ଦିବାଧ୍ୟାୟୀ ଛାତ୍ରୀଛାତ୍ରଙ୍କୁ ମିଳୁନି ମଧ୍ୟାନ୍ନ ଭୋଜନ ଚାଉଳ

ଦାରିଙ୍ଗବାଡ଼ି,୨୪।୪(ଡି.ଏନ.ଏ)- ଲକ୍‌ଡାଉନ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ଆଦି ବନ୍ଦ ରହିଛି। ଏପ୍ରିଲ ଠାରୁ ଜୁନ୍‌ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ଟୋକନ ଦିଆଯାଇ ୯ କେଜି ଲେଖାଏ ଚାଉଳ ପ୍ରଦାନ କରାଯାଉଛି। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧୀନରେ ରହିଥିବା ଛାତ୍ରୀଛାତ୍ରଙ୍କୁ ଆଗୁଆ ୩ ମାସର ଚାଉଳ ପ୍ରଦାନ କରାଯାଉଥିବା ବେଳେ ଅନୁସୂଚିତ ଜନଜାତି ଓ ଜାତିଙ୍କ ପାଇଁ କାର୍ଯ୍ୟକରୁଥିବା ମଙ୍ଗଳବିଭାଗ ଅଧିନରେ ରହିଥିବା ହଷ୍ଟେଲ ଛାତ୍ରୀଙ୍କୁ ୨୪ଶହ ଓ ଛାତ୍ର ୨୧୫୦ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯାଇଛି। କିନ୍ତୁ ଉକ୍ତ ବିଭାଗର ବିଦ୍ୟାଳୟରେ ପଢୁଥିବା ଦିବାଧ୍ୟାୟୀ ଛାତ୍ରୀଛାତ୍ର (ଡେ ସ୍କଲାର)ଙ୍କୁ ଟୋକନ ପ୍ରଦାନ କରାଯାଇଥିଲେ ସୁଦ୍ଧା ଚାଉଳ ଦିଆଯାଉନାହିଁ। ବିଦ୍ୟାଳୟକୁ ଗଲେ ସେଠାରେ ମଧ୍ୟାନ୍ନ ଭୋଜନ ମିଳୁଥିବାବେଳେ ଏବେ ଲକ୍‌ଡାଉନରେ ଘରେ ଦୁଇଓଳା ଦୁଇମୁଠା ଖାଇବାକୁ ଦେବାକୁ ଅସୁବିଧା ହେଉଥିବା ଅଭିଭାବକ ପୂର୍ଣ୍ଣଚନ୍ଦ୍ର ନାୟକ, ସୋମନାଥ ସାହୁ, ବାଲିଚନ୍ଦ୍ର ନାୟକ, ଏଲିଓ ଦିଗାଳ, ପୀତବାସ ନାୟକ ପ୍ରମୁଖ କହିଛନ୍ତି। ଏନେଇ ମଙ୍ଗଳବିଭାଗର ବ୍ଲକ ସମ୍ପ୍ରସାରଣ ଅଧିକାରୀ କହିଛନ୍ତି ଯେ, ତାଙ୍କ ବିଭାଗ ଭୁଲବଶତଃ ଟୋକନ ପ୍ରଦାନ କରିଛି। ବିଭାଗ ପକ୍ଷରୁ ଚାଉଳ ଦେବାକୁ ନିର୍ଦ୍ଦେଶ ନାହିଁ। ଏନେଇ ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତ ମଧ୍ୟ କହିଛନ୍ତି ସରକାରଙ୍କ ପକ୍ଷରୁ ସେଭଳି କିଛି ନିର୍ଦ୍ଦେଶ ନାହିଁ। ତେବେ ଟୋକନ କାହିଁକି ଦିଆଯାଇଥିବା ପ୍ରଶ୍ନରେ ବିଇଓ ରାଉତ କହିଛନ୍ତି ଯେ, ଭୁଲରେ ଦିଆଯାଇଥିଲା। ସିଆରସିସିଙ୍କ ଦ୍ୱାରା ଉକ୍ତ ଟୋକନ ଗୁଡ଼ିକ ପୁଣି ଫେରାଇ ଅଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri