ଦୁଇ ମାସର ରାଶନ ଆମତ୍ସାତ: ବିଡିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୨୧।୩-ବାଲେଶ୍ୱର ସଦର ବ୍ଲକ ଛାନୁଆଁ ପଞ୍ଚାୟତରେ ଫେବୃୟାରୀ ଓ ମାର୍ଚ୍ଚ ମାସର ଗହମ, ଚାଉଳ ଓ କିରୋସିନ ଦିଆ ନ ଯାଇ ହଡ଼ପ କରାଯାଇଥିବା ପଞ୍ଚାୟତବାସୀ ଅଭିଯୋଗ ଆଣିଛନ୍ତି। ଏ ନେଇ ସେମାନେ ଶୁକ୍ରବାର ସଦର ବିଡ଼ିଓଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି ଯେ, ରାଜ୍ୟ ସରକାର ରାଶନକୁ ଡିଲର ମାଧ୍ୟମରେ ନ ବାଣ୍ଟି ସ୍ବୟଂ ସହାୟକ ସଂଘ ଜରିଆରେ ହିତାଧିକାରୀମାନଙ୍କୁ ଯୋଗାଇ ଦେବା ବ୍ୟବସ୍ଥା କରୁଛନ୍ତି। ହେଲେ ପୂର୍ବରୁ ଦେଇଆସୁଥିବା ଡିଲରମାନେ ମାସ ମାସର ରାଶନକୁ ଆମତ୍ସାତ୍‌ କରିବା ସହ ହିତାଧିକାରୀମାନଙ୍କୁ ସେମାନଙ୍କ ଡିଲରଶିପ୍‌ କଟିଯାଇଛି ବୋଲି କହି ରାଶନକୁ ହଡ଼ପ କରୁଛନ୍ତି। ଅନ୍ୟପକ୍ଷରେ ହିତାଧିକାରୀମାନେ ଏହାକୁ ଠିକ୍‌ ଭାବେ ଜାଣିପାରୁ ନାହାନ୍ତି। ଛାନୁଆ ପଞ୍ଚାୟତର ପାର୍ବତୀ ମହାନ୍ତି, ଆରତି ମହାନ୍ତି, ଶ୍ରୀମନ୍ତ ବେହେରା, ଶାନ୍ତିଲତା ପାତ୍ର, ଜୟନ୍ତୀ ବେହେରା ପ୍ରମୁଖ ୪୦ରୁ ଊର୍ଦ୍ଧ୍ୱ କାର୍ଡ଼ଧାରୀ ବିଡ଼ିଓଙ୍କ ସମେତ ଉପଜିଲାପାଳ ନୀଲୁ ମହାପାତ୍ର, ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଜିଲା ଯୋଗାଣ ବିଭାଗ ଅଧିକାରୀ ରବିନାରାୟଣ ପୃଷ୍ଟିଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯିବାକୁ ସେମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ଡିଲର ସୁଶାନ୍ତ ପାତ୍ର କହିଛନ୍ତି, ସମସ୍ତ ହିତାଧିକାରୀଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଚାଉଳ, ଗହମ ଓ କିରୋସିନ ସମସ୍ତ ରେକର୍ଡ଼ ସହ ବଣ୍ଟନ କରାଯାଇଛି। ଗାଁରେ ଏକ ଗଣ୍ଡଗୋଳକୁ ଆଧାର କରି କେତେକ ଲୋକ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବା ପ୍ରକାଶ କରିଛନ୍ତି। ସଦର ବିଡ଼ିଓ ନରେନ୍ଦ୍ର ଖମାରି କହନ୍ତି, ଲିଖିତ ଅଭିଯୋଗ ହସ୍ତଗତ ହୋଇଛି। ତଦନ୍ତ କରାଯାଇ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri