କେନ୍ଦୁଝର, ୮।୧(ସ୍ବ.ପ୍ର.)-କେନ୍ଦୁଝର ଟାଉନ ଥାନା ନରଣପୁର ଓଭରବ୍ରିଜ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ, ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଚିଲଦା ଗ୍ରାମରେ ରାଜମିସ୍ତ୍ରୀ କାମକରୁଥିବା ଈଶ୍ୱର ମହାନ୍ତ ଏକ ବାଇକ୍ରେ ଯାଉଥିଲେ। ବାଂଶପାଳ ବ୍ଲକ ଶୁଆକାଠି ଗ୍ରାମର ବିଶ୍ୱଜିତ ସାହୁ(୨୫) ଅନ୍ୟ ଏକ ବାଇକ୍ରେ ବିପରୀତ ଦିଗରୁ ଆସୁଥିବାବେଳେ ସା ୭ଟାରେ ଉଭୟଙ୍କ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଫଳରେ ଘଟଣାସ୍ଥଳରେ ଈଶ୍ୱର ମହାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ବିଶ୍ୱଜିତ ସାହୁ ଗୁରୁତର ଆହୋତ ହୋଇଛନ୍ତି। ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ବିଶ୍ବଜିତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବୁଧବାର ସକାଳେ ଈଶ୍ୱରଙ୍କ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏନେଇ ପୋଲିସ ଟାଉନ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Posted inଆମ ଜିଲା ଖବର, କେନ୍ଦୁଝର View All
ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ
ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…
କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ
କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…
ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?
ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…
ରଙ୍ଗ ରୁଟ୍ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର
କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…
ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍ରେ ଲୁଚାଯାଇଥିବା ଗାଡ଼ି ଜବତ
ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…
ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି
ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…
ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ
ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…
ପରିଶ୍ରମ ଅନୁଯାୟୀ ମହୁଲ ଫୁଲ ସଂଗ୍ରହକାରୀଙ୍କୁ ମିଳୁନି ମୂଲ, ଜୀବିକାକୁ ଆଦରି ନେଇ…
ବରଗଡ଼/ଝାରବନ୍ଧ,୧୩।୪(ପ୍ରେମାନନ୍ଦ ଖମାରୀ/ ଦେବେନ୍ଦ୍ର ସାହୁ): ଲଘୁ ବନଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ଅନ୍ୟତମ। ଫାଲଗୁନ ମାସ ଆସିବା ମାତ୍ର ଏହି ଫୁଲ ଗଛରେ ଦେଖିବାକୁ ମିଳେ।…
Archives

