Posted inଖେଳ

ଦିନେ ପ୍ରେମିକାଙ୍କୁ ମାଡ ମାରି ଏମିତି ଅବସ୍ଥା କରିଥିଲେ, ଏବେ ମିଳିଲା ‘ନାଇଟ୍‌ହୁଡ୍‌’ ଉପାଧି

କିମ୍ବଦନ୍ତୀ ଇଂଲଣ୍ଡ କ୍ରିକେଟ ଖେଳାଳି ଜେଫ୍ରି ବୟକଟ ଓ ଆଣ୍ଡ୍ରିଉ ଷ୍ଟ୍ରସଙ୍କୁ ସମ୍ମାନଜନକ ନାଇଟ୍‌ହୁଡ ଉପାଧିରେ ସମ୍ମାନିତ କରାଯାଇଛି। ତେବେ ଜେଫ୍ରି ବୟକଟଙ୍କୁ ‘ନାଇଟ୍‌ହୁଡ’ ସମ୍ମାନରେ ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି। ୧୯୯୮ରେ ଫ୍ରାନ୍ସରେ ନିଜ ଗର୍ଲଫ୍ରେଣ୍ଡ୍‌ ମାରଗ୍ରେଟ୍‌ ମୁର୍‌କୁ ମାଡ ମାରିବା ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୧୦ ଲକ୍ଷ ପାଉଣ୍ଡ୍‌ ଜରିମାନା ତାଙ୍କ ଉପରେ ଲାଗିଥିଲା। ଏଭଳି ବ୍ୟକ୍ତିଙ୍କୁ ‘ନାଇଟ୍‌ହୁଡ’ ଉପାଧି ଦିଆଯିବା ଆଦୌ ଉଚିତ୍‌ ନ ଥିଲା ବୋଲି ଇଂଲଣ୍ଡର କିଛି ଏମ୍‌ପି କହିଛନ୍ତି। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଜେଫ୍ରି ବୟକଟ୍‌। ସେ କହିଛନ୍ତି, ସେ ଘଟଣା ୨୫ ବର୍ଷ ପୁରୁଣା। ଆଜି ବି ତାକୁ ମୁଁ ପଶ୍ଚାତାପ କରୁନି। କ୍ରିକେଟରେ ଯୋଗଦାନ ପାଇଁ ମୋତେ ଏହି ଉପାଧି ମିଳିଛି। ତେଣୁ ଏହାକୁ ନେଇ ପ୍ରଶ୍ନ ଉଠାଇବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କ୍ରିକେଟକୁ ଉଲ୍ଲେଖନୀୟ ଅବଦାନ ଲାଗି ୟୁନାଇଟେଡ କିଙ୍ଗଡମର ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ ବୟକଟଙ୍କୁ ଏହି ଉପାଧି ପ୍ରଦାନ କରିଥିଲେ। ୭୮ ବର୍ଷୀୟ ବୟକଟ ୧୯୬୪ରୁ ୧୯୮୨ ମଧ୍ୟରେ ୧୦୮ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ପକ୍ଷରୁ ପ୍ରତିନିଧିତ୍ୱ କରି ୪୭.୭୨ ଆଭରେଜରେ ୮,୧୧୪ ରନ ସଂଗ୍ରହ କରିଛନ୍ତି। ସେହିଭଳି ପ୍ରଥମ ଶ୍ରେଣୀ କ୍ରିକେଟରେ ବୟକଟଙ୍କ ନାମରେ ୧୫୧ ଶତକ ସହ ୪୮ ହଜାରରୁ ଊର୍ଦ୍ଧ୍ୱ ରନ ରହିଛି। ୧୯୭୮ରେ ମଧ୍ୟ ବୟକଟ ଇଂଲଣ୍ଡ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ। ଅବସର ପରେ ସେ ବୟକଟ କ୍ରିକେଟ ଭାଷ୍ୟକାର ଭାବେ ବେଶ ଚର୍ଚ୍ଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri