ଦିନ ଗଡ଼ୁଛି, ଚିନ୍ତା ବଢ଼ୁଛି

ଓ୍ବାଶିଂଟନ/ମସ୍କୋ/ବ୍ରାଜିଲିଆ,୨୩ା୫: ଦିନକୁ ଦିନ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଦିନ ଗଡ଼ିବା ସହ ଲୋକଙ୍କ ଚିନ୍ତା ଏଥିଲାଗି ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୫୨.୪୧ ଲକ୍ଷ ଅତିକ୍ରମ କରିସାରିଥିବା ବେଳେ ୩.୩୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି। ଅନେକ ଦେଶରେ ସ୍ଥିତି ଏବେ ଜଟିଳ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ସାମ୍ନାକୁ ଆସିଛି। ରୁଷିଆ ଓ ବ୍ରାଜିଲରେ ଉଗ୍ର ସଂକ୍ରମଣ ଦେଖାଦେଇଥିବା ବେଳେ ଭାରତରେ ମଧ୍ୟ ସମାନ ସ୍ଥିତି। ଏହି ୩ ଦେଶ ସମ୍ପ୍ରତି କରୋନା ଭୂତାଣୁର ନୂଆ ହଟ୍‌ସ୍ପଟ୍‌ ପାଲଟିଥିବା କୁହାଯାଉଛି। ବିଶ୍ୱ ସଂକ୍ରମଣ ତାଲିକାର ଦ୍ୱିତୀୟ ସ୍ଥାନରେ ରୁଷିଆ ଓ ତୃତୀୟ ସ୍ଥାନରେ ବ୍ରାଜିଲ ରହିଥିବା ବେଳେ ଭାରତ ଏକାଦଶ ସ୍ଥାନରେ ରହିଛି। ଏହି ୩ ଦେଶରେ ଉଗ୍ର ସଂକ୍ରମଣ ଦେଖିବାକୁ ମିଳିଛି।
ଆମେରିକା ତାଲିକାର ଶୀର୍ଷରେ ରହିଛି। କେବଳ ଆମେରିକାରେ ୧୬.୨୫ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ଏହି ବିତ୍ତଶାଳୀ ଦେଶରେ ଏପର୍ଯ୍ୟନ୍ତ ୯୬,୫୨୬ ଜୀବନ ଗଲାଣି। ଦିନକରେ ୪,୧୩୭ ନୂଆ ମାମଲା ଏଠାରେ ଦେଖିବାକୁ ମିଳିଥିବା ବେଳେ ୧୭୨ ମୁଣ୍ଡ ଗଡ଼ିଛି। ରୁଷିଆରେ ୩.୨୬ ଲକ୍ଷରୁ ଅଧିକ କରୋନା ରୋଗୀ ରହିଥିବା ବେଳେ ୩,୨୪୯ ଲୋକ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯ ହଜାର ନୂଆ ମାମଲା ଦେଖିବାକୁ ମିଳିଛି। ବ୍ରାଜିଲରେ ୩,୧୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୨୦,୧୧୨ ଜୀବନ ଗଲାଣି। ଦିନକରେ ଏଠାରେ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଭାରତରେ ୧.୨୫ ଲକ୍ଷ ଭୂତାଣୁ ଆକ୍ରାନ୍ତ ଥିବାବେଳେ ୩,୭୦୭ ଜଣ ମୃତ୍ୟୁବରଣ କଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬ ହଜାର ନୂଆ ମାମଲା ନଜରକୁ ଆସିଛି। ଏଭଳି ଉଗ୍ର ସଂକ୍ରମଣ ସ୍ଥିତି ଲୋକଙ୍କୁ ଆତଙ୍କିତ କରିପକାଇଛି। ଏହାବ୍ୟତୀତ ସ୍ପେନ୍‌ରେ ୨.୮୦ ଲକ୍ଷରୁ ଅଧିକ, ବ୍ରିଟେନରେ ୨.୫୪ ଲକ୍ଷରୁ ଅଧିକ, ଇଟାଲୀରେ ୨.୨୮ ଲକ୍ଷରୁ ଅଧିକ, ଫ୍ରାନ୍ସରେ ୧.୮୧ ଲକ୍ଷରୁ ଅଧିକ, ଜର୍ମାନୀରେ ୧.୭୯ ଲକ୍ଷରୁ ଅଧିକ, ତୁର୍କୀରେ ୧.୫୩ ଲକ୍ଷରୁ ଅଧିକ, ଇରାନରେ ୧.୩୧ ଲକ୍ଷରୁ ଅଧିକ ସଂକ୍ରମିତ ରହିଛନ୍ତି। ଏହିସବୁ ଦେଶଗୁଡ଼ିକରେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୨୭,୯୪୦, ୩୬,୩୯୩, ୩୨,୪୮୬, ୨୮,୨୧୫, ୮,୩୨୦, ୪,୨୪୯ ଓ ୭,୩୦୦ ରହିଛି। ଏହାକୁ ବାଦ୍‌ଦେଲେ ପେରୁରେ ଲକ୍ଷାଧିକ ରୋଗୀ ଥିବାବେଳେ ମୃତ୍ୟୁସଂଖ୍ୟା ୩,୧୪୮କୁ ବୃଦ୍ଧିପାଇଛି। ଅନ୍ୟଦେଶ ମଧ୍ୟରେ କାନାଡାରେ ୬,୧୫୨, ମେକ୍ସିକୋରେ ୬,୫୧୦, ବେଲଜିୟମରେ ୯,୨୧୨, ନେଦରଲାଣ୍ଡ୍ସରେ ୫,୭୮୮, ଚାଇନାରେ ୪,୬୩୪ ଓ ଇଣ୍ଡୋନେସିଆରେ ୧,୩୨୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

ଖୁସି ଖବର: UPI ପେମେଣ୍ଟ ଉପରେ ଲାଗିବ ନାହିଁ କୌଣସି ଶୁଳ୍କ ! RuPay ଡେବିଟ କାର୍ଡ କାରବାର ମଧ୍ୟ ରହିବ ମାଗଣା

ନୂଆଦିଲ୍ଲୀ,୧୫।୯: ଯଦି ଆପଣ UPI କିମ୍ବା RuPay ଡେବିଟ କାର୍ଡ ବ୍ୟବହାର କରି ଦେୟ ପ୍ରଦାନ କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି।…

ଦ୍ରୁତଗତିରେ ତରଳୁଛି ହିମାଳୟର ବରଫ: ବିପଦରେ ଭାରତର….

ହଂକଂ,୧୫।୯: ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟ ଏବେ ଏକ ବଡ଼ ପରିବେଶ ସଙ୍କଟ ଆଡ଼କୁ ଗତିକରୁଛି । ଚଳିତ ମାସରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ,…

ଲୋହିତ ସାଗରର ପ୍ରମୁଖ ଦ୍ୱୀପ ଦଖଲକଲେ ହାଉତି ବିଦ୍ରୋହୀ

କାଏରୋ, ୧୫।୯: ଇରାନ ସମର୍ଥିତ ହାଉତି ବିଦ୍ରୋହୀମାଦେ ଦକ୍ଷିଣ ଲୋହିତ ସାଗରରେ ଅଧିକ ରଣନୈତିକ ଦ୍ୱୀପଗୁଡ଼ିକୁ କବଜା କରିଛନ୍ତି ବୋଲି ସରକାରୀ ଏବଂ ହାଉତି ଅଧିକାରୀମାନେ ସୋମବାର…

ଓଡ଼ିଶାରେ କମୁଛି ବର୍ଷା; ଏହା ତାରିଖରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି…

ଟେମ୍‌ସ ନଦୀ କୂଳରେ ପ୍ରଥମ ଗଙ୍ଗା ଆରତିରେ ଅନେକ ହଜାର ସାମିଲ

ଲଣ୍ଡନ,୧୫ା୯: ଲଣ୍ଡନର ଟେମ୍‌ସ ନଦୀ କୂଳରେ ରବିବାର ପ୍ରଥମ ଥର ପାଇଁ ଅନୁଷ୍ଠିତ ଗଙ୍ଗା ଆରତିରେ ଅନେକ ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଚିନ୍ମୟ ମିଶନ୍‌ର ୭୫ତମ ବାର୍ଷିକୀ…

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?