ଦିନିକିଆ ଅଧିବେଶନ, ଯୋଗଦେବେ ୩୦% ସଦସ୍ୟ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ସୋମବାର ଲୋକସେବା ଭବନର ନୂତନ କନ୍‌ଭେନ୍‌ଶନ ବିଲ୍ଡିଂରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ। ଏଥିଲାଗି ରବିବାର ଲୋକସେବା ଭବନକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳିଛି। ପୂର୍ବାହ୍ନ ୧୦ଟାରେ ଅଧିବେଶନ ଆରମ୍ଭ ହୋଇ ପ୍ରାୟ ୧୨.୩୦ସୁଦ୍ଧା ଶେଷ ହୋଇଯିବ ବୋଲି ଜଣାପଡିଛି। ପ୍ରଥମେ ଗିଲୋଟିନ୍‌ ପ୍ରସ୍ତାବ ଅଣାଯିବ। ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ହେବା ପରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବାଚସ୍ପତି ବନ୍ଦ ଘୋଷଣା କରିବେ ବୋଲି ସୂଚନା ମିଳିଛି। ଏହି ଅଧିବେଶନରେ ସବୁ ଦଳର ୩୦ପ୍ରତିଶତ ବିଧାୟକମାନଙ୍କୁ ଯୋଗଦେବା ପାଇଁ କୁହାଯାଇଛି। ସେହି ଅନୁଯାୟୀ ସବୁ ଦଳ ନିଜର କେଉଁ ପ୍ରତିନିଧିମାନଙ୍କୁ ପଠାଇବେ ସେନେଇ ପ୍ରସ୍ତୁତି କରୁଛନ୍ତି। ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅଧିକାଂଶ ବିଧାୟକ ଏହି ଅଧିବେଶନରେ ଯୋଗଦେବା ଲାଗି ରାଜି ହେଉ ନ ଥିବା ଜଣାଇ ଦେଇଛନ୍ତି।
ଭୟଙ୍କର କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ଗତ ୧୩ତାରିଖରେ ବିଧାନସଭା ଅଧିବେଶନକୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ଆକ୍ରାନ୍ତ ବିଧାନସଭା ଡିସ୍‌ପେନସାରୀକୁ ଯାଇଥିବା କାରଣରୁ ବଜେଟ୍‌ ଅଧିବେଶନର ଶେଷଦିନଟି ଲୋକସେବା ଭବନର କନଭେନ୍‌ଶନ ହଲ୍‌ରେ କରିବା ପାଇଁ ସ୍ଥିର କରାଯାଇଛି। ବିଧାନସଭାର କର୍ମଚାରୀମାନେ କାଳେ ଉକ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ, ସେଥିଲାଗି ବିଧାନସଭାରେ ଅଧିବେଶନ କରାଯାଉନାହିଁ। ୨୦୨୦-୨୧ ଆର୍ଥିକବର୍ଷ ଲାଗି ଚାଲିଥିବା ଏହି ବଜେଟ ଅଧିବେଶନରେ ବ୍ୟୟ ମଞ୍ଜୁରୀ ବିଲ୍‌ ପାସ୍‌ ନ ହେବା ପର୍ଯ୍ୟନ୍ତ ସରକାର ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ। ସେଥିଲାଗି ଏହି ଅଧିବେଶନରେ ମୁଖ୍ୟତଃ ବ୍ୟୟ ମଞ୍ଜୁରୀ ବିଲ୍‌ ପାସ୍‌ କରାଇବା ସରକାରଙ୍କ ମୂଳ ଉଦ୍ଦେଶ୍ୟ। ବିଲ୍‌ ପାସ୍‌ ଲାଗି ସବୁ ଦଳର ୩୦ ପ୍ରତିଶତ ବିଧାୟକଙ୍କ ଆବଶ୍ୟକତା ଥିବାରୁ ସେତିକି ଜଣଙ୍କୁ ଆସିବା ପାଇଁ କୁହାଯାଇଛି। କନଭେନ୍‌ଶନ ହଲ୍‌ରେ ଆସନ ଆୟୋଜନ କାହା ପାଇଁ କ’ଣ ରହିବ ସେପରି ନିର୍ଦ୍ଦିଷ୍ଟଭାବେ କରାଯାଇନାହିଁ। ସଦସ୍ୟମାନେ ସୁବିଧା ଅନୁଯାୟୀ ଦୂରତା ରଖି ବସିପାରିବେ।
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କରୋନା ସମ୍ପର୍କରେ ଅଧିବେଶନ ସମୟରେ ଆଲୋଚନା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତ ଦୁଇଦିନ ତଳେ ଏକ ଚିଠି ଲେଖି ଅନୁରୋଧ କରିଥିଲେ। ଉକ୍ତ ପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ, ଯଦି ବିରୋଧୀଙ୍କୁ ସାଙ୍ଗରେ ନେଇ କରୋନା ମୁକାବିଲା ନେଇ ଯଦି ଆଲୋଚନା କରା ନ ଯିବ ତେବେ ସରକାରଙ୍କ ନାଁରେ ଏକ କଳଙ୍କିତ ଅଧ୍ୟାୟ ଯୋଡି ହୋଇଯିବ। ତେଣୁ ଭାଜପା ସଦସ୍ୟ କରୋନା ସମ୍ପର୍କରେ ଏକ ବିଶେଷ ଆଲୋଚନା ଲାଗି ଦାବି କରିବେ ବୋଲି ଜଣାପଡିଛି। ସେହିପରି କଂଗ୍ରେସ ପକ୍ଷରୁ କେଉଁ ସଦସ୍ୟମାନେ ଭିତରକୁ ଯିବେ ସେ ନେଇ ସ୍ଥିର ହୋଇନାହିଁ। ମାତ୍ର କଂଗ୍ରେସ ସଦସ୍ୟମାନେ ମଧ୍ୟ କରୋନା ସମ୍ପର୍କରେ ବିଶେଷ ଆଲୋଚନା ଦାବି କରିବାର ଯଥେଷ୍ଟ ସମ୍ଭାବନା ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri