ଦୁଇ ଚଳଚ୍ଚିତ୍ର ପାଇଁ ବିଜୟଙ୍କ ପାରିଶ୍ରମିକ ୧୩୦ କୋଟି

ବମ୍ବେ: ଦୁଇଟି ଫିଲ୍ମ ପାଇଁ ଅଭିନେତାଙ୍କ ପାରିଶ୍ରମିକ ୧୩୦ କୋଟି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। ଦକ୍ଷିଣ ଭାରତୀୟ ଅଭିନେତା ଥାଲାପତି ବିଜୟଙ୍କୁ ଫିଲ୍ମ ‘ବିଗିଲ୍‌’ ଏବଂ ‘ମାଷ୍ଟର୍‌’ ପାଇଁ ଏତିକି ପାରିଶ୍ରମିକ ମିଳିଛି। ବିଜୟଙ୍କ ଘରେ ଆଇଟି ରେଡ୍‌ ହେବା ପରେ ଏଭଳି କିଛି ସାମ୍ନାକୁ ଆସିଛି। ହେଲେ ସେ ସମସ୍ତ ଟ୍ୟାକ୍ସ ପଇଠ କରିଥିବାରୁ ତାଙ୍କର ଅସୁବିଧା ହୋଇନାହିଁ।
ରିଲିଜ ହୋଇସାରିଛି ବିଜୟଙ୍କ ଫିଲ୍ମ ବିଗିଲ୍‌। ବକ୍ସ ଅଫିସରେ ଏହା ୩ଶହ କୋଟି ବ୍ୟବସାୟ କରିଥିଲା। ଏହାକୁ ନେଇ ଆଇଟି ଅଧିକାରୀମାନେ ଫାଇନାନ୍ସର ଥିବା ଅନ୍‌ବୁଙ୍କ ଘରେ ରେଡ୍‌ କରିଥିଲେ। ସେଠାରେ ତାଙ୍କୁ ୭୭ କୋଟି ମିଳିଥିଲା। ଏତେଟଙ୍କା ତାଙ୍କ ପାଖରେ କେଉଁଆଡୁ ଆସିଲା ସେ ନେଇ ଅନ୍‌ବୁ ସଠିକ୍‌ ତଥ୍ୟ ଦେଇପାରି ନ ଥିଲେ। ଶେଷରେ କଥା ବିଜୟଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଥିଲା।

ବିଜୟଙ୍କ ଘର ଯାଞ୍ଚ ସମୟରେ ତାଙ୍କୁ ୧୩୦ କୋଟି ପାରିଶ୍ରମିକ ମିଳିଥିବା ଜଣାପଡ଼ିଛି। ଫିଲ୍ମ ‘ବିଗିଲ୍‌’ ପାଇଁ ୫୦ କୋଟି ଏବଂ ‘ମାଷ୍ଟର’ ପାଇଁ ତାଙ୍କୁ ୮୦ କୋଟି ମିଳିଥିବା କୁହାଯାଉଛି। ତେବେ ଏତିକିରେ ତାଙ୍କ ଅସୁବିଧା ସରିନାହିଁ। ତାଙ୍କର ସମସ୍ତ ପୁଞ୍ଜିନିବେଶକୁ ଆଇଟି ତରଫରୁ ଯାଞ୍ଚ କରାଯାଉଛି। ଆଗାମୀ ଦିନରେ ସବୁକିଛି ସ୍ପଷ୍ଟ ହେବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

୨.୪୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଏହି ଅଭିନେତ୍ରୀ: ସେନ୍ଦେହ ହେବାରୁ…

ଫିଲ୍ମ ଅଭିନେତ୍ରୀ କୀର୍ତ୍ତି କୁଲହାରି ସାଇବର ଠକେଇର ଶିକାର ହୋଇଛନ୍ତି। ଠକମାନେ ଏକ ଅନଲାଇନ ଠକେଇ ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨.୪୦ ଲକ୍ଷ ଟଙ୍କା…

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଦେଲେ ଏତିକି ଟଙ୍କା ପୁରସ୍କାର

ଭୁବନେଶ୍ୱର, ୨୯ା୭ (ବନ୍ଦନା ସେଠୀ): ଇଣ୍ଡିଆନ ଆଇଡଲ ସିଜିନ-୧୬ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ତାଙ୍କ ସରକାରୀ ବାସଭବନରେ…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri