ଦିଲ୍ଲୀରେ ଓଡ଼ିଆ ଶ୍ରମିକଙ୍କ ପାଇଁ ଲଢୁଛି ଓଡ଼ିଆ ସମାଜ

ଭୁବନେଶ୍ୱର,୯ା୪(ବ୍ୟୁରୋ): କୋଭିଡ-୧୯ ଏବେ ବିଶ୍ୱ ମହାମାରୀ ରୂପ ନେଇଥିବାବେଳେ ଏହାର କଡ଼ା ମୁକାବିଲା କରିବା ନିମନ୍ତେ ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଛି। ରୋଜଗାର ପାଇଁ ଯାଇ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ହଜାର ହଜାର ଓଡ଼ିଆ ଲକ୍‌ଡାଉନ୍‌ରେ ଫସି ରହି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥଳେ ବିଭିନ୍ନ ପ୍ରବାସୀ ଓଡ଼ିଆ ସଂଗଠନ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛି। ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ଦିଲ୍ଲୀ ଏନ୍‌ସିଆର୍‌ରେ ବାସ କରୁଥିବା ଓ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ବହୁ ଓଡ଼ିଆ ଶ୍ରମିକଙ୍କ ଅଧିକାର ନିମନ୍ତେ ଆଇନଗତ ସହାୟତା ପ୍ରଦାନ କରିବାକୁ ପଦକ୍ଷେପ ନେଇଛି। ଏଥିସହ ଅସୁବିଧାରେ ପଡ଼ିଥିବା ଓଡ଼ିଆଙ୍କୁ ରିଲିଫ୍‌ ଯୋଗାଇବା, ସେମାନଙ୍କ ଅଭିଯୋଗ ଶୁଣିବାରେ ସକ୍ରିୟ ଭୂମିକା ଗ୍ରହଣ କରିଛି। ଦିଲ୍ଲୀ ଏନ୍‌ସିଆର୍‌ରେ ଥିବା ଓଡ଼ିଆମାନଙ୍କୁ ଗତ ମାର୍ଚ୍ଚ ୩୦ରୁ ପ୍ରତିଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର, ସ୍କୁଲଗୃହ ଓ ବିଭିନ୍ନ ଗୋଷ୍ଠୀ କେନ୍ଦ୍ରଗୁଡ଼ିକରେ ଶୁଖିଲା ରାଶନ ପ୍ୟାକେଟ ବଣ୍ଟନ କରାଯାଉଛି। ଏହି ସଂଗଠନ ଗୁରୁଗାଓଁ, ମନେସାର, ଫରିଦାବାଦ, ଭିୱାଡି, ଗାଜିଆବାଦ, ନୋଏଡା, ଗ୍ରେଟର ନୋଏଡା, ଆୟାନଗର, ଉତ୍ତମନଗର, ପୀରାଗର୍ହି, କୋଟଲା, ନାଗଲୋଇ, ତୁଗଲକବାଦ ଓ ଦିଲ୍ଲୀର ଆଖପାଖ ଅଞ୍ଚଳର ପ୍ରାୟ ୩୨୫୦ ପରିବାରକୁ ଶୁଖିଲା ରାଶନ ଯୋଗାଇଦେଇଛି। ଏହାବ୍ୟତୀତ ଓଡ଼ିଆ ସମାଜ ପକ୍ଷରୁ ଏକ ଲିଗାଲଏଡ଼ ସେଲ୍‌ ଖୋଲାଯାଇଛି। ରୋଜଗାର ହରାଇଥିବା ଓଡ଼ିଆ ଶ୍ରମିକ ଓ ଘରଭଡ଼ା ଦେଇପାରୁ ନ ଥିବା ଓଡ଼ିଆ ପରିବାରକୁ ଘର ମାଲିକ ଘର ଛାଡ଼ିବାକୁ ଧମକ ଦେଉଥିବାରୁ ଏହି ଲିଗାଲଏଡ୍‌ ସେଲ୍‌ ସହଯୋଗ କରୁଛି। ଏନେଇ ଜିଲା ପ୍ରଶାସନ ସହ ଆଲୋଚନା ଜାରି ରଖିଛି। ଓଡ଼ିଆ ସମାଜ ପକ୍ଷରୁ ଜୋନାଲ ସଂଯୋଜକଙ୍କୁ ନେଇ ଗଠିତ ଏକ କମିଟିରେ ରବି ପ୍ରଧାନ, ମୀନକେତନ ମିଶ୍ର, ପି.କେ. ଦାଶ, ବିଦ୍ୟାଧର ସାହୁ, ଅଫିସାର ରାଉତ, ଉମାକାନ୍ତ ଦାସ ପ୍ରମୁଖ ରହିଛନ୍ତି। ଦିଲ୍ଲୀ ଏନ୍‌ସିଆର୍‌ରେ ୧୫ରୁ ୧୮ ଜଗନ୍ନାଥ ମନ୍ଦିର ଓ ବିଭିନ୍ନ ଓଡ଼ିଆ ସଂଗଠନ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ରୁ ୮୦ ଜଣ ସ୍ବତଃପ୍ରବୃତ୍ତ ଭାବେ ଆସି ଏହି ସେବାକାର୍ଯ୍ୟରେ ଓଡ଼ିଆ ସମାଜ ସହ ହାତ ମିଳାଇଥିବା ଏହାର ଟ୍ରଷ୍ଟି ହିରଣ୍ୟ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri