Posted inଜାତୀୟ

ଦିଲ୍ଲୀ ରଣକ୍ଷେତ୍ର: ଟେକାମାଡ଼ କଲେ ଛାତ୍ର, ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ,୧୬ା୧୨ : ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦେଳାନ ରବିବାର ମଧ୍ୟରାତ୍ରିରେ ଉଗ୍ରରୂପ ଧାରଣ କରିଛି। ଜେଏମ୍‌ଆଇୟୁରୁ ଆରମ୍ଭ ହୋଇଥିବା ବିକ୍ଷୋଭଜନିତ ହିଂସା ବିଭିନ୍ନ ଅଞ୍ଚଳକୁ ବ୍ୟାପିବା ପରେ ରାଜଧାନୀ ରଣକ୍ଷେତ୍ରରେ ପରିଣତ ହୋଇଛି। ପୋଲିସ-ଛାତ୍ର ଖଣ୍ଡଯୁଦ୍ଧରେ ଶତାଧିକ ଆହତ ହୋଇଛନ୍ତି।
ପୋଲିସର ଫ୍ଲାଗ୍‌ମାର୍ଚ୍ଚ ପରେ ବିକ୍ଷୋଭକାରୀମାନେ ୪ରୁ ଊର୍ଦ୍ଧ୍ୱ ବସ୍‌ରେ ନିଆଁ ଲଗାଇଦେଇଥିଲେ। ସେମାନଙ୍କୁ ଧରିବା ପାଇଁ ପୋଲିସ ରାତିରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌କୁ ପଶିଥିଲା। ଫଳରେ ସେଠାରେ ପୋଲିସ-ଛାତ୍ର ମୁହଁାମୁହିଁ ହୋଇଥିଲେ। ବିକ୍ଷୋଭକାରୀମାନେ ପୋଲିସକୁ ଟେକାମାଡ଼ କରିବା ସହ ପେଟ୍ରୋଲ ବୋମା ଫିଙ୍ଗିଥିଲେ। ଜେଏମ୍‌ଆଇୟୁ ଛାତ୍ରୀଛାତ୍ରଙ୍କ ସପକ୍ଷରେ ଜେଏନ୍‌ୟୁ ଛାତ୍ର ସଂଘ ଓ ଅନ୍ୟ କେତେକ ଛାତ୍ର ସଙ୍ଗଠନ ବାହାରି ପୋଲିସ ମୁଖ୍ୟାଳୟ ଘେରାଉ କରିଥିଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠିମାଡ଼ ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଏଥିରେ ଶତାଧିକ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ୩୫ ଜଣଙ୍କୁ ହୋଲି ଫ୍ୟାମିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ପୋଲିସ ବିନା ଅନୁମତିରେ ବିଶ୍ୱବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ର ଓ କର୍ମଚାରୀଙ୍କୁ ମାଡ଼ ମାରିବା ସହ କ୍ୟାମ୍ପସ୍‌ରୁ ଘଉଡ଼ାଇ ଦେଇଥିବା ଜେଏମ୍‌ଆଇୟୁ ଚିଫ୍‌ ପ୍ରୋକ୍ଟର ଓ୍ବାସିମ୍‌ ଅହମଦ୍‌ ଖାନ୍‌ ଅଭିଯୋଗ ଆଣିଛନ୍ତି। ହିଂସାକୁ ଦୃଷ୍ଟିରେ ରଖି ଜାମିଆ ମେଟ୍ରୋ ଷ୍ଟେଶନଠୁ ନେଇ ବସନ୍ତ ବିହାର, ମୁନିକା, ଆର୍‌.କେ.ପୁରମ୍‌, ଶୁକଦେବ ବିହାର ମେଟ୍ରୋ ଓ ଆଶ୍ରମ ଗେଟ୍‌ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ଦୋକାନବଜାର ବନ୍ଦ ରହିଛି। ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଇତିମଧ୍ୟରେ ଆଲିଗଡ଼ ମୁସ୍‌ଲିମ ୟୁନିଭର୍ସିଟିରେ ମଧ୍ୟ ଅନୁରୂପ ହିଂସା ଦେଖିବାକୁ ମିଳିଛି। ଏଏମ୍‌ୟୁ ହଷ୍ଟେଲକୁ ଖାଲି କରାଯିବା ସହ ଜାନୁୟାରୀ ୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ବଜେଇ ପ୍ରସେଶନ କରିବାରୁ ୨ ସାହି ମଧ୍ୟରେ ମାରପିଟ: ୧୫ ରୁ ଊର୍ଦ୍ଧ୍ୱ ଆହତ

ଆନନ୍ଦପୁର,୧୫।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ କଣ୍ଟାଫୋଡା…

ପବନ ଖେରାଙ୍କୁ ବଡ଼ ଝଟ୍‌କା: ଆଗୁଆ ଜାମିନ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: କଂଗ୍ରେସ ନେତା ପବନ ଖେରାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ତେଲଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ପ୍ରଦାନ ଆଦେଶ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। କୋର୍ଟ…

ଜଗା ଦର୍ଶନ କରି ଫେରୁଥିଲେ ହେଲା ଦୁର୍ଘଟଣା: ଶେଷରେ ଆଖିବୁଜିଲେ…

ପାରଳାଖେମୁଣ୍ଡି, ୧୫ା୪(ଗିରିଧାରୀ ପରିଚ୍ଛା): ଆନ୍ଧ୍ର ପ୍ରଦେଶର ପଲାସା ସହର ନିକଟରେ ଗତ ୯ ଦିନ ତଳେ ଘଟିଥିବା ସଡକ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଗଜପତି ଜିଲା ସଦର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପକୁ ଅପମାନିତ କଲା ଏହି ମୁସଲିମ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନାରେ ଲଜ୍ଜା କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ୟୁରୋପୀୟ ଦେଶଗୁଡ଼ିକ ଗ୍ରୀନଲ୍ୟାଣ୍ଡର ତାଙ୍କ…

ସ୍କର୍ପିଓ ଗାଡ଼ିରେ ଚାଲାଣ ହେଉଥିଲା ଗଞ୍ଜେଇ, ବାଟରେ ଛକି ରହିଥିଲା ପୋଲିସ, ଫେରାର୍‌ ଉଦ୍ୟମବେଳେ…

ବଲାଙ୍ଗୀର ୧୫।୪ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏନଏଚ ୫୭ ସୋନପୁର ବଲାଙ୍ଗୀର ପୁଇନ୍ତଳା ବାଏପାସ ରାସ୍ତା ନିକଟରେ ବୁଧବାର ଏକ ଗଞ୍ଜେଇ ଭର୍ତ୍ତି ସ୍କର୍ପିଓ ଗାଡ଼ିକୁ…

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ବଡ଼ ରେକର୍ଡ କଲେ ସମ୍ରାଟ ଚୌଧୁରୀ: ପ୍ରଥମଥର ବିହାରରେ…

ପାଟନା,୧୫।୪: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ତାରାପୁର ବିଧାୟକ ସମ୍ରାଟ ଚୌଧୁରୀ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ଶପଥ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ଅସନ୍ତୋଷ

ନନ୍ଦପୁର,୫ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri