Posted inରାଜ୍ୟ

ଦିନକ ପରେ ନିର୍ବାଚନ ଫଳ: ଭୋଟଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା

ଢେଙ୍କାନାଳ ଅଫିସ, ୨୨।୫- ଖୋଲିବ ଇଭିଏମ୍‌ରେ ବନ୍ଦ ଥିବା ପ୍ରାର୍ଥୀଙ୍କ ଭାଗ୍ୟ। ଘଟିବ ସବୁ କଳ୍ପନାଜଳ୍ପନାର ଅନ୍ତ। କାହା ମୁଣ୍ଡରେ ଭୋଟର ସୁନାକଳସ ଢାଳିଛନ୍ତି ଏବଂ କାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ସ୍ପଷ୍ଟ ହେବ। ନିର୍ବାଚନର ଅନ୍ତିମ ପର୍ବ ଭୋଟ ଗଣତିକୁ ଆଉ ମାତ୍ର କେଇଘଣ୍ଟା ବାକିଥିବାବେଳେ ଏହାକୁ ନେଇ ରାଜନୈତିକ ବାତାବରଣ ଉଷ୍ମ ହୋଇଛି। ଅନ୍ୟପଟେ ଗୁରୁବାର ହେବାକୁ ଥିବା ଭୋଟଗଣତି କାର୍ଯ୍ୟ ଯେପରି ସୁରୁଖୁରୁରେ ସମାପ୍ତ ହେବ ସେ ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏବଂ ଏସ୍‌ପି ଅନୁପମା ଜେମ୍‌ସ ଭୋଟଗଣତି କେନ୍ଦ୍ର ପରିଦର୍ଶନ କରି ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି।
ସକାଳେ ସାଢ଼େ ୭ଟାରୁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହେବ। ଇଭିଏମ୍‌, ଭିଭିପିଏଟି ଥିବା କେନ୍ଦ୍ରଗୁଡ଼ିକ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିଛି। କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍‌, କ୍ୟାମେରା ବାରଣ କରାଯାଇଛି। ଢେଙ୍କାନାଳ ବିଧାନସଭା ଓ ଲୋକ ସଭା ପାଇଁ ସହର ଉପକଣ୍ଠ ମହିଷାପାଟସ୍ଥିତ ଓୟାରହାଉସରେ ଭୋଟଗଣତି ହେବ। ଏଠାରେ ବିଧାନସଭା ପାଇଁ ୧୦ ଏବଂ ଲୋକ ସଭା ପାଇଁ ୧୦ ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ୩ଜଣ ଲେଖାଏ କର୍ମଚାରୀ ରହିବେ। ଟେବୁଲ ପିଛା ୩ଜଣଙ୍କୁ ରିଜର୍ଭ ରଖାଯିବ। ଉଭୟ ଲୋକ ସଭା ଏବଂ ବିଧାନସଭା ଅନ୍ତର୍ଗତ ୫ ଲେଖାଏ ବୁଥର ଭିଭିପିଏଟି ଗଣତି କରାଯିବ। ସେହିପରି କାମାକ୍ଷାନଗର, ପରଜଙ୍ଗ ନିର୍ବାଚନମଣ୍ଡଳୀ ପାଇଁ କାମାକ୍ଷାନଗର କଲେଜରେ ଏବଂ ହିନ୍ଦୋଳ ନିର୍ବାଚନମଣ୍ଡଳୀ ପାଇଁ ହିନ୍ଦୋଳ ହାଇସ୍କୁଲରେ ଭୋଟଗଣତି କରାଯିବ। ସମସ୍ତ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ସ୍ତରରେ ରାଜ୍ୟ ପୋଲିସ, ଦ୍ୱିତୀୟରେ ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀ ଏବଂ ତୃତୀୟ ସ୍ତରରେ ସିଆର୍‌ପିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି। ସନ୍ଧ୍ୟାସୁଦ୍ଧା ଫଳାଫଳ ଜଣାପଡ଼ିବା ସମ୍ଭାବନା ରହିଛି।
ଚଳିତ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନ ୧୫ଲକ୍ଷ ୧ହଜାର ୩ ଭୋଟରଙ୍କ ମଧ୍ୟରୁ ୧୧ଲକ୍ଷ ୨୫ହଜାର ୪୦୫ ମତଦାନ ସାବ୍ୟସ୍ତ କରିଛନ୍ତି, ଯାହା ୭୪.୯୮ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri