ଦାଦନଙ୍କୁ ନେଇ ତେଜିଲା ରାଜନୀତି

ଲକ୍ଷ୍ନୌ/ନୂଆଦିଲ୍ଲୀ,୨୦।୫: ଦାଦନ ଶ୍ରମିକ ପ୍ରସଙ୍ଗକୁ ନେଇ ଉତ୍ତରପ୍ରଦେଶ(ୟୁପି)ରେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। କରୋନା ସଂକ୍ରମଣ ସମୟରେ ଲକ୍‌ଡାଉନ୍‌ ଯୋଗୁ ବାହାରେ କାମଧନ୍ଦା ହରାଇ ଭୋକ ଉପାସରେ ରହିଥିବା ଦାଦନ ଶ୍ରମିକମାନେ ଘରକୁ ଫେରିବା ଲାଗି ବ୍ୟାକୁଳ ହେଉଛନ୍ତି। ସେମାନଙ୍କୁ ତୁରନ୍ତ ଘରକୁ ଫେରାଇ ଅଣାଯିବା ଦରକାର ବୋଲି କଂଗ୍ରେସ କହିବା ସହ ୧୦୦୦ ବସ୍‌ରେ ସେମାନଙ୍କୁ ଅଣାଯିବା ଲାଗି ସୀମାରେ ଉତ୍ତରପ୍ରଦେଶ ସରକାରଙ୍କ ଅନୁମତି ଲୋଡ଼ିଥିଲା। ହେଲେ ଯୋଗୀ ସରକାର ଅନୁମତି ଦେବାରେ ବିଳମ୍ବ କରିବାରୁ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ପ୍ରତିପକ୍ଷ ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି। ସେପଟେ କଂଗ୍ରେସ ଦେଇଥିବା ବସ୍‌ର ନାମ ସହ ନମ୍ବର ମେଳ ଖାଉନାହିଁ ଓ ଅନେକ ନମ୍ବର ଅଟୋ ଏବଂ ସ୍କୁଟର ଭଳି ଦୁଇଚକିଆ ଯାନର ବୋଲି ଯୋଗୀ ସରକାର ଅଭିଯୋଗ କରିଛନ୍ତି। କଂଗ୍ରେସ ଜାଣିଶୁଣି ଛଳନାତ୍ମକ ରାଜନୀତି କରୁଛି ବୋଲି ୟୁପି ସରକାର କହିଛନ୍ତି। କଂଗ୍ରେସ ଅନୁରୋଧକ୍ରମେ ଦାଦନ ଶ୍ରମିକଙ୍କ ଲାଗି ବସ୍‌ ଅନୁମତି ଦିଆଯାଇଥିବା ବେଳେ ଏଭଳି ବିବାଦ ଦେଖାଦେଇଛି। ବସ୍‌ଗୁଡ଼ିକର ପୂର୍ଣ୍ଣ ତଥ୍ୟ ଦେବାକୁ ସରକାର କଂଗ୍ରେସ ନେତାଙ୍କ କାର୍ଯ୍ୟାଳୟକୁ କହିଛନ୍ତି। ନୋଏଡା ଓ ଗାଜିଆବାଦ (ଦିଲ୍ଲୀ ସୀମା) ୫୦୦ ଲେଖାଏ ବସ ରଖାଯାଇ ଜିଲା ମାଜିଷ୍ଟେଟଙ୍କ ଯାଞ୍ଚ୍‌ ପରେ ଛଡ଼ାଯିବ ବୋଲି ସରକାର କହିବା ପରେ ପୁଣି ବିବାଦ ମୁଣ୍ଡ ଟେକିଛି। ପ୍ରିୟଙ୍କା କିନ୍ତୁ ତୁରନ୍ତ ବସ୍‌ଗୁଡ଼ିକୁ ପଠାଇବା ଲାଗି ଦାବି କରିଛନ୍ତି। ଫଳରେ ଭାଜପା ଓ କଂଗ୍ରେସ ନେତାଙ୍କ ମଧ୍ୟରେ ଏହାକୁ ନେଇ ବାଦବିବାଦ ଓ ବାକ୍‌ଯୁଦ୍ଧ ଦେଖାଦେଇଛି। ୟୁପି କଂଗ୍ରେସ ମୁଖ୍ୟ ଅଜୟ ଲାଲୁ ଲୋକଙ୍କୁ ମିଛକଥା କହି ସରକାର ଭ୍ରମରେ ପକାଉଛନ୍ତି ଓ ଏଭଳି କ୍ଷେତ୍ରରେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଉତ୍ତରପ୍ରଦେଶ ମନ୍ତ୍ରୀ ସୁଦ୍ଧାର୍ଥ ନାଥ ସିଂ ସୋନିଆ ଗାନ୍ଧୀ ଦଳର ଏଭଳି ଧୋକାଦାରି ନେଇ ଉତ୍ତର ରଖନ୍ତୁ ବୋଲି କହିଛନ୍ତି। ଦାଦନ ଶ୍ରମିକମାନେ ଘରକୁ ଫେରିବା ଲାଗି ଅନାଇ ବସିଥିବା ଏଭଳି ରାଜନୈତିକ ବାକ୍‌ଯୁଦ୍ଧ ପରିସ୍ଥିତିକୁ ଉଷ୍ମ କରିପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri