‘ଦୀକ୍ଷା ଆପ୍‌’ରେ ପାଠ ପଢ଼ିବେ ଦଶମ ଶ୍ରେଣୀ ପିଲା

ଭୁବନେଶ୍ୱର, ୮।୪(ବ୍ୟୁରୋ): କରୋନା ଯୋଗୁ ସବୁକିଛି ବନ୍ଦ ହୋଇଯିବା ପରେ ପିଲାମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ସ୍କୁଲ, କଲେଜ ବନ୍ଦ ହେବାପରେ ଆଗକୁ ପିଲାଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ପିଲାଙ୍କ ପାଠପଢ଼ା ଲାଗି ସରକାର ନୂଆ ଯୋଜନା ଆରମ୍ଭ କରିବାକୁ ଉଦ୍ୟମ ଚଳାଇଛନ୍ତି। ମୁଖ୍ୟତଃ ନୂଆକରି ଦଶମ ଶ୍ରେଣୀରେ ପାଦ ରଖିବାକୁ ଥିବା ପିଲାଙ୍କ ପାଇଁ ଅଧିକ ଚିନ୍ତା ବଢ଼ିଯାଇଛି। ସେମାନଙ୍କ ପାଠପଢ଼ା ପାଇଁ ଏବେ ସରକାର ଅନ୍‌ଲାଇନରେ ଶିକ୍ଷା ଆରମ୍ଭ କରିବାକୁ ଚିନ୍ତା କରୁଥିବା ଜାଣିବାକୁ ମିଳିଛି। ଦୀକ୍ଷା ଆପ୍‌ ଜରିଆରେ ପିଲାମାନେ ପାଠ ପଢ଼ିବେ। ଏ ସମ୍ପର୍କିତ ଖବର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରଥମେ ଧରିତ୍ରୀକୁ ସୂଚନା ଦେବାପରେ ତାହା ଗତ ସୋମବାର ପ୍ରକାଶ ପାଇଥିଲା। ଏନେଇ ମନ୍ତ୍ରୀ ଦାଶ ବିଭାଗୀୟ ସଚିବ ଚିତ୍ରା ଅରୁମୁଗମ୍‌ଙ୍କ ପରାମର୍ଶ ଲୋଡ଼ିଥିବା ବେଳେ ଏହା ଉପରେ ସେ ନିଜର ମତ ରଖିଥିବା ଜଣାପଡିଛି। ଖୁବ୍‌ଶୀଘ୍ର ଏନେଇ ଏକ ବିଧିବଦ୍ଧ ବୈଠକ ବସିବାପରେ ଅନ୍‌ଲାଇନ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡିଛି। ବିଭାଗୀୟ ସଚିବ ଏବେ ସୁରଟରେ ଥିବା ଓଡ଼ିଆଙ୍କ ଦାୟିତ୍ୱରେ ଥିବାବେଳେ ଓସେପା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ମଧ୍ୟ ସ୍ବାସ୍ଥ୍ୟ ବିଭାଗର କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତେଣୁ ୧୪ ତାରିଖ ପରେ ଏହି ଦୁଇ ଅଧିକାରୀଙ୍କ ସହ ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା। ଏନେଇ ମନ୍ତ୍ରୀ ଦାଶ ମଙ୍ଗଳବାର କହିଛନ୍ତି ଯେ, ଦଶମ ଶ୍ରେଣୀ ପିଲାମାନେ ଅନ୍‌ଲାଇନରେ ପଢ଼ିବେ। କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍‌ ଦ୍ୱାରା ପାଠ ପଢ଼ିବାକୁ କୁହାଯିବ। ଯେଉଁ ଛାତ୍ରୀଛାତ୍ରମାନଙ୍କ ପାଖରେ କମ୍ପ୍ୟୁଟର ସୁବିଧା ରହିଥିବା ସେମାନେ ଅଧିକ ଲାଭବାନ ହେବେ। ଯାହା ପାଖରେ ନ ଥିବ ସେମାନଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରାଯିବ। ଅନ୍‌ଲାଇନ ପାଠପଢ଼ା ଲାଗି ସ୍କୁଲ ଶିକ୍ଷୟିତ୍ରୀ, ଶିକ୍ଷକମାନେ ପିଲାଙ୍କୁ ଗାଇଡ୍‌ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri