ଦାମୀ ବ୍ୟାଗ୍‌

ଡିଜାଇନର୍‌ ତଥା ବ୍ରାଣ୍ଡେଡ୍‌ ହ୍ୟାଣ୍ଡବ୍ୟାଗ୍‌ର ସଉକ ଅଧିକାଂଶ ମହିଳାଙ୍କ ଭିତରେ ରହିଛି। କିନ୍ତୁ ଏମିତି କିଛି ହ୍ୟାଣ୍ଡବ୍ୟାଗ୍‌ ଅଛି, ଯାହାର ଦାମ୍‌ କାହାକୁ ବି କରିଦେବ ଆଶ୍ଚର୍ଯ୍ୟ ଚକିତ। ଗୋଲ୍ଡ ଓ ଡାଇମଣ୍ଡରେ ସଜେଇ ହୋଇଥିବା ଏମିତି କିଛି ହ୍ୟାଣ୍ଡବ୍ୟାଗ୍‌ ସମ୍ପର୍କରେ…
ମୌଓ୍ବାଡ ୧୦୦୧ ନାଇଟ୍‌ସ ଡାଇମଣ୍ଡ୍‌ ପର୍ସ:ଏହିି ବ୍ୟାଗ୍‌ର ଦାମ୍‌ ୩.୮ମିଲିଅନ୍‌ ଡଲାର। ଏହା ବିଶ୍ୱର ସବୁଠୁ ଦାମୀ ହ୍ୟାଣ୍ଡ୍‌ବ୍ୟାଗ୍‌। ୨୦୧୧ମସିହାରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ଏହା ସ୍ଥାନ ପାଇଛି। ହାର୍ଟ ଭଳି ଦେଖିବାକୁ ଏହି ବ୍ୟାଗ୍‌ରେ ୩୮୧.୯୨ କ୍ୟାରେଟ୍‌ର ୪, ୫୧୭ଟି ହୀରା ଖଚ୍ଚିତ ହୋଇଛି। ସେଥିରେ ୫୬ଟି ପିଙ୍କ,୧୦୫ଟି ୟେଲୋ ଓ ୪, ୩୫୬ଟି କଲର୍‌ଲେସ ଭାରିଆଣ୍ଟ ଡାଇମଣ୍ଡ ରହିଛି। ୧୦ ଜଣ କୁଶଳୀ କାରିଗର ୮,୮୦୦ ଘଣ୍ଟାରେ ଏହିି ପର୍ସକୁ ତିଆରି କରିଛନ୍ତି।
ହର୍‌ମେସ୍‌ କେଲି ରୋଜ ଗୋଲ୍ଡ: ଏହି ବ୍ୟାଗ ଉପରେ କୁମ୍ଭୀର ଚମଡାର ପ୍ୟାଚ୍‌ ଭଳି କାରୁକାର୍ଯ୍ୟ କରାଯାଇଛି। ହର୍‌ମେସ ଓ ଜୁଏଲର ପିୟର୍ସ ହାର୍ଡିଙ୍କ ମିଳିତ ଉଦ୍ୟମରେ ଏହାକୁ ତିଆରି କରାଯାଇଛି। ଏଥିରେ ୧,୧୬୦ଟି ଡାଇମଣ୍ଡ୍‌ ଖଚ୍ଚିତ ହୋଇଛି। ଏହାର ମୂଲ୍ୟ ୨ ମିଲିଅନ ଡଲାର।
ହର୍‌ମେସ ବିର୍‌କିନ ବ୍ୟାଗ୍‌: ଜାପାନିଜ୍‌ ଡିଜାଇନର୍‌ ଗିଞ୍ଜା ଟନକା ଦ୍ୱାରା ପ୍ରସ୍ତୁତ ଏହି ବ୍ୟାଗ୍‌ର ଦାମ୍‌ ୧.୯ ମିଲିଅନ ଡଲାର । ବ୍ୟାଗ୍‌ର ବଡିକୁ ୧୦୦ ପ୍ରତିଶତ ପ୍ଲାଟିନମ୍‌ରେ ତିଆରି କରାଯାଇଛି। ଏଥିରେ ୨୦୦୦ଟି ହୀରା ଖଞ୍ଜା ଯାଇଛି। ନାସ୍‌ପାତି ଆକାରର ୮ କ୍ୟାରେଟ୍‌ର ସିମରିଂ ଡାଇମଣ୍ଡ ମଧ୍ୟ ଲଗାଯାଇଛି। ଘଣ୍ଟାବ୍ୟାଣ୍ଡ୍‌ ଆକାରରେ ଖଞ୍ଜାଯାଇଥିବା ହୀରାକୁ ବ୍ରେସଲେଟ କିମ୍ବା ନେକ୍‌ଲେସ ଭାବେ ବ୍ୟବହାର କରିହେବ।
ହରମେସ ଚେନ୍‌ଡ୍‌ ଆଙ୍କର୍‌ ବ୍ୟାଗ: ଚେନ୍‌ ଗୁଡିକ ଛନ୍ଦାଛନ୍ଦି ହୋଇ ରହିଥିବା ଭଳି ଡିଜାଇନର ଏହି ବ୍ୟାଗରେ ୧,୧୬୦ଟି ଡାଇମଣ୍ଡ ଖଞ୍ଜା ହୋଇଛି। ପିରି ହାର୍ଡିଙ୍କ ଦ୍ୱାରା ଡିଜାଇନଡ୍‌ ଏହି ବ୍ୟାଗର ମାତ୍ର ତିନିଟି କଲେକସନ ରହିଛି। ଏହାର ଦାମ୍‌ ୧.୪ ମିଲିଅନ ଡଲାର।
ଲାନା ମାର୍କ୍ସ
କ୍ଲିଓପାର୍ଟା କ୍ଲଚ୍‌୍‌: ଲାନା ମାର୍କ କମ୍ପାନୀ ବର୍ଷକୁ କେବଳ ଗୋଟିଏ କ୍ଲିଓପାର୍ଟା ବ୍ୟାଗ ତିଆରି କରେ। ତାହାର ଡିଜାଇନ ଓ କଲର୍‌ ଅଲଗା ରହେ। ମେଟାଲିକ୍‌ ସିଲ୍‌ଭର୍‌ ରଙ୍ଗର କୁମ୍ଭୀର(ଆମେରିକାରେ ଦେଖାଯାନ୍ତି) ଚମଡାରେ ଏହି ବ୍ୟାଗ ତିଆରି କରାଯାଏ। ଏଥିରେ ୧୮ କ୍ୟାରେଟ୍‌ର ହ୍ବାଇଟ ଗୋଲ୍ଡରେ ୧,୫୦୦ ବ୍ଲାକ୍‌ ଓ ହ୍ବାଇଟ ଡାଇମଣ୍ଡ ଖଞ୍ଜାଯାଇଛି। ଏହି ବ୍ୟାଗ୍‌ର ମୂଲ୍ୟ ୪ ଲକ୍ଷ ଡଲାର ।
ନିଲୋଟିକସ କ୍ରୋକୋଡାଇଲ ହିମାଳୟା ବିର୍କିନ:କୁମ୍ଭୀର ଚମଡାରେ ଏହି ବ୍ୟାଗ ପ୍ରସ୍ତୁତ କରାଯାଇଛି। ଏହି ବ୍ୟାଗ୍‌ ଉପରେ ହିମାଳୟର ପର୍ବତ ଶିଖରରେ ଆଚ୍ଛାଦିତ ଧଳା ବରଫର ଛବିକୁ ଡିଜାଇନ କରାଯାଇଛି। ଏଥିରେ ୧୮ କ୍ୟାରେଟ ଗୋଲ୍ଡରେ ୨୪୦ଟି ଡାଇମଣ୍ଡ ଖଞ୍ଜାଯାଇଛି। ଦାମ୍‌ ରହିଛି ପ୍ରାୟ ୩୭୯,୦୦୦ ଡଲାର।
ଚାନେଲ ‘ଡାଇମଣ୍ଡ୍‌ ଫର୍‌ଏଭର’
ହ୍ୟାଣ୍ଡ ବ୍ୟାଗ୍‌:
ଏହି ବ୍ୟାଗ୍‌ର ଦାମ୍‌ ୨୬୧,୦୦୦ ଡଲାର। ୧୮ କ୍ୟାରେଟର ହ୍ବାଇଟ ଗୋଲ୍ଡରେ ମୋଟ୍‌ରେ ୩.୫୬ କ୍ୟାରେଟ୍‌ର ୩୩୪ଟି ହୀରା ଲଗାଯାଇଛି। ବ୍ୟାଗର ସୋଲ୍‌ଡର ଷ୍ଟ୍ରାପ ୧୮ କ୍ୟାରେଟ ହ୍ବାଇଟ୍‌ ଗୋଲ୍ଡ ଚେନରେ ତିଆରି ହୋଇଛି, ଯାହାକୁ ସହଜରେ ବାହାର କରିହେବ। ଚାନେଲର ଏଭଳି ମାତ୍ର ୧୩ଟି ବ୍ୟାଗ ରହିଛି।
ଫୁକସିଆ ଡାଇମଣ୍ଡ-ଷ୍ଟଡେଡ୍‌ ହର୍‌ମେସ ବିର୍‌କିନ ବ୍ୟାଗ୍‌: ଏହି ବ୍ୟାଗରେ ୧୮ କ୍ୟାରେଟର ହ୍ବାଇଟ୍‌ ଗୋଲ୍ଡ ଓ ଡାଇମଣ୍ଡ୍‌ର କାରୁକାର୍ଯ୍ୟ ହୋଇଛି। ଏହାର ଦାମ୍‌-୨୨୨,୦୦୦ ଡଲାର।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri