ ମଧ୍ୟ ଏବେ ସୁଦ୍ଧା ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ପହଞ୍ଚିପାରିନାହିଁ ମୌଳିକ ସୁବିଧା। ବିଶେଷକରି…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ: ପ୍ରେସ୍‌ ନୋଟ ଜାରି

ଭୁବନେଶ୍ୱର,୧୮।୨: ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ପ୍ରେସ୍‌ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭…

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri