Posted inଖେଳ

ଦିବାରାତ୍ର ଟେଷ୍ଟ: ‘ରିଷ୍ଟ ସ୍ପିନରଙ୍କୁ ଫାଇଦା ମିଳିବ’

ନୂଆଦିଲ୍ଲୀ, ୨୦।୧୧(ପି.ଟି.)-ଭାରତ ଏହାର ସର୍ବପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନରେ ଖେଳିବାକୁ ଯାଉଛି। ବାଂଲାଦେଶ ବିପକ୍ଷ ଏହି ଟେଷ୍ଟ ପିଙ୍କ୍‌ବଲ୍‌ରେ ଖେଳାଯିବ। ଫ୍ଲଡଲାଇଟ୍‌ରେ ପିଙ୍କ୍‌ବଲର ବ୍ୟବହାର କିପରି ରହିବ ଏହାକୁ ନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ଏହି ଟେଷ୍ଟରେ ଫିଙ୍ଗର ସ୍ପିନରଙ୍କ ଅପେକ୍ଷା ରିଷ୍ଟ ସ୍ପିନର ଅଧିକ ଉପାଦେୟ ସାବ୍ୟସ୍ତ ହେବେ ବୋଲି ଅନୁଭବ କରୁଛନ୍ତି ଟିମ୍‌ ଇଣ୍ଡିଆ ସିନିୟର ଅଫ୍‌ ସ୍ପିନର ହରଭଜନ ସିଂ। ରିଷ୍ଟ ସ୍ପିନରଙ୍କୁ ଖେଳିବା ସହଜ ହେବନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
ପିଙ୍କ୍‌ବଲ୍‌ରେ ବ୍ଲାକ୍‌ ଷ୍ଟିଚ୍‌ ରହିଥିବାରୁ ଏହାର ସିମ୍‌ ଧରିବା କଷ୍ଟସାଧ୍ୟ ହେବ। ତେଣୁ ଏ କ୍ଷେତ୍ରରେ ରିଷ୍ଟ ସ୍ପିନରମାନେ ଫାଇଦାରେ ରହିବେ ବୋଲି ସେ କହିଛନ୍ତି। ଭାରତୀୟ ଦଳରେ ଜଣେ ରିଷ୍ଟ ସ୍ପିନର କୁଲଦୀପ ଯାଦବ ରହିଛନ୍ତି। ତେବେ ହରଭଜନ ଚୟନ ପ୍ରକ୍ରିୟା ସମ୍ପର୍କରେ କିଛି କହିବାକୁ ଚାହିଁନାହାନ୍ତି। ”କେଉଁମାନେ ଦଳରେ ଚୟନ ହେବେ ତାହା ଟିମ୍‌ ମ୍ୟାନେଜମେଣ୍ଟ ସ୍ଥିର କରିବ। ତା’ ଉପରେ ମୁଁ କିଛି ମନ୍ତବ୍ୟଦେବା ଠିକ୍‌ ହେବନାହିଁ। ତେବେ ସ୍ପିନରମାନେ ସେମାନଙ୍କ ଖେଳ ଦେଖାଇବା ପୂର୍ବରୁ ଦ୍ରୁତ ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ଭାରତୀୟ ସିମରଙ୍କୁ ମୁକାବିଲା କରିବାକୁ ପଡ଼ିବ“ ବୋଲି ହରଭଜନ କହିଛନ୍ତି। ୩ଟା ୩୦ରୁ ୪ଟା ୩୦ ମଧ୍ୟରେ କୋଲକାତାରେ ସୂର୍ଯ୍ୟାସ୍ତ ହୋଇଥାଏ। ଏହି ସମୟରେ ଦ୍ରୁତବୋଲରମାନେ ସର୍ବାଧିକ କ୍ଷତି ଘଟାଇ ଥାଆନ୍ତି। ଭବିଷ୍ୟତରେ ଦିବାରାତ୍ର ଟେଷ୍ଟ ଖେଳିବା ଜାରିରଖିବାକୁ ହେଲେ ଆମକୁ ସ୍ପିନରଙ୍କ ସମ୍ପର୍କରେ ଅଧିକ ଭାବିବାକୁ ପଡ଼ିବ ବୋଲି ସେ କହିଛନ୍ତି।
୨୦୧୬ ଦୁଲିପ ଟ୍ରଫି ପିଙ୍କ୍‌ବଲ୍‌ରେ ଖେଳା ଯାଇଥିଲା। ଏଥିରେ କୁଲଦୀପ କିପରି ଘାତକ ସାବ୍ୟସ୍ତ ହୋଇଥିଲେ ତାହାକୁ ମନେ ପକାଇଛନ୍ତି ଏହି ଅଭିଜ୍ଞ ସ୍ପିନର। ”୨୦୧୬ ଦୁଲୀପ ଟ୍ରଫିରେ କେହି ଜଣେ ମଧ୍ୟ କୁଲଦୀପଙ୍କ ବୋଲିଂକୁ ଠିକ୍‌ଭାବେ ବୁଝିପାରି ନ ଥିଲେ। ଏହି ସଂସ୍କରଣରେ ଲେଗ୍‌ ସ୍ପିନରମାନେ ଅଧିକ ଉଇକେଟ ପାଇଥିଲେ। ଜଣେ ଫିଙ୍ଗର ସ୍ପିନର ବୋଲିଂ କଲାବେଳେ ବଲ୍‌ ସିମ୍‌ ସହିତ ରିଲିଜ୍‌ ହୋଇଥାଏ। ତେଣୁ ସେଥିରୁ ଟର୍ନ ଓ ବାଉନ୍ସ ମିଳିଥାଏ। ବୋଲର ଗୁଗ୍‌ଲି ବୋଲିଂ କଲାବେଳେ ସିମ୍‌ ଧରିବା କଷ୍ଟସାଧ୍ୟ ହୋଇ ଯାଇଥାଏ। ତେବେ ଫିଙ୍ଗର ସ୍ପିନର ହୋଇଥିଲେ ହେଁ ମୁଥୟା ମୁରଲୀଧରନ ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ। ସେ ପିଙ୍କ୍‌ ବଲ୍‌ରେ ମଧ୍ୟ ସଫଳତା ପାଇଥାନ୍ତି। କାରଣ ସେ ଭିଡ଼ାଓଟରା ହୋଇଯାଇଥିବା ସିମ୍‌ହାୟତାରେ ଅଫ୍‌ ସ୍ପିନ ଏବଂ ଦୁସ୍‌ରା ବୋଲିଂ କରିପାରନ୍ତି“ ବୋଲି ସେ କହିଛନ୍ତି।
ପିଙ୍କ୍‌ ଏସ୍‌ଜି ବଲ୍‌ ସ୍ପିନରଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ। କାରଣ ଲାଇଟ୍‌ରେ ଏହା ପରିଷ୍କାର ଦେଖା ଯିବାପାଇଁ ଗାଢ଼ା ରଙ୍ଗର ପ୍ରଲେପ ବ୍ୟବହାର କରାଯାଇଥାଏ। ଗାଢ଼ା ରଙ୍ଗ ଅର୍ଥ ବଲ୍‌ର ଗ୍ରୀପ୍‌ ଭଲ ରହି ନ ଥାଏ। ଏ କ୍ଷେତ୍ରରେ ଫିଙ୍ଗର ସ୍ପିନରଙ୍କ ହାତରୁ ବଲ୍‌ ଖସିଯିବାର ସମ୍ଭାବନା ଥାଏ। କାକର ସମୟରେ ଧଳା ବଲ୍‌ ଓ ପିଙ୍କ୍‌ ବଲ୍‌ରେ ବୋଲିଂର ପାର୍ଥକ୍ୟ ସମ୍ପର୍କରେ ସେ କହିଲେ ଯେ, ଦିବାରାତ୍ର ଗେମ୍ସରେ ଧଳା ବଲ୍‌ ହାତରୁ ସାବୁନ ଖଣ୍ଡପରି ଖସିଥାଏ ବୋଲି ଅନେକଙ୍କ ଧାରଣା ରହିଛି। ମାତ୍ର ତାହା ଠିକ୍‌ ନୁହେଁ। ଧଳା ବଲ୍‌ ହାତରୁ ଖସିଥାଏ ତାହାର କାରଣ ହେଲା ତା ଉପରେ ଥିବା ଆସ୍ତରଣ ଛାଡ଼ି ଯାଥାଏ ଏବଂ ବଲ୍‌ ଓଜନିଆ ହୋଇ ଯାଇଥାଏ। ପିଙ୍କ୍‌ ବଲ୍‌ରେ ଅତିରିକ୍ତ ଆସ୍ତରଣ ଥିବାରୁ ଏହା ସହଜରେ ଛାଡ଼ି ନ ଥାଏ, ତେଣୁ ବଲ୍‌ ଓଜନିଆ ହୋଇ ନ ଥାଏ। ମାତ୍ର ଏହାର ଷ୍ଟିଚ୍‌ ଗୁଡ଼ିକ ଓଦା ହୋଇ ଯାଇଥାଏ, ଯାହାକି ଫିଙ୍ଗର ସ୍ପିନରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ।
୫୦ କିମ୍ବା ୨୦ ଓଭର ଖେଳରେ ବଲ୍‌ ଓଦା ହୋଇଗଲେ ଲେନ୍ଥ ପରିବର୍ତ୍ତନ କରି ବ୍ୟାଟ୍ସମ୍ୟାନଙ୍କୁ ବ୍ୟାକ୍‌ଫୁଟ୍‌ରେ ଖେଳିବାକୁ ବାଧ୍ୟ କରାଯାଇପାରେ। ମାତ୍ର ଟେଷ୍ଟରେ ସେପରି ଫିଲ୍ଡ ସେଟିଂ କରାଯାଇ ପାରିବ ନାହିଁ। ବଲ୍‌କୁ ଠିକ୍‌ଭାବେ ପିଚ୍‌ କରାଇବାକୁ ପଡ଼ିବ। ଓଦା ସିମ୍‌ରେ ୬ଟି ବଲ୍‌କୁ ଗୋଟିଏ ସ୍ଥାନରେ ପିଚ୍‌ କରାଇବା ସହଜ କଥା ନୁହେଁ। ଘରୋଇ କ୍ରିକେଟରେ ପିଙ୍କ୍‌ବଲରେ ଅଧିକ ଗେମ୍‌ କରାଯିବା ଆବଶ୍ୟକ। ଏହା ହେଲେ ସ୍ପିନରମାନେ ପ୍ରଭାବୀ ହୋଇପାରିବେ। ରଣଜୀ ଟ୍ରଫିରେ ଶୀର୍ଷସ୍ଥାନୀୟ ଜାତୀୟ ଖେଳାଳିଙ୍କ ପାଇଁ ବିସିସିଆଇ ଏକ ଓ୍ବିଣ୍ଡୋ ବାହାର କରିପାରିଲେ ସେମାନେ ଅଧିକ ଅଭିଜ୍ଞ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri