Posted inଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ପାକ୍‌ର ଏଣ୍ଟ୍ରି

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ରହିଛି ଗରମ। ତେବେ ଏହି ସମୟରେ ଦିଲ୍ଲୀ ନିର୍ବାଚନରେ ପାକିସ୍ତାନର ପ୍ରବେଶକୁ ନେଇ ଚର୍ଚ୍ଚା ଯୋର ଧରିଛି। ପାକିସ୍ତାନ କହିଛି ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇବା ଦରକାର। ଅବଶ୍ୟ ଏହା କୌଣସି ସାଧାରଣ ନାଗରିକ କହି ନାହାନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସରକାରରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିବା ଫୟାଦ ଚୌଧୁରୀ ଏହା କହିଛନ୍ତି। ଗୁରୁବାର ସେ ଏହା ଟୁଇଟ୍‌ କରି କହିଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି ଭାରତୀୟମାନେ ମୋଦିଙ୍କୁ ହରାଇବା ଦରକାର। କିଛି ରାଜ୍ୟରେ ଭାଜପା ହାରିବା ପରେ ମୋଦି ଚିନ୍ତାରେ ଅଛନ୍ତି ବୋଲି ସେ କହିଛନ୍ତି। ସେହିପରି ସିଏଏ ଓ ଏନ୍‌ଆର୍‌ସିକୁ ନେଇ ମଧ୍ୟ ସେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମୋଦିଙ୍କର ଏକ ଭାଷଣ ପରେ ପାକିସ୍ତାନ ମନ୍ତ୍ରୀ ଏଭଳି ଟୁଇଟ୍‌ କରିଥିବା ସୂଚନା ମିଳିଛି। ଏହା ଫୟାଦଙ୍କ ପ୍ରଥମ ବିବାଦୀୟ ବୟାନ ନୁହେଁ। ଏହାପୂର୍ବରୁ ସେ ଏମିତି କିଛି ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ଏଥରର ବୟାନକୁ ନେଇ କେଜରିଓ୍ବାଲ ଏହାର କଡା ଜବାବ ଦେଇଛନ୍ତି। କେଜରିଓ୍ବାଲ କହିଛନ୍ତି ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ, ମୋର ପ୍ରଧାନମନ୍ତ୍ରୀ ଦିଲ୍ଲୀର ନିର୍ବାଚନ ଭାରତର ଆଭ୍ୟନ୍ତରୀଣ ମାମଲା। ତେଣୁ ଆତଙ୍କବାଦର ସବୁଠାରୁ ବଡ ପ୍ରାୟୋଜକ ଦେଶର ସାହାଯ୍ୟ ନେବା ଆମର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ପାକିସ୍ତାନ ଯେତେ ଚାହିଁଲେ ବି ଆମ ଏକତାକୁ ଭାଙ୍ଗି ପାରିବ ନାହିଁ ବୋଲି କେଜରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

୨୦୨୮ କର୍ନାଟକ ବିଧାନସଭା ନିର୍ବାଚନ, ବହୁ ପୂର୍ବରୁ ବଡ଼ ଘୋଷଣା କଲେ ସିଦ୍ଧରାମୈୟା

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଦଳର ଜଣେ ଦୃଢ଼ ନେତା ସିଦ୍ଧରାମୈୟା ଘୋଷଣା…

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

୧ ମାସ ପୂର୍ବରୁ ହିଁ ହୋଇଯାଇଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଭବିଷ୍ୟବାଣୀ! ସାମ୍ନାକୁ ଆସିଥିବା ଭିଡିଓ ଉଡ଼ାଇଦେବ ହୋସ୍‌!

ନୂଆଦିଲ୍ଲୀ,୨୬।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଥିଲେ, ଯାହା…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ଆନ୍ଦୋଳନରୁ ଉଠୁ ଉଠୁ ଅଭିଜିତ୍‌ ଦିପକେଙ୍କୁ ହେଲା ଭୟଙ୍କର ରୋଗ! ସୋସିଆଲ ମିଡିଆରେ ସୂଚନା ଦେଇ କହିଲେ…

ନୂଆଦିଲ୍ଲୀ,୨୬।୭: ବର୍ଷା ଋତୁରେ ଟାଇଫଏଡ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହା ଏଭଳି ଏକ ରୋଗ, ଯାହାକୁ ଲୋକମାନେ ପ୍ରାୟତଃ ସାଧାରଣ ଜ୍ୱର ଭାବି…

CJPର ବଡ଼ ଘୋଷଣା: ଆନ୍ଦୋଳନ ଶେଷ, ଏବେ ଆଇନଗତ ଯୁଦ୍ଧ ଆରମ୍ଭ! ପୁଣି ଚିନ୍ତାରେ ପଡିଲେ ସରକାର

ନୂଆଦିଲ୍ଲୀ,୨୬।୭: ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଯନ୍ତର-ମନ୍ତରରେ ୩୬ ଦିନ ଧରି ଚାଲିଥିବା ଆନ୍ଦୋଳନ ସମାପ୍ତ ହେବା ପରେ କକ୍ରୋଚ ଜନତା ପାର୍ଟି (CJP) ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri