ଦସ୍ତଖତ ନେଇ ଅଢ଼େଇ କୋଟି ଟଙ୍କା ଋଣ ଉଠାଣ

ବଇଣ୍ଡା,୨୫ା୧(ଡି.ଏନ.ଏ.)

ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା, ବାସୁଦେବପୁର, ଧଣ୍ଡାତୋପା, ଆରମପୁର ଆଦି ଗ୍ରାମର ୨୫୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଦସ୍ତଖତ ନେଇ ଠାକୁରଗଡ଼ସ୍ଥିତ ଓଡ଼ିଶା ଗ୍ରାମ ବ୍ୟାଙ୍କ ଶାଖାରୁ ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରାଯାଇଥିବା ଜଣାପଡ଼ିଛି। ଦୀର୍ଘ ୮ ବର୍ଷ ତଳେ ଏହି ଋଣ କରାଯାଇଥିବାବେଳେ ପରିଶୋଧ କରିବା ପାଇଁ କିଛିଦିନ ତଳେ ବ୍ୟାଙ୍କ ପକ୍ଷରୁ ଚାଷୀମାନଙ୍କୁ ନୋଟିସ ଦିଆଯାଇଛି। ଫଳରେ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି।
ଅଲେଖପୁର ଗ୍ରାମର ଚାଷୀ ସୌରା ପ୍ରଧାନ, ଉଦ୍ଧବ ସାହୁ, ଯାଦବ ସାହୁ, କୈଳାସ ପ୍ରଧାନ, ଅମାସମା ଗ୍ରାମର ରବି ପ୍ରଧାନ, ରମେଶ ନାୟକ, ଜନକ ପ୍ରଧାନଙ୍କ ଅଭିଯୋଗ କରିଛନ୍ତି ଯେ, ୨୦୧୨ରେ କିଶାନ କ୍ରେଡିଟ କାର୍ଡ ଯୋଗେ ପୁରୁଣାପାଣି ଗ୍ରାମର ଜନୈକ ବ୍ୟକ୍ତି ଋଣ କରାଇଦେବା ପାଇଁ କହି ଏକ ଫର୍ମରେ ଦସ୍ତଖତ ନେଇଥିଲେ। ପରେ ଯେଉଁ ସ୍କିମରେ ସରକାର ଋଣ ଦେବା କଥା ସେହି ସ୍କିମ ବନ୍ଦ କରି ଦିଆଯାଇଛି ବୋଲି ସମ୍ପୃକ୍ତ ବ୍ୟକ୍ତି ଜଣକ କହିଥିଲେ। ହେଲେ କିଛିମାସ ହେବ ପ୍ରତ୍ୟେକ ଚାଷୀଙ୍କ ନାମରେ ୮୦ ହଜାରରୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଶୁଝିବା ପାଇଁ ନୋଟିସ ଦିଆଯାଇଛି। ଉକ୍ତ ନୋଟିସ ପାଇବା ପରେ ଚାଷୀମାନେ ଶାଖା ପରିଚାଳକ ଓ ଦସ୍ତଖତ ନେଇଥିବା ବ୍ୟକ୍ତିଙ୍କ ଦ୍ୱାରସ୍ଥ ହୋଇଥିଲେ। ଶାଖା ପରିଚାଳକ ଚାଷୀମାନଙ୍କୁ ସେମାନଙ୍କ ନାଁରେ ଋଣ ନିଆଯାଇଛି କହି ପରିଶୋଧ କରିବାକୁ ପଡ଼ିବ ବୋଲି ପରାମର୍ଶ ଦେଇଥିଲେ। ପରେ ଚାଷୀମାନେ ଦସ୍ତଖତ ନେଇଥିବା ଯୁବକଙ୍କୁ ଅବଗତ କରାଇଥିଲେ ମଧ୍ୟ ଏହି ନୋଟିସ କିଛି ନୁହେଁ ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ। ତୁରନ୍ତ ଏହାର ତଦନ୍ତ କରି ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଶାଖା ପରିଚାଳକ ଜିତେନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଏ ନେଇ କୌଣସି ମନ୍ତବ୍ୟ ଦେଇ ନ ଥିଲେ। ଠାକୁରଗଡ଼ ଆଇଆଇସି ଗବାକ୍ଷ ନାୟକ କୁହନ୍ତି, ଋଣ କରିବା ଠକେଇ ଅଭିଯୋଗ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ପରେ ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘର ଛାତରୁ ଖସି ପଡ଼ିଲେ ମହିଳା: ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘର…

ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବାପ-ପୁଅ: ପେଟରୁ ବାହାରି ପଡ଼ିଲା ଅନ୍ତବୁଜୁଳା, ଉଭୟ…

ବୈଶିଙ୍ଗା, ୧୮।୭ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଟୋଲ୍ ଗେଟ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଡ଼ି…

ଲଘୁଚାପ ବର୍ଷାରେ ବୁଡ଼ିଲା ବିଦ୍ୟାଳୟ, ଶ୍ରେଣୀ ଗୃହରେ ବିଷଧର ସାପ ପଶିବାରୁ ଆତଙ୍କ: ସାମ୍ନାକୁ ଆସିଲା ‘୫ଟି’ ରୂପାନ୍ତରୀକରଣର…

ଧାମନଗର, ୧୮।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ…

ବର୍ଷାରେ ଭିଜି ରଥ ଟାଣିଲେ ଭକ୍ତ: ତିନି ଦିନ ପରେ ମାଉସୀମା ମନ୍ଦିରରେ ପହଞ୍ଚିଲେ ରାଜନଗର ଦଧିବାମନ ଜିଉ

ପାଟଣା, ୧୮।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ରାଜନଗର ସ୍ଥିତ ଶ୍ରୀ ଦଧିବାମନ ଜୀଉଙ୍କ ଘୋଷଯାତ୍ରାରେ ଘଟିଥିବା ରଥ ଅଘଟଣର ସଫଳ ସମାଧାନ…

ଭାଇ ସହ ହେଲା କଳି ଏମତି କାଣ୍ଡ କରିଦେଲେ ୧୩ ବର୍ଷର …

ଛତ୍ରପୁର, ୧୮।୭ (ଦିଲ୍ଲୀପ ସାମଲ): ଛତ୍ରପୁର ଅଞ୍ଚଳରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ମାଉଜର,ଗଞ୍ଜେଇ ସହ ୬ ଗିରଫ ପୋଲିସକୁ ଚକମା ଦେଇ ଖସିଯାଉଥିଲେ

ଭଞ୍ଜନଗର,୧୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଅପରାଧି ଦମନରେ ବିଗତ କିଛି ମାସ ହେବ ଲାଗିପଡ଼ିଛି। ଏହିଭଳି ଶନିବାର ପୋଲିସ ଦୁଇଟି ମାମଲାରେ ୬ ଜଣଙ୍କୁ…

ନିଟ୍-ୟୁଜି ପ୍ରବେଶିକାରେ ନିର୍ଲିପ୍ତାଙ୍କ କୃତିତ୍ୱ: ପରିଶ୍ରମର ମିଳିଲା ଫଳ

ଅମରପାଲି, ୧୮୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମର ମେଧାବୀ ଛାତ୍ରୀ ନିର୍ଲିପ୍ତା କୁରକୁରିଆ ଚଳିତ ବର୍ଷର ନିଟ୍-ୟୁଜି (NEET-UG) ପ୍ରବେଶିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri