ଦୁଇ ମାସର ରାଶନ ଆମତ୍ସାତ: ବିଡିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୨୧।୩-ବାଲେଶ୍ୱର ସଦର ବ୍ଲକ ଛାନୁଆଁ ପଞ୍ଚାୟତରେ ଫେବୃୟାରୀ ଓ ମାର୍ଚ୍ଚ ମାସର ଗହମ, ଚାଉଳ ଓ କିରୋସିନ ଦିଆ ନ ଯାଇ ହଡ଼ପ କରାଯାଇଥିବା ପଞ୍ଚାୟତବାସୀ ଅଭିଯୋଗ ଆଣିଛନ୍ତି। ଏ ନେଇ ସେମାନେ ଶୁକ୍ରବାର ସଦର ବିଡ଼ିଓଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି ଯେ, ରାଜ୍ୟ ସରକାର ରାଶନକୁ ଡିଲର ମାଧ୍ୟମରେ ନ ବାଣ୍ଟି ସ୍ବୟଂ ସହାୟକ ସଂଘ ଜରିଆରେ ହିତାଧିକାରୀମାନଙ୍କୁ ଯୋଗାଇ ଦେବା ବ୍ୟବସ୍ଥା କରୁଛନ୍ତି। ହେଲେ ପୂର୍ବରୁ ଦେଇଆସୁଥିବା ଡିଲରମାନେ ମାସ ମାସର ରାଶନକୁ ଆମତ୍ସାତ୍‌ କରିବା ସହ ହିତାଧିକାରୀମାନଙ୍କୁ ସେମାନଙ୍କ ଡିଲରଶିପ୍‌ କଟିଯାଇଛି ବୋଲି କହି ରାଶନକୁ ହଡ଼ପ କରୁଛନ୍ତି। ଅନ୍ୟପକ୍ଷରେ ହିତାଧିକାରୀମାନେ ଏହାକୁ ଠିକ୍‌ ଭାବେ ଜାଣିପାରୁ ନାହାନ୍ତି। ଛାନୁଆ ପଞ୍ଚାୟତର ପାର୍ବତୀ ମହାନ୍ତି, ଆରତି ମହାନ୍ତି, ଶ୍ରୀମନ୍ତ ବେହେରା, ଶାନ୍ତିଲତା ପାତ୍ର, ଜୟନ୍ତୀ ବେହେରା ପ୍ରମୁଖ ୪୦ରୁ ଊର୍ଦ୍ଧ୍ୱ କାର୍ଡ଼ଧାରୀ ବିଡ଼ିଓଙ୍କ ସମେତ ଉପଜିଲାପାଳ ନୀଲୁ ମହାପାତ୍ର, ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଜିଲା ଯୋଗାଣ ବିଭାଗ ଅଧିକାରୀ ରବିନାରାୟଣ ପୃଷ୍ଟିଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯିବାକୁ ସେମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ଡିଲର ସୁଶାନ୍ତ ପାତ୍ର କହିଛନ୍ତି, ସମସ୍ତ ହିତାଧିକାରୀଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଚାଉଳ, ଗହମ ଓ କିରୋସିନ ସମସ୍ତ ରେକର୍ଡ଼ ସହ ବଣ୍ଟନ କରାଯାଇଛି। ଗାଁରେ ଏକ ଗଣ୍ଡଗୋଳକୁ ଆଧାର କରି କେତେକ ଲୋକ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବା ପ୍ରକାଶ କରିଛନ୍ତି। ସଦର ବିଡ଼ିଓ ନରେନ୍ଦ୍ର ଖମାରି କହନ୍ତି, ଲିଖିତ ଅଭିଯୋଗ ହସ୍ତଗତ ହୋଇଛି। ତଦନ୍ତ କରାଯାଇ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?