ଦୀପାବଳି ଓ ପ୍ରଦୂଷଣ

”ଶବ୍ଦ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବଳ୍ପ ଡେସିବେଲଯୁକ୍ତ ଶବ୍ଦ ବାଣ ଫୁଟାଇବା ଦରକାର । ଅଧିକ ଶବ୍ଦ କରୁଥିବା ବାଣ କେବଳ ଶ୍ରବଣ ଶକ୍ତିକୁ ଗଭୀର ଭାବରେ ପ୍ରଭାବିତ କରି ନ ଥାଏ ଏଥିରୁ ନିର୍ଗତ ବିଷାକ୍ତ ରାସାୟନିକ ତତ୍ତ୍ୱ ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ତେଣୁ ପରିବେଶକୁ ପ୍ରଦୂଷିତ ନ କରିବା ଭଳି ବାଣ ଫୁଟାଇବା ଆବଶ୍ୟକ।“

ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ବିଭିନ୍ନ ପ୍ରକାର ବାଣ ଫୁଟାଯାଇଥାଏ। ଆଲୋକ ଏବଂ ଶବ୍ଦର ମାହୋଲ ସିନା ମନକୁ କ୍ଷଣିକ ଆନନ୍ଦ ଦିଏ, ହେଲେ ତାହାର କୁପ୍ରଭାବ ପରିବେଶ ଏବଂ ସମାଜ ଉପରେ ପଡ଼ିଥାଏ। ବାଣ ଫୁଟାଇବା ବେଳେ ଅନେକେ ଆହତ ହୋଇଥାଆନ୍ତି। କେତେକେ ଏହାର ରାସାୟନିକ ବାଷ୍ପ ସଂସ୍ପର୍ଶରେ ଆସି ଅସୁସ୍ଥ ଅନୁଭବ କରନ୍ତି। ବିଶେଷଭାବରେ ବାଣର ଶଦ୍ଦ ଆମର ଶ୍ରବଣ ଶକ୍ତିକୁ ଅଧିକ ପ୍ରଭାବିତ କରିଥାଏ। କେବଳ ଦୀପାବଳି ନୁହେଁ, ମୂର୍ତ୍ତି ବିସର୍ଜନ ସମୟରେ ଫୁଟା ଯାଉଥିବା ବାଣ ଓ ଆସତବାଜିରୁ ଅନେକ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲା-ସଲଫର ଡାଇଅକ୍ସାଇଡ୍‌, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌, କାର୍ବନ ମନୋକ୍ସୋଇଡ ଇତ୍ୟାଦି। ଏଗୁଡିକ ବାୟୁ ପ୍ରଦୂଷଣ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଶ୍ୱାସ ରୋଗ ଯଥା ଆଜ୍‌ମା ଏବଂ ବ୍ରୋଙ୍କାଇଟିସ୍‌ ଇତ୍ୟାଦି ସୃଷ୍ଟି କରିଥାଏ।
ପୂଜା ମଞ୍ଚ ଏବଂ ପୂଜା ଅବସରରେ ଆୟୋଜିତ ମେଲୋଡି, ଭସାଣି ସମୟରେ କୋଳାହଳ ଏବଂ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଶବ୍ଦଉତ୍ସ-ମାଇକ୍‌, ଲାଉଡ୍‌ସ୍ପିକର, ଡିଜେ ଇତ୍ୟାଦିର ବ୍ୟବହାର ଆଜିକାଲି ପୂଜାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଗଲାଣି। ଏସବୁ ଅଧିକ ଡେସିବେଲ (ଶବ୍ଦ ତୀବ୍ରତାର ମାପକ) ଯୁକ୍ତ ଧ୍ୱନି ନିର୍ଗତ କରିଥାଆନ୍ତି, ଯାହା ଶ୍ରବଣ ଶକ୍ତିର ଅବକ୍ଷୟ, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ, ଅନିଦ୍ରା ଏବଂ ମାନସିକ ଅବସାଦ ଇତ୍ୟାଦି ସ୍ବାସ୍ଥ୍ୟଗତ ସମସ୍ୟାମାନ ସୃଷ୍ଟି କରିଥାଏ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ପୂଜା ସମୟରେ କୋଳାହଳର ସର୍ବୋଚ୍ଚ ସୀମାକୁ ୬୫ ଡେସିବେଲ ମାତ୍ରାରେ ସୀମିତ ରଖାଯାଇଛି। ହେଲେ ବେଳେବେଳେ କେତେକ କ୍ଷେତ୍ରରେ ଏହା ୧୦୦ ଡେସିବେଲ ଟପି ଯାଉଥିବାର ଦୃଷ୍ଟାନ୍ତ ରହିଛି। ଶବ୍ଦ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବଳ୍ପ ଡେସିବେଲଯୁକ୍ତ ଶବ୍ଦ ବାଣ ଫୁଟାଇବା ଦରକାର। ଅଧିକ ଶବ୍ଦ କରୁଥିବା ବାଣ କେବଳ ଶ୍ରବଣ ଶକ୍ତିକୁ ଗଭୀର ଭାବରେ ପ୍ରଭାବିତ କରି ନ ଥାଏ ଏଥିରୁ ନିର୍ଗତ ବିଷାକ୍ତ ରାସାୟନିକ ତତ୍ତ୍ୱ ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ତେଣୁ ପରିବେଶକୁ ପ୍ରଦୂଷିତ ନ କରିବା ଭଳି ବାଣ ଫୁଟାଇବା ଆବଶ୍ୟକ। କେବଳ ସେତିକି ନୁହେଁ ବାଣ ଫୁଟାଇବା ସମୟରେ ଆମେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଦରକାର। ଏହି ସମୟରେ ନିଅଁା ଲାଗିଯିବାର ଆଶଙ୍କା ଥାଏ। ତେଣୁ ଅଗ୍ନି ନିିର୍ବାପକ ଜିନିଷ-ବାଲି, ପାଣି ଆଦି ପାଖରେ ରଖନ୍ତୁ। ବାଣଠାରୁ ଯଥେଷ୍ଟ ଦୂରତାରେ ନିଜକୁ ରଖି ବାଣ ଫୁଟାନ୍ତୁ। ଛୋଟ ପିଲାଙ୍କୁ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ। କାରଣ ଅସାବଧାନତାରୁ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ବାଣ ଫୁଟାଇବା ସମୟରେ ହୃଦ୍‌ରୋଗୀମାନେ ଏହାଠାରୁ ନିଜକୁ ଦୂରେଇ ରଖିବା ଦରକାର।
ବାଣ ଫୁଟାଇବା ଆଜିକାଲି ଏକ ସଉକ ପାଲଟିଗଲାଣି। ବିଶେଷଭାବରେ ଯୁବପିଢ଼ି ଅଧିକ ଶବ୍ଦ କରୁଥିବା ଏବଂ ବିଭିନ୍ନ ଷ୍ଟାଇଲ୍‌ର ବାଣ ଆଣି ଫୁଟାଇ ଥାଆନ୍ତି। ହେଲେ ଏହାର କୁପ୍ରଭାବ ସମ୍ପର୍କରେ ଅବଗତ ହେବା ଜରୁରୀ। ଏହି ସମୟରେ ଯଦି ଆମେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ତେବେ ଏହି ପର୍ବରୁ ବେଶ୍‌ ଆନନ୍ଦର ସହ ପାଳନ କରିପାରିବା।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଭୋପାଳ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri