ସିଏଏ: ଏକ ନୈତିକ ଓ ସାମ୍ବିଧାନିକ ପ୍ରତିଫଳନ

ଉତ୍ତର ଦିଲ୍ଲୀ ଯମୁନା ନଦୀ କୂଳରେ ମଜନୁକା ତିଲାର ଏକ ଶରଣାର୍ଥୀ ଶିବିରରେ ଜନ୍ମ ନିଏ ଏକ କୁନିଝିଅ ‘ନାଗରିକତା’। ପାକିସ୍ତାନରେ ଉପତ୍ୀଡ଼ନ ସହ୍ୟ କରି ନ ପାରି ତା’ ମା’ବାପା ଆସି ପହଞ୍ଚିଥିଲେ ସୀମାପାର ହୋଇ ଆମ ଦେଶରେ। ନାଗରିକତା ବିଲ୍‌ ଆଇନରେ ପରିଣତ ହେବା ପରେ ସମ୍ମାନର ସହିତ ବଞ୍ଚିବାର ଆଶା ନେଇ ସେମାନେ ଝିଅର ଏପରି ନାମକରଣ କରିଥିଲେ। ତାଙ୍କ ଦେଶରେ ଦୀର୍ଘଦିନ ଧରି ନାଗରିକତ୍ୱରୁ ବଞ୍ଚିତ ଥିବା ଏହି ଦମ୍ପତିଙ୍କ ମନରେ ନାଗରିକତା ବିଲ୍‌ ଆଇନରେ ପରିଣତ ହେବା ପରେ ଆଶାର ସଞ୍ଚାର ହୋଇଛି।
ନାଗରିକତା ସଂଶୋଧନ ଆଇନ ପାରିତ ହେବା ପରେ ଗୁଜବକୁ କେନ୍ଦ୍ରକରି ଉଠିଥିବା ବିରୋଧାଭାସ ଅନ୍ତରାଳରେ ରହିଯାଇଛି କେତେକ ଅସମାହିତ ପ୍ରଶ୍ନ। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି – କେତେକ ଦେଶରେ ଧର୍ମ ନାମରେ ନିର୍ଯାତନା ବାସ୍ତବତା ଉପରେ ପର୍ଯ୍ୟବସିତ ନା ନୁହେଁ? ଏଭଳି ନିର୍ଯାତନାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ କ୍ଳେଶକୁ ଭାରତ ପରି ଏକ ସଭ୍ୟତାସମ୍ପନ୍ନ ରାଷ୍ଟ୍ର ଦୂର କରିପାରିବ କି ନାହିଁ? ଶେଷରେ ନାଗରିକତା ସଂଶୋଧନ ଆଇନ ସାମ୍ବିଧାନିକ ବିଧିବ୍ୟବସ୍ଥାର ଉଲ୍ଲଂଘନ କରୁନାହିଁ ତ? ଯଦି ଏହିସବୁ ତଥ୍ୟ ସତ୍ୟ ନୁହେଁ, ତେବେ ଲୋକମାନଙ୍କ ମଧ୍ୟରେ କରାଯାଉଥିବା ପ୍ରଚାର ନିଶ୍ଚିତଭାବେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।
ଯେତେବେଳେ ଭାରତୀୟ ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ଉପରେ ଆଲୋଚନା ଚାଲିଥିଲା, ସେତେବେଳେ ଆମେରିକାର ପରରାଷ୍ଟ୍ର ବିଭାଗ ‘ପାକିସ୍ତାନକୁ ଧାର୍ମିକ ସ୍ବାଧୀନତା ଉଲ୍ଲଂଘନକାରୀ’ ବୋଲି ଅଭିହିତ କରିଥିଲା। ନାଗରିକତା ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବିଭିନ୍ନ ତଥ୍ୟକୁ ଭିତ୍ତିକରି ଜାନୁୟାରୀ ୨୦୧୯ରେ ଉଭୟ ସଦନରେ ସେମାନଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ନିକଟରେ ୟୁରୋପୀୟ ସଂସଦ ଦ୍ୱାରା ମଧ୍ୟ ପାକିସ୍ତାନରେ ନିର୍ଯାତନାର ଶିକାର ହେଉଥିବା ସଂଖ୍ୟାଲଘୁ ଏବଂ ମହିଳାମାନଙ୍କ ଉପରେ ଏକ ରିପୋର୍ଟ ପ୍ରକାଶ ପାଇଛି। ବିଶେଷକରି ଅନେକ ହିନ୍ଦୁ ସେ ଦୃଷ୍ଟିରୁ ଭାରତରେ ରାଜନୀତିକ ଆଶ୍ରୟ ଲୋଡ଼ିଛନ୍ତି। ଏକଥା କହିବା ବାହୁଲ୍ୟ ଯେ ନାଗରିକତା ସଂଶୋଧନ ଆଇନ ଅଧୀନରେ ଆସୁଥିବା ତିନୋଟି ଯାକ ରାଷ୍ଟ୍ରଧର୍ମ ଭିତ୍ତିରେ ଗଠିତ।
ଏବେ ଦ୍ୱିତୀୟ ପ୍ରଶ୍ନକୁ ଆସିବା। ଯଦି ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତରେ କେହି ବ୍ୟକ୍ତି ଆଶ୍ରୟ ଲୋଡ଼େ ତେବେ ସେ କ୍ଷେତ୍ରରେ ଭାରତ ନିକଟରେ କ’ଣ ବିକଳ୍ପ ରହିଛି? ଏ ନେଇ ୧୯୫୦ ମସିହାରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଇଥିବା ମନ୍ତବ୍ୟ ବେଶ୍‌ ପ୍ରଣିଧାନଯୋଗ୍ୟ। ହବ୍‌ସଙ୍କ ଯୁକ୍ତିକୁ ତର୍ଜମା କରି ସେ କହିଥିଲେ- ”ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଜୀବନ କଦର୍ଯ୍ୟ, ଭୟଙ୍କର ଏବଂ ନିର୍ଦ୍ଦୟ।“ ଭାରତ ହେଉଛି ଶିଖ୍‌, ଜୈନ ଓ ବୌଦ୍ଧ ଭଳି ମହାନ୍‌ ଧର୍ମର ଜନ୍ମଦାତା। ଭାରତୀୟ ସଂସ୍କୃତି ବିଭିନ୍ନ ଧର୍ମ, ସମ୍ପ୍ରଦାୟ ଓ ପରମ୍ପରାକୁ ନେଇ ଗଠିତ। ନାଗରିକତା ସଂଶୋଧନ ଆଇନ ଏହି ସଂଖ୍ୟାଲଘୁମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ଦିଗରେ ଏକ ପଦକ୍ଷେପ।
ଶେଷରେ, ସ୍ଥାୟୀ ନାଗରିକତା ଆଇନ ତିଆରି କରିବା ଦାୟିତ୍ୱ ସଂସଦ ଉପରେ ଛାଡ଼ି ଦିଆଯାଇଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ନାଗରିକତା ସଂଶୋଧନ ଆଇନ (ସିଏଏ) ଭାରତୀୟ ସମ୍ବିଧାନର ଧାରା ୧୪ରେ ଥିବା ବ୍ୟବସ୍ଥା ଅନୁଯାୟୀ, ସମାନତା ଅଧିକାର ପୂରଣ କରୁଛି ନା ନାହିଁ। ସଂକ୍ଷେପରେ କହିବାକୁ ଗଲେ, ଭାରତର ଭୂଭାଗ ମଧ୍ୟରେ ରାଷ୍ଟ୍ର କୌଣସି ବ୍ୟକ୍ତିଙ୍କୁ ଆଇନ ଆଗରେ ସମାନତା କିମ୍ବା ଆଇନର ସମାନ ସଂରକ୍ଷଣରୁ ବଞ୍ଚିତ କରିପାରିବ ନାହିଁ। ଏଥି ସହିତ ସ୍ବତନ୍ତ୍ର ପୃଥକୀକରଣ ମାଧ୍ୟମରେ ଧାରା ୧୪ରେ କୌଣସି ପ୍ରକାରର ଅବମୂଲ୍ୟାୟନ ‘ତର୍କ ସଂଗତ ଓ ସୁସ୍ପଷ୍ଟ ବିଭେଦୀକରଣ’ର ଦ୍ୱୈତ ଉଦ୍ଦେଶ୍ୟକୁ ପୂରଣ କରୁଥିବା ଏବଂ ଧାର୍ଯ୍ୟ ଲକ୍ଷ୍ୟ ହାସଲ ସହ ସଂଶ୍ଳିଷ୍ଟ ହେବା ଆବଶ୍ୟକ। ଅତୀତରେ ବିଭିନ୍ନ ନ୍ୟାୟିକ ରାୟ ମଧ୍ୟ ଏହାକୁ ସମର୍ଥନ କରିଛି।
ନାଗରିକତା ସଂଶୋଧନ ଆଇନର ଲକ୍ଷ୍ୟ ଓ ମୌଳିକତା ଉପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଛନ୍ତି। ଆମର ସାତଟି ପଡୋଶୀ ରାଷ୍ଟ୍ର ମଧ୍ୟରୁ ସିଏଏ ଲାଗୁ ହୋଇଥିବା ତିନୋଟି ରାଷ୍ଟ୍ରର ସମ୍ବିଧାନରେ ‘ରାଷ୍ଟ୍ରଧର୍ମ’ ଉପରେ ଅବତାରଣା କରାଯାଇଛି। ସେ ଦୃଷ୍ଟିରୁ ଆମର ଦ୍ୱିପାକ୍ଷିକ ସମ୍ପର୍କରେ କୌଣସି ବାଛ ବିଚାର କରାଯାଇନାହିଁ। ଇତିହାସ ପୃଷ୍ଠା ଲେଉଟାଇଲେ ଜଣାପଡ଼େ ଯେ, ଭାରତ ଏବଂ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଆଗରୁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବା ଆସିବା ଥିଲା। ଏପରି କି ଯାତ୍ରା ଅବଧି ସରିଯିବା କିମ୍ବା ଅସମ୍ପୂର୍ଣ୍ଣ ଦସ୍ତାବିଜ ଥାଇ ମଧ୍ୟ ଧାର୍ମିକ ଉପତ୍ୀଡ଼ନରୁ ରକ୍ଷା ପାଇବା ପାଇଁ ସେ ଦେଶରୁ ଲୋକମାନେ ଆମ ଦେଶକୁ ଆସି ଆଶ୍ରୟ ଲୋଡ଼ିଛନ୍ତି। ମୋଦି ସରକାର ମଧ୍ୟ ପାସ୍‌ପୋର୍ଟ ଆଇନ-୧୯୨୦ ଓ ବିଦେଶୀ ଆଇନ-୧୯୪୬ର ଉଲ୍ଲଂଘନ କରି ସେସବୁ ଦେଶରୁ ଆସିଥିବା ନାଗରିକମାନଙ୍କ ପ୍ରତି କୌଣସି ଦଣ୍ଡବିଧାନ କରିନାହାନ୍ତି ଏବଂ ସେମାନଙ୍କୁ ଦୀର୍ଘସୂତ୍ରୀ ଭିଜା ମଧ୍ୟ ପ୍ରଦାନ କରିଛନ୍ତି। ସିଏଏ ବଳରେ କେବଳ ନିର୍ଯାତିତ ସଂଖ୍ୟାଲଘୁମାନେ ନାଗରିକତ୍ୱ ପାଇଁ ଆବେଦନ କରିପାରିବେ।
ନାଗରିକତା ସଂଶୋଧନ ଆଇନ ସମ୍ବିଧାନର ୨୫ ଧାରାକୁ ଉଲ୍ଲଂଘନ କରୁଛି କି ନାହିଁ ସେଥିନେଇ ମଧ୍ୟ ତର୍କ ବିତର୍କ ଚାଲିଛି। ସ୍ବାଧୀନଭାବେ ଧର୍ମର ପ୍ରଚାର ଓ ପାଳନ ନେଇ ଧାରା ୨୫ ସମସ୍ତଙ୍କୁ ଅଧିକାର ଦେଇଛି। ସେ ଦୃଷ୍ଟିରୁ ସିଏଏ ଏହାର କୌଣସି ଉଲ୍ଲଂଘନ କରୁନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟଭାବେ କହିଛନ୍ତି ଯେ, ଏହା ସଂଖ୍ୟାଲଘୁମାନଙ୍କ ଅଧିକାର ଉଲ୍ଲଂଘନ କରୁନାହିଁ ବା ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହେବାଦ୍ୱାରା ଦେଶର ଧର୍ମନିରପେକ୍ଷତା ଓ ପରମ୍ପରା ପ୍ରତି କୌଣସି ପ୍ରଶ୍ନବାଚୀ ସୃଷ୍ଟି ହେଉନାହିଁ।
ଯୁଗଯୁଗ ଧରି ଉପତ୍ୀଡ଼ନ ସହ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ପାଇଁ ଏହା ହେଉଛି ଏକ ଐତିହାସିକ ପଦକ୍ଷେପ। ସ୍ବାଚ୍ଛନ୍ଦ୍ୟରେ ବଢିଥିବା କେତେକ ନେତା, ଯେଉଁମାନେ ରାସ୍ତାଘାଟରେ ଏହି ଘଟଣାକୁ ନେଇ ହିଂସା ଉଦ୍ରେକ କରୁଛନ୍ତି, ସେମାନଙ୍କୁ ଶାଳୀନତା ରକ୍ଷା କରିବା ପାଇଁ ମୁଁ ନିବେଦନ କରୁଛି। ସେ ଦୃଷ୍ଟିରୁ ୧୮୯୩ ମସିହାର ପ୍ରସିଦ୍ଧ ବିଶ୍ୱ ଧର୍ମ ସଂସଦରେ ସ୍ବାମୀ ବିବେକାନନ୍ଦ ଦେଇଥିବା ଭାଷଣ ବେଶ୍‌ ସ୍ମରଣୀୟ। ସେ କହିଥିଲେ- ”ପୃଥିବୀର ପ୍ରତ୍ୟେକ ଦେଶ ଓ ଧର୍ମରୁ ଉପତ୍ୀଡ଼ନ ସହ୍ୟ କରି ଓ ଶରଣାର୍ଥୀ ହୋଇ ଆସିଥିବା ଲୋକମାନଙ୍କୁ ଆଶ୍ରୟ ଦେଇଥିବା ଏକ ମହାନ୍‌ ଦେଶରୁ ଆସିଥିବାରୁ ମୁଁ ଗର୍ବିତ।“ ନାଗରିକତା ସଂଶୋଧନ ଆଇନ ସେ ଦୃଷ୍ଟିରୁ ଏହିସବୁ ଆଶା ଓ ସମ୍ଭାବନାକୁ ପୂରଣ କରିଛି।
– ପେଟ୍ରୋଲିୟମ,
ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?