ଦାଦନ ଶ୍ରମିକ ଚାଲାନ ବେଲେ ଚଢ଼ଉ: ଦୁଇ ଶ୍ରମିକ ଉଧାର, ୧୩ ବ୍ୟାଗ୍‌ ଜବତ

 

ଲାଠୋର, ୭ା୧(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ହରିଶଙ୍କର ରୋଡ଼ ରେଲ ଷ୍ଟେଶନରୁ ସୋମବାର ସଖାଲେ ଜୁନାଗଡ଼-ରାୟପୁର ପାସେଞ୍ଜର ଟ୍ରେନ୍‌ରେ ଦାଦନ ଶ୍ରମିକ ଚାଲନ ହେଉଥିବାର ଖବର ପାଇ ଖପ୍ରାଖୋଲ ଶ୍ରମ ନିରୀକ୍ଷକ ଚଢ଼ଉ କରିଥିଲେ। ହେଲେ ବିଭାଗୀୟ କରମ୍‌ଚାରୀ ଅଭାବ ଲାଗି ଦୁଇଝନ୍‌ ଶ୍ରମିକକୁଁ ଉଧାର କରବାର ସଂଗେ ୧୩ଟା ବ୍ୟାଗ୍‌ ଜବତ୍‌ କରି ଲାଠୋର ପୁଲିସକେ ଖବର ଦେଇଥିଲେ। ଘଟନା ଥଲ୍‌ରେ ଦୁଇଝନ୍‌ କନେଷ୍ଟବଲ ପୁହୁଁଚି ଉଧାର ହେଇଥିବାର ଦୁଇଝନ୍‌ ଦାଦନ ଶ୍ରମିକକୁଁ ଥାନାକେ ଆନି ପଚ୍‌ରାଉଚ୍‌ରା କରିଥିଲେ। ଉଧାର ଶ୍ରମିକ ଦୁଇଝନ୍‌କ ହେଉଛନ୍‌ କୋମନା ଥାନା ଜଡ଼ାମୁଣ୍ଡା ଗଁାର ଭଗବାନ ରାଉତ(୩୫) ଆର ଜନ୍ଦ୍ରାମୁଣ୍ଡା ଗଁାର ବ୍ରଜ ରାଉତ(୩୫) ବଲି ଜନାଯାଇଛେ। ହେଲେ ଇମାନକୁ ପଚ୍‌ରାଉଚ୍‌ରାବେଲେ ଚାଲାନକାରୀ ସରଦାରର ସଠିକ୍‌ ଖବର ନାଇଁ ମିଲିପାରି। ଏନ୍‌ତାଥି ଦୁଇ ଶ୍ରମିକ୍‌କୁଁ ତାକର ଘରମାନକୁ ପଠେଇ ଦିଆଯାଇଛେ। ଦୁଇ ଶ୍ରମିକ ଗଲାବେଲେ ଜବତ ୧୩ଟା ବ୍ୟାଗ୍‌ରୁ ୩ଟା ନେଇକରି ଯାଇଥିଲେ। ବାକି ୧୦ଟା ବ୍ୟାଗ୍‌କେ ଶ୍ରମ ନିରୀକ୍ଷକ ଲାଠୋର ଥାନା ଜିମାରେ ଦେଇଥିଲେ। ହେଲେ ଥାନା କତୁରପକ୍ଷ ଜବତ ବ୍ୟାଗ୍‌ର ଜିମା ନେବାକେ ମନା କରବାର ସଂଗେ କଣ୍ଟାବାଞ୍ଜି ଜିଆରପିକେ ଜିମା ଦେବାକେ କହିଥିଲେ। ଏନ୍‌ତାଥି ଶ୍ରମ ନିରୀକ୍ଷକ ସେ ବ୍ୟାଗ୍‌ ନିଜର ହେପାଜତରେ ନେଇ ଖପ୍ରାଖୋଲ ଶ୍ରମ ଅଫିସରେ ଜିମା ଦେଇଥିବାର କହିଛନ୍‌। ଇ ବାବ୍‌ଦେ ଖପ୍ରାଖୋଲ ଶ୍ରମ ନିରୀକ୍ଷକ ସୁଧୀର କୁମାର ସାହୁକୁଁ ପଚ୍‌ରାଲାରୁ ଫିଦିନ ହରିଶଙ୍କର ରୋଡ଼ ରେଲ ଷ୍ଟେଶନରୁ ଶହ ଶହ ଦାଦନ ଶ୍ରମିକ ଚାଲାନ ହେଉଥିବାର ଇ ଚଢ଼ଉରୁ ଜନାପଡ଼ିଛେ। ହେଲେ ଆମର ପାସେ ଦରକାର ହିସାବେ କରମ୍‌ଚାରୀ ଥିଲେ ଆଏଜ୍‌ ଆହୁରି ଅନେକ ଶ୍ରମିକକୁଁ ଉଧାର କରାଯାଇ ପାରିଥାଏତା। ହେଲେ ଇ ବାବ୍‌ଦେ ଉପର ଅଧ୍‌କାରୀକଁର ସଂଗେ ଆଲୋଚନା କରି ଚଢ଼ଉ ଜୋରଦାର କରାଯିବା ଆର ବେଆଇନ୍‌ ଦାଦନ ଶ୍ରମିକ ଚାଲନକାରୀକଁର ଉପରେ କଡ଼ା ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ମାଳିବେଲ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri