ଦିଲ୍ଲୀ ବିମାନବନ୍ଦରରେ ପ୍ରଦୂଷଣ : ୪ ଏୟାର ଇଣ୍ଡିଆ ବିମାନ ବାତିଲ୍‌, ୧୨ଟିର ପଥ ପରିବର୍ତ୍ତନ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଦିଲ୍ଲୀ ବିମାନବନ୍ଦରରେ ପ୍ରଦୂଷଣଜନିତ ଖରାପ ପାଗ ଯୋଗୁ ଏୟାର ଇଣ୍ଡିଆ ରବିବାର ୪ଟି ବିମାନ ବାତିଲ୍‌ କରିଦେଇଛି। (ଏଆଇ୪୬୭/୪୬୮) ଦିଲ୍ଲୀ-ବିଜୟଓ୍ବାଡ଼ା-ଦିଲ୍ଲୀ, (ଏଆଇ୪୭୩/୪୭୪) ଦିଲ୍ଲୀ-ଭୁବନେଶ୍ୱର-ଦିଲ୍ଲୀ, (ଏଆଇ୮୫୩/୮୫୪) ଦିଲ୍ଲୀ-ପୁନେ-ଦିଲ୍ଲୀ, (ଏଆଇ୮୦୧/୮୦୨) ଦିଲ୍ଲୀ-ବେଙ୍ଗାଲୁରୁ-ଦିଲ୍ଲୀ ବିମାନକୁ ବାତିଲ୍‌ କରାଯାଇଛି। ପ୍ରଦୂଷଣ ଯୋଗୁ ଆକାଶରେ ଧୂଅଁା ଓ ଧୂଳି ଭର୍ତ୍ତି ହୋଇଥିବାରୁ ଆଲୋକ କମ୍‌ ଅର୍ଥାତ୍‌ ପଥ ଦୃଶ୍ୟମାନ ହେଉ ନ ଥିବାରୁ ଏହି ୪ଟି ବିମାନ ବାତିଲ୍‌ କରାଯାଇଛି। ଏଥିସହ ପଥ ପରିବର୍ତ୍ତନ, ଉଡ଼ାଣରେ ବିଳମ୍ବ ଓ ପରିଚାଳନାରେ ସମସ୍ୟା ହେଉଥିବା ଜଣାପଡ଼ିଛି। ରବିବାର ଦିଲ୍ଲୀକୁ ଉଡ଼ାଣ ଭରୁଥିବା ୧୨ଟି ବିମାନର ଗତିପଥ ଅପରାହ୍ନରେ ପରିବର୍ତ୍ତନ କରାଯାଇଥିଲା। ତନ୍ମଧ୍ୟରୁ ୬ଟିକୁ ଜୟପୁର, ୪ଟି ଅମୃତସର ଓ ୨ଟିକୁ ଲକ୍ଷ୍ନୌକୁ ପଥ ପରିବର୍ତ୍ତନ କରାଯାଇଥିଲା। ଏହା ବ୍ୟତୀତ ଅନ୍ୟ ଘରୋଇ ବିମାନ ସଂସ୍ଥାର ୧୧ଟି ବାତିଲ୍‌ ଏବଂ ୨୫ଟିର ପଥ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri