ଦୁଇ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗିରଫ

ବଲାଙ୍ଗୀର ଅଫିସ, ୨୫ା୯: ବଲାଙ୍ଗୀର ଜିଲା ପୁଇଁତଲା ଥାନା ପୋଲିସ ଦୁଇ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରାଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଦୁଇ ଲୁଟେରା ହେଲେ ଲୋଇସିଂହା ଥାନା ସାଲେଭଟା ଗଁ।ର ନରେନ୍ଦ୍ର ସୁନା ଓରଫ୍‌ ନରେନ୍‌ (୩୦) ଓ ନଅଗଁ।ର ନବୀନ ଭିତିରିଆ (୨୩) । ଏହି ଅଭିଯୁକ୍ତଙ୍କଠାରୁ ପୋଲିସ ଏକ ଟିଭିଏସ୍‌ ଆପାଚି ବାଇକ୍‌ (ଓଡି୩୧ଇ-୮୨୪୮), ୨ଟି ମୋବାଇଲ ଫୋନ୍‌, ୩ ହଜାର ୪ ଶହ ଟଙ୍କା, କିଛି ରୂପା ଅଳଙ୍କାର ଜବତ କରିଛି । ପୁଇଁତଲା ଥାନାରେ ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଗତ ୨୩ ତାରିଖ ଅପରାହ୍ଣ ୨ଟାରେ ୫୭ ନମ୍ବର ଜାତୀୟ ରାଜପଥରେ ସୋନପୁରରୁ ବଲାଙ୍ଗୀର ଫେରୁଥିବା ଏକ ଟ୍ରକ୍‌ (ଓଡି୦୨ବିଏଫ୍‌-୦୩୫୬)କୁ ମଲମଣ୍ଡା ନିକଟରେ ଦୁଇଜଣ ବାଇକ୍‌ ଆରୋହୀ ଅଟକାଇଥିଲେ। ସେମାନେ ଟ୍ରକ୍‌ ଡ୍ରାଇଭର ବେଣୁଧର ବେହେରାଙ୍କଠାରୁ ୩୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏ ନେଇ ଟ୍ରକ୍‌ ଡ୍ରାଇଭର ବେହେରା ପୁଇଁତଲା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଥାନାରେ ଏକ ମାମଲା (ନଂ.୧୭୦/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ ଆରମ୍ଭ ପରେ ଟିଭିଏସ୍‌ ଆପାଚି ବାଇକ୍‌କୁ ଚିହ୍ନଟ କରି ସାଲେଭଟାର ନରେନ୍ଦ୍ର ସୁନାଙ୍କୁ ଗିରଫ୍‌ କରିଥିଲା । ତାଙ୍କୁ ଜେରା କରାଯିବା ପରେ ସହଯୋଗୀ ଲୁଟେରା ନବୀନ ଭିତିରିଆଙ୍କୁ ଗିରଫ କରାଯାଇଥିଲା। ଉଭୟେ ଟ୍ରକ୍‌ ଡ୍ରାଇଭର ବେହେରାଙ୍କଠାରୁୁ ୩୦ହଜାର ଟଙ୍କା ଲୁଟିଥିତ୍ବା ସ୍ବୀକାର କରିଥିଲେ । ଜେରା ବେଳେ ପୂର୍ବରୁ ବଲାଙ୍ଗୀର-ବରଗଡ ୨୬ ନମ୍ବର ଜାତୀୟ ରାଜପଥର ଖମାରମୁଣ୍ଡାଠାରେ ଅନ୍ୟ ଏକ ଟ୍ରକ୍‌ରୁ ୪୪ହଜାର ଟଙ୍କା ଲୁଟିଥିତ୍ବା ସ୍ବୀକାର କରିଥିଲେ । ଏହା ସହିତ ଏକାଧିକ ଗାଡି ଅଟକାଇ ସେମାନେ ଜୋରଜବରଦସ୍ତ ଚାନ୍ଦା ଆଦାୟ କରୁଥିତ୍ବା ସ୍ବୀକାର କରିଥିବା ଖବରଦାତା ସମ୍ମିଳନୀରେ ପୁଇଁତଲା ଥାନା ଅଧିକାରୀ ବି.ରୁଦ୍ରିୟା ସୂଚନା ଦେଇଛନ୍ତି । ଏହି ଦୁଇ ହାଇୱେ ଲୁଟେରାଙ୍କୁ କୋର୍ଟଚାଲାଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

ଆଦାୟ ହେଉଛି ରାଜସ୍ବ, ହେଉନି ପଙ୍କୋଦ୍ଧାର, ଶୁଖିଲା ପଡ଼ିଛି ପୋଖରୀ

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମରେ ଥିବା ପୋଖରୀଗୁଡ଼ିକର ଦୁରବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମରେ ମୋଟ୍‌ ୭ଟି…

ଦୁଇ ଓସିଏସ୍‌ଙ୍କୁ ସମ୍ମାନିତ କଲେ ଜିଲାପାଳ, କହିଲେ ସମସ୍ତ ପ୍ରକାରର ଲୋକଙ୍କୁ କିପରି…

କେସିଙ୍ଗା,୧୫ା୬(ତୁମେଶ୍ୱର ସାହୁ): ଓଡ଼ିଶା ପ୍ରଶାସନିକ ସେବାର ଫଳାଫଳ ପ୍ରକାଶିତ ପରେ ଉତ୍ତୀର୍ଣ୍ଣ ହୋଇଥିବା କଳାହାଣ୍ଡି ଜିଲାର କେସିଙ୍ଗା ସହରର ଚତୁର୍ଥ ସ୍ଥାନରେ ଥିବା କନକ ଜୈନ ଏବଂ…

ମୋଦିଙ୍କ ସହ ସେଲ୍‌ଫି ନେଲେ ଫ୍ରାନ୍ସ ରାଷ୍ଟ୍ରପତି: ଫଟୋ ଶେୟାର କରି ଲେଖିଲେ…

ନାଇସ୍‌,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଇସ୍‌ ଗସ୍ତ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରଁଙ୍କୁ ଭେଟି ଆନନ୍ଦ ପ୍ରକାଶ କରିଥିଲେ। ଦୁଇ ନେତା ‘ଇଣ୍ଡିଆ ଇନୋଭେଟ୍ସ ୨୦୨୬’…

ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ…

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri