ଦାଦନ ଦୁଖ୍‌: ଯାଇଥିଲେ ରୁଜ୍‌ଗାର କରି, ଫିରଲେ ଦିବ୍ୟାଙ୍ଗ ହେଇ

ଖଡ଼ିଆଳ,୩୧। ୭(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଖଇରପଦର ଗାଁର ଚରଣ ମାଝି। ସେ ଆଦିବାସୀ ସମାଜର ହେଇଥିଲାବେଲେ କାମ୍‌ଧଁଦାର ଲାଗି ଗୁଜରାଟ ଗାନ୍ଧିଧାମ ଅଂଚଲକେ ଦାଦନ ଖଟି ଯାଇଥିଲେ। ହେଲେ ବାଟେ ଟ୍ରେନରୁ ତାକର ଗୋଡ଼ ଖସରି ଯାଇ ଦୁରଘଟନାର ଶିକାର ହେଲେ। ଏହେଦେ ସେ ଟଁକା ପଏସା ଅଭାବୁ ଚିକିସତ୍ା କରେଇ ନାଇଁପାରି କରି ଘରେ ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌।
ସୂଚନା ହିସାବେ ଚଲତି ବଛର ଜୁଲାଇ ୧୨ ତାରିଖ ଖଇରପଦରର ଚରଣ ମାଝି ଗାଁର କେତେ ପିଲାକର ସଂଗେ ଗୁଜରାଟର ଗାନ୍ଧିଧାମ ଅଂଚଲକେ ଦାଦନ ଖଟବାର ଲାଗି ଟ୍ରେନରେ ଯାଇଥିଲେ। ହେଲେ ମହାରାଷ୍ଟ୍ରର ଅକୁଲା ରେଲ ଷ୍ଟେଶନରେ ଟ୍ରେନ ଅଟକିଲାରୁ ଚରଣ ପାଏନ୍‌ ଆନବାକେ ବାହାରକେ ଯାଇଥିଲେ। ଟ୍ରେନ ଷ୍ଟେଶନ ଛାଡ଼ଲା ସମିଆରେ ଚରଣ ତରାବୁରା ହେଇ ଟ୍ରେନକେ ଚଢ଼ଲାବେଲେ ତାକର ଗୋଡ଼ ଖସରି ଯାଇଥିଲା। ଯେନ୍‌ଥିରେ ଚରଣର ଭୁଜନି ଗୋଡ଼ ପୂରା ଭାଂଗି ଯାଇଥିଲାବେଲେ ଡେବ୍‌ରି ପାଦ୍‌ରେ ବନେ ଆଘାତ ଲାଗିଥିଲା। ଏନ୍‌ତାଥି ଚରଣକେ ଗୁରୁତର ଅବସ୍‌ତାରେ ସଂଗେ ଥିବାର ଗଁାର ପିଲାମାନେ ଉଧାର କରି ମହାରାଷ୍ଟ୍ର ଅକୁଲା ସରକାରୀ ଡାକ୍‌ତରଖାନାରେ ପ୍ରାଥମିକ ଚିକିସତ୍ା କରେଇଥିଲେ। ପଛେ ଗଁାର ପିଲାମାନେ ସେଠାନୁ ୨୨ ହଜାର ଟଁକାରେ ଗୁଟେ ଆମ୍ବୁଲାନ୍ସ ଭଡ଼ା କରି ଚରଣକେ ଖଇରପଦର ନିଜର ଗଁାକେ ଆନିଥିଲେ। ଗଁାରେ ପୁହୁଁଚିଲା ଉତାରୁ ପିଲାମାନେ ଗାଁବାସୀକରନୁ ଚଁାଦା କରି ୨୨ ହଜାର ଟଁକା ଆମ୍ବୁଲାନ୍ସ ଭଡ଼ା ଦେଇଥିଲେ। ଏହେଦେ ଚରଣର ଚିକିସତ୍ା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ଥିଲାବେଲେ ଟଁକା ପଏସା ଅଭାବୁ ପରିବାର ଲୋକ୍‌ ଭାଂଗି ପଡ଼ିଛନ୍‌। ଇଆଡ଼େ ଚରଣ ଚିକିସତ୍ା ଅଭାବୁ ଘରେ ପଡ଼ିରହି ଜୀବନ୍‌ ମରନ୍‌ ସଂଗେ ଯୁଝୁଥିବାର ତାକର ମାଏକିନା ଚନ୍ଦ୍ରକାନ୍ତି ଆର ପରିବାର ଲୋକ୍‌ କହିଛନ୍‌। ଏନ୍‌ତାଥି ଚରଣକୁଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ସାମିଲ କରି ଚିକିସତ୍ା ସୁବିଧା ଯୁଗେଇ ଦେବାକେ ଖଇରପଦର ଗାଁବାସୀ ନୂଆପଡ଼ା ଜିଲାପାଲକୁଁ ଅନୁରୋଧ କରିଛନ୍‌। ଇ ବାବ୍‌ଦେ ଖଡ଼ିଆଳ ବ୍ଲକ ସାମାଜିକ କଲ୍ୟାଣ ସଂପ୍ରସାରଣ ଅଧ୍‌କାରୀ ନିର୍ମଳ ଧରୁଆକୁଁ ପଚରାଲାରୁ ସରକାରୀ ନିୟମ ହିସାବେ ଚରଣକୁଁ ସାହାଯ୍‌ ଯୁଗେଇ ଦିଆଯିବା ବଲି ସେ କଥା ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri