ଦୁଇ ଦିନ ଧରି ଲାଗି ରହିଛି ଉତ୍ତେଜନା: ମଦ ଦୋକାନ ଜାଳିଦେଲେ ଲୋକେ

କବିସୂର୍ଯ୍ୟନଗର,୨୭ା୧୨- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ବୁଧବାର ଓ ଗୁରୁବାର ଉତ୍ତ୍ୟକ୍ତ ଲୋକେ ଏ.ବରିଡ଼ା, କୁଶପଲ୍ଲୀରେ ମଦଭାଟି ଓ ମଦ ବ୍ୟବସାୟୀଙ୍କ ୪ ଘର ଜାଳି ଦେଇଛନ୍ତି। ଗୁରୁବାର ଉତ୍ତ୍ୟକ୍ତ ଲୋକେ ଫାଣ୍ଡି ଅଧିକାରୀଙ୍କୁ ମାଡ଼ ମାରି ଦୀର୍ଘ ସମୟ ଧରି ଗଁାରେ ଅଟକ ରଖି ପରେ ଛାଡ଼ିଦେଇଥିଲେ।
ସୂଚନାଯୋଗ୍ୟ, ବୁଧବାର ଏ. ବରିଡ଼ା ଗ୍ରାମରେ ସାମାଜିକକର୍ମୀ ଏ. ବ୍ରହ୍ମାନନ୍ଦ ଆଚାରୀ ଗ୍ରାମବାସୀଙ୍କ ସହଯୋଗରେ ମଦ ବିରୋଧୀ ସଚେତନତା କରୁଥିଲେ। ଏନେଇ ଅପରାହ୍ନରେ ତାଙ୍କୁ ମଦ ଦୋକାନୀ ମାଡ଼ ମାରିଥିବା ସେ ଅଭିଯୋଗ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଶତାଧିକ ମହିଳା ଗ୍ରାମରେ ଥିବା ବିଦେଶୀ ମଦ ଦୋକାନକୁ ରାତିରେ ଜାଳି ଦେଇଥିଲେ। କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ଅଗ୍ନିଶମ ବାହିନୀ ଓ ବାଲିଛାଇ ଫାଣ୍ଡି ଅଧିକାରୀ ଉମାଚରଣ ପ୍ରହରାଜ ପହଞ୍ଚତ୍ ମହିଳାମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ବୁଝି ନ ଥିଲେ। ଗୁରୁବାର ଘଟଣା ପ୍ରଚାରିତ ହେବାପରେ ଭାଟପଡ଼ା ଗ୍ରାମବାସୀ ମଧ୍ୟ ମଦ ବିରୋଧୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଗ୍ରାମର ଶତାଧିକ ମହିଳା ଓ ଯୁବକ ଏ.ବରିଡ଼ା ଗ୍ରାମ ରାସ୍ତାରେ ଥିବା ମହୁଲି ଦେଶୀମଦ ଦୋକାନ ତାଲାଭାଙ୍ଗି ବିଭିନ୍ନ ସରଞ୍ଜାମ ଜାଳି ଦେଇଥିଲେ। ବାଲିଛାଇ ଫାଣ୍ଡି ଅଧିକାରୀ ଓ ୨ ପୋଲିସ କର୍ମଚାରୀ ପହଞ୍ଚତ୍ଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇ ପାରି ନ ଥିଲେ। ଫଳରେ ଉତ୍ତେଜନା ଲାଗି ରହିଥିଲା। ପରେ ଉତ୍ତେଜିତ ଲୋକେ କୁଶପଲ୍ଲୀ ନିକଟରେ ଥିବା ବେଆଇନ ଦେଶୀ ମଦ ଦୋକାନ ହୋଇଥିବା ମରାଠି ବସାକୁ ଯାଇଥିଲେ। ସେଠାରେ ଏ.ବରିଡ଼ା, କୁଶପଲ୍ଲୀ ଓ ଭାଟପଡ଼ାର ବହୁ ସଂଖ୍ୟକ ମହିଳା, ଯୁବକ ଏକାଠି ହୋଇ ମଦ ବିରୋଧୀ ନାରା ଦେଇଥିଲେ। ପରେ ଦୋକାନ ସହ ୪ ବାସଗୃହରେ ନିଅଁା ଲଗାଇ ଦେଇଥିଲେ।
କବିସୂର୍ଯ୍ୟନଗର ଏସ୍‌ଆଇ ଅର୍ଜୁନ କଅଁର, ବାଲିଛାଇ ଫାଣ୍ଡି ଅଧିକାରୀ ଉମା ଚରଣ ପ୍ରହରାଜ ପହଞ୍ଚତ୍ଥିଲେ ସୁଦ୍ଧା ଲୋକଙ୍କୁ ଶାନ୍ତ କରିପାରି ନ ଥିଲେ। କବିସୂର୍ଯ୍ୟନଗର ଅଞ୍ଚଳରେ ମଦ ବିକ୍ରିକୁ ନେଇ ଗଁାକୁ ଗଁା ଅସନ୍ତୋଷର ନିଅଁା ବ୍ୟାପୁଛି। ପୁଣି ମଦ ବିକ୍ରିକଲେ ଆନ୍ଦୋଳନକୁ ତୀବ୍ର କରାଯିବ ଓ ଜେସିବି ଲଗାଇ ସମସ୍ତ ମଦ ଦୋକାନ ଭାଙ୍ଗିଦେବୁ ବୋଲି ଉତ୍ତ୍ୟକ୍ତ ଲୋକେ ଚେତାବନୀ ଦେଇଛନ୍ତି। ଘଟଣାସ୍ଥଳରେ କୋଦଳା, ଆସିକା, ପୋଲସରା ଓ ବୁଗୁଡ଼ା ଥାନା କର୍ମଚାରୀ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri