ଦାଦନଙ୍କ ପାଇଁ ବ୍ୟବସ୍ଥା କର

ନୂଆଦିଲ୍ଲୀ, ୩୦ା୪: ସମ୍ପ୍ରତି ମହାମାରୀ କରୋନା ଆମକୁ ଦେଶର ଶ୍ରମିକମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିଛି। ଏହି ଭାଇରସ୍‌ ଗୋଟିଏପଟେ ଶ୍ରମିକଙ୍କ ସ୍ବାସ୍ଥ୍ୟକୁ ନେଇ ବାସ୍ତବ ଚିତ୍ର ଆଙ୍କୁଥିବାବେଳେ ଅନ୍ୟପଟେ ଆମ ଅର୍ଥନୀତିରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଜନ ସଚେତନତା ସୃଷ୍ଟି କରିଛି। ୧୦୦ରୁ ୧୨୫ ନିୟୁତ ଲୋକ ଜୀବିକା ଉପାର୍ଜନ ପାଇଁ ସେମାନଙ୍କ ଗାଁ, ପରିବାର ଓ ଘର ଛାଡ଼ି ସୁଦୂର ସହରକୁ ଯାଇଥାନ୍ତି। ସେମାନଙ୍କ ଅଦୃଶ୍ୟ ହାତ ଫସଲ ଅମଳ କରି ଆମକୁ ଖାଇବାକୁ ଦିଏ, ରାସ୍ତାଘାଟ ସ୍ବଚ୍ଛ ରଖେ, କଳକାରଖାନା ଚଳାଏ, ସଡ଼କ ନିର୍ମାଣ କରେ ଓ ଆମ ଘର ତିଆରି କରିଥାଏ। ଏକଥା ମଧ୍ୟ ଆମେ ଏବେ ହୃଦୟଙ୍ଗମ କରିବାକୁ ବାଧ୍ୟ ହୋଇଛୁ। ତେଣୁ କେବଳ କରୋନା ସଂକ୍ରମଣ ବେଳେ ନୁହେଁ, ବରଂ ସବୁ ସମୟ ପାଇଁ ନାଗରିକମାନଙ୍କ ମୌଳିକ ଆବଶ୍ୟକତା ପୂରଣ ଲାଗି ଏକ ସାମାଜିକ ନୀତି ନିର୍ଦ୍ଧାରଣ ଜରୁରୀ।
ଫେରିବା ଲାଗି ବାଟ କଢ଼ାଇବା
ଘରଠାରୁ ଦୂରରେ ରହିବା ସହଜ ନୁହେଁ। ଯେଉଁଠି ଆରାମ ମିଳେ, ସମ୍ପର୍କ ଗଢ଼ିଉଠେ ଓ ପରିବାର ପରିପୋଷଣ କରାଯାଏ ସେହି ଘର କେବଳ ଇଟା, ପଥର ବା କାଠ, ଟିଣରେ ତିଆରି ହୁଏନାହିଁ। ଏହା ଦୈନନ୍ଦିନ ସଂଘର୍ଷରୁ ମଣିଷକୁ ଅଭୟ ପ୍ରଦାନ କରିଥାଏ। ଘରେ ଯାହା ଥାଉନା କାହିଁକି ଦୁନିଆ ଯାକର ସୁଖଶାନ୍ତି କେବଳ ପରିବାରରେ ମିଳିଥାଏ। ହେଲେ ଭୋକିଲା ଦାଦନ ଶ୍ରମିକମାନେ ସେହି ପରିବାରଠାରୁ ଶହ ଶହ ମାଇଲ ଦୂରକୁ ଯାଇ ଖଟନ୍ତି କେବଳ ଦୁଇମୁଠା ଅନ୍ନ ପାଇଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କ ପାଇଁ ନାନା ଯୋଜନା ତିଆରି ହେଉଥିଲେ ସୁଦ୍ଧା ସେମାନେ କାହିଁକି ନିଜ ରାଜ୍ୟ ବା ଦେଶ ଛାଡ଼ି ଅନ୍ୟତ୍ର ପଳାୟନ କରନ୍ତି ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠେ। ବିଦେଶରେ ଫସିଥିବା ଭାରତୀୟମାନଙ୍କୁ କାହିଁକି ସ୍ବତନ୍ତ୍ର ବିମାନରେ ସ୍ବଦେଶକୁ ଫେରାଇ ଅଣାଯାଉଛି। ରାଜସ୍ଥାନର କୋଟାସ୍ଥିତ କୋଚିଂ ସେଣ୍ଟରଗୁଡ଼ିକରେ ପଢ଼ୁଥିବା ମଧ୍ୟବିତ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ସେମାନଙ୍କ ରାଜ୍ୟର ସରକାରମାନେ ବ୍ୟବସ୍ଥା କରୁଛନ୍ତି। ହେଲେ ଦାଦନ ଶ୍ରମିକମାନଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ କାହିଁକି? ସେମାନେ କ’ଣ ଏହି ଦେଶର ନାଗରିକ ନୁହନ୍ତି? ଏପରି ଭେଦଭାବ କାହିଁକି? ଏସବୁର ଉତ୍ତର ଖୋଜିବାକୁ ଗଲେ ନିରାଶ ହେବାକୁ ପଡ଼େ।
ସ୍ବାଭାବିକ ସମୟର ସ୍ଥିତି
ବର୍ତ୍ତମାନର ଲକ୍‌ଡାଉନ୍‌ ସମୟରେ ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ସ୍ବାଭାବିକ ବେଳରେ ସେମାନଙ୍କ ଦୁଃସ୍ଥିତିକୁ ପ୍ରତିଫଳନର ଏକ ଅବସର ହେବା ଉଚିତ। ଠିକା ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ବିନା କୌଣସି ଚୁକ୍ତିରେ କାମ କରିଥାନ୍ତି। ସେମାନଙ୍କୁ ମାସକୁ ଏକ ସର୍ବନିମ୍ନ ନିୟମିତ ମଜୁରି ପ୍ରଦାନ କରାଯିବା ପାଇଁ ଆଇନରେ ବ୍ୟବସ୍ଥା ରହିଛି। କିନ୍ତୁ ତାହା ସେମାନଙ୍କ ଭାଗ୍ୟରେ ଜୁଟି ନ ଥାଏ। ଅନେକେ ମାସ ମାସ ଧରି ପାଉଣା ପାଇ ନ ଥାନ୍ତି। ଋତୁ ଶେଷରେ ସେମାନଙ୍କୁ ବକେୟା ପଇଠ କରାଯିବାବେଳେ ମଧ୍ୟ ନିର୍ଦ୍ଧାରିତ ଅର୍ଥ ମିଳି ନ ଥାଏ। ଏହି କ୍ଷେତ୍ରରେ ନିଯୁକ୍ତଦାତା ବା ସେମାନଙ୍କୁ ଖଟାଉଥିବା ମାଲିକ ସ୍ବଚ୍ଛତା ଅବଲମ୍ବନ କରୁ ନ ଥିବା ଅଭିଯୋଗ ହୁଏ। ନିୟମିତ ଭାବେ ପାରିଶ୍ରମିକ ନ ପାଇ ଶ୍ରମିକମାନେ ନିଯୁକ୍ତିଦାତା କିମ୍ବା ସ୍ଥାନୀୟ ସାହୁକାରଙ୍କଠାରୁ କରଜ ଆଣିଥାନ୍ତି। ଏହା ସେମାନଙ୍କୁ ଅଧିକ ଆର୍ଥିକ ଅନଟନ ଭିତରକୁ ଠେଲିଦେଇ ଋଣବୋଝରେ ଡୁବାଇ ଦେଇଥାଏ।
କାର୍ଯ୍ୟ ଓ ମର୍ଯ୍ୟାଦା
ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ନାଗରିକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ସାମାଜିକ ନୀତି ପ୍ରଣୟନ କରାଯିବା ଜରୁରୀ। କେବଳ ମହାମାରୀ କରୋନା ସଂକ୍ରମଣ ବେଳେ ନୁହେଁ, ବରଂ କୌଣସି ପ୍ରକାର ଆକସ୍ମିକ ପରିସ୍ଥିତିର ସାମ୍ନା ଲାଗି ସବୁ ସମୟ ପାଇଁ ଏକ ସାମାଜିକ ନୀତି ନିର୍ଦ୍ଧାରଣ ଆବଶ୍ୟକ। କାର୍ଯ୍ୟ କରିବା ଅଧିକାର ସମେତ ସାମାଜିକ-ଅର୍ଥନୈତିକ ଅଧିକାରଗୁଡ଼ିକ ଆମ ରାଷ୍ଟ୍ର ପରିଚାଳନା ପାଇଁ ଉଦ୍ଦିଷ୍ଟ ନୀତି ନିର୍ଦ୍ଦେଶାବଳୀର ଏକ ଅଂଶବିଶେଷ। ୨୦୦୫ରେ ଜାତୀୟ ଗ୍ରାମୀଣ ମହାମତ୍ା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ) ପ୍ରଣୟନ କରି ପାର୍ଲାମେଣ୍ଟ ଦେଶର ନାଗରିକମାନଙ୍କ ଜୀବିକା ସୁନିଶ୍ଚିତ କରିଥିଲା। ଏହି ଆଇନ ବଳରେ ମେଶିନ ବଦଳରେ ଲୋକଙ୍କୁ ହାତରେ କାମ କରିବା ପାଇଁ ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ସମାନତାର ଗଣତାନ୍ତ୍ରିକ ମାନଦଣ୍ଡ ଅଧୀନରେ ଦାନରେ ବଞ୍ଚତ୍ବା ଶ୍ରମିକଙ୍କ ଆମତ୍ସମ୍ମାନକୁ ନୂ୍ୟନ କରିଦେଉଛି। ତେଣୁ ଶ୍ରମିକମାନେ ଯେପରି ଆମତ୍ସମ୍ମାନର ସହ ଜୀବନ ବିତାଇବେ ସେଥିପାଇଁ ସରକାର ଉପଯୁକ୍ତ ବ୍ୟବସ୍ଥା କରିବା ଉଚିତ ବୋଲି ମତ ପ୍ରକାଶ ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri