ମାଉଜର,ଗଞ୍ଜେଇ ସହ ୬ ଗିରଫ ପୋଲିସକୁ ଚକମା ଦେଇ ଖସିଯାଉଥିଲେ

ଭଞ୍ଜନଗର,୧୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ପୋଲିସ ଅପରାଧି ଦମନରେ ବିଗତ କିଛି ମାସ ହେବ ଲାଗିପଡ଼ିଛି। ଏହିଭଳି ଶନିବାର ପୋଲିସ ଦୁଇଟି ମାମଲାରେ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ମାଉଜର, ଗୋଟିଏ ମାଗାଜିନ୍, ୨ ରାଉଣ୍ଡ ଗୁଳି, ୨ ଟି ବାଇକ୍, ଗୋଟିଏ କାର, ୩୫ କେଜି ଗଞ୍ଜେଇ ଜବତ କରାଯାଇଛି । ୬୬୬/୨୬ ନମ୍ବର୍ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଇନ୍ଦ୍ରଗଡର ବାପୁଜୀ ନାୟକ ଓ ସୁଶାନ୍ତ ମଲ୍ଲିକ। ସେମାନଙ୍କ ଠାରୁ ୩୫ କେଜି ୫୫୦ ଗ୍ରାମ ଗଞ୍ଜେଇ ସହ ଗୋଟିଏ କାର ଗାଡି ଜବତ କରାଯାଇଛି । ଅଭିଯୁକ୍ତଦ୍ୱୟ କନ୍ଧମାଳରୁ ଗଞ୍ଜେଇ କାର ଯୋଗେ ବ୍ରହ୍ମପୁର ନେଉଥିଲେ। ଏହି ସମୟରେ ଭଞ୍ଜନଗର ପୋଲିସ ଡହ ରୋଡରେ ସନ୍ଦେହରେ ଉକ୍ତ ଦୁଇ ଅଭିଯୁକ୍ତକୁ ଅଟକ ରଖିଥିଲେ। କିନ୍ତୁ ଅଭିଯୁକ୍ତଦ୍ୱୟ ସେଠାରୁ ଫେରାର ହେବାପାଇଁ ଉଦ୍ୟମ କରିଥିଲେ। ପୋଲିସ ଗୋଡ଼ାଇ ସେମାନଙ୍କୁ କାବୁ କରିଥିଲେ। ସେହିଭଳି ଅନ୍ୟ ୪ ଅଭିଯୁକ୍ତ ଗତକାଲି ଭଞ୍ଜନଗର ଚକରା ବିଷୋୟୀ ଛକରେ ପୋଲିସ ଗାଡି ଦେଖି ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ। ପୋଲିସ ସେମାନଙ୍କୁ ପିଛା କରି କାବୁ କରିବା ସମୟରେ ଅଭିଯୁକ୍ତ ମାନେ ପୋଲିସ କୁ ପାଲଟା ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏହାପରେ ପୋଲିସ କୌଶଳ କ୍ରମେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ମାନଙ୍କ ନାମରେ ଜିଲାର ଅନେକ ଥାନାରେ ହତ୍ୟା ଭଳି ବହୁ ଅପରାଧିକ ମାମଲା ଅଛି। ଏଥିସହ ଗଞ୍ଜେଇ ଚାଲାଣ ରେ ଅଭିଯୁକ୍ତ ମାନେ ମଧ୍ୟ ଜଡିତ ଅଛନ୍ତି। ସେମାନେ ଗଞ୍ଜେଇ ବ୍ୟବସାୟୀଙ୍କୁ ଏସ୍କର୍ଟ ଦେଇ ନେଉଥିଲେ। ୬୭୦/୨୬ ମାମଲାରେ ଗିରଫ ୪ ଜଣ ହେଲେ ଭୋଳା ନାହାକ, ଭାଗିରଥି ଗୌଡ, ବେଲାରସେନ୍ ସ୍ୱାଇଁ ଓ ବଂଶୀଧର ବିଷୋୟୀ। ଏନେଇ ଶନିବାର ଭଞ୍ଜନଗର ଥାନାରେ ଅନୁଷ୍ଟିତ ଏକ ଖବରଦାତା ସମ୍ମିଳନୀରେ ଏସ ଡି ପି ଓ ଡ ଦୀପକ ମିଶ୍ର ତାହା ପ୍ରକାଶ କରିଛନ୍ତି। ଏହି ସମୟରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ ଆଇ ଲକ୍ଷ୍ମୀଧର ମହାନ୍ତି, ସମୀର କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା BCCIର ନିଷ୍ପତ୍ତି: ଆଫଗାନିସ୍ତାନ ସିରିଜ୍‌ରୁ ୮ ଷ୍ଟାର୍‌ ଖେଳାଳି ଆଉଟ୍‌, ପଛରେ ରହିଛି ଏହି ବଡ଼ କାରଣ!

ନୂଆଦିଲ୍ଲୀ,୨।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସେପ୍ଟେମ୍ବର ୧ରେ ବିସିସିଆଇ ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା…

ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

ଫେମ୍‌ ଇଣ୍ଡିଆର ଟପ୍‌ ୨୫ରେ ଝାରସୁଗୁଡ଼ା ଏସ୍‌ପି: ଓଡ଼ିଶା ପୋଲିସ ପାଇଁ ଆଣିଲେ ଗୌରବ

ଝାରସୁଗୁଡ଼ା,୨ା୯(ଆଶିଷ ରଞ୍ଜନ ଦାଶ):ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ପ୍ରମୁଖ ପୋଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ…

ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ…

ଛାତରୁ ଝରୁଛି ପାଣି, ଖସୁଛି ପ୍ଲାଷ୍ଟର: ଅବ୍ୟବସ୍ଥା ମଧ୍ୟରେ ବଡ଼ଛତ୍ରଙ୍ଗ ହାଇସ୍କୁଲ

ଥୁଆମୂଳ ରାମପୁର,୨ା୯ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବଡ଼ଛତ୍ରଙ୍ଗ ହାଇସ୍କୁଲ ସମ୍ପ୍ରତି ଘୋର ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି। ୧୯୬୬ ମସିହାରେ ସ୍ଥାପିତ ଏହି ପୁରାତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ୬ ଐତିହାସିକ ରେକର୍ଡ, ଭାଙ୍ଗିବା ପ୍ରାୟ ଅସମ୍ଭବ!

ନୂଆଦିଲ୍ଲୀ,୨।୯: ଖୁବ କମ ବୟସରେ କ୍ରିକେଟ ଜଗତରେ ବଡ଼ ନାଁ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ଯେଉଁ ସିରିଜ କିମ୍ବା ଟୁର୍ନାମେଣ୍ଟରେ ଖେଳୁଛନ୍ତି, ସେଠାରେ କୌଣସି ନା…

ଓଡ଼ିଶାରେ ‘ପରମାଣୁ ଶକ୍ତି’ କେନ୍ଦ୍ର ପାଇଁ ଜମି ଖୋଜାଚାଲିଛି

ଭୁବନେଶ୍ୱର,୨ା୯ (ରବିନାରାୟଣ ଜେନା): ଓଡ଼ିଶାରେ ପରମାଣୁ ଶକ୍ତି ପ୍ରକଳ୍ପ ପାଇଁ ସରକାର ଓ ବୃହତ୍‌ ଶିଳ୍ପସଂସ୍ଥା ଜମି ଖୋଜୁଛନ୍ତି। ଏଥିପାଇଁ ଦୁଇଟି ସ୍ଥାନରେ ପ୍ରାଥମିକ ପର୍ଯ୍ୟାୟରେ ଜମି…

ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ୧,୦୫୦ ଟପିଲା

କାଠମାଣ୍ଡୁ,୨ା୯: ନେପାଳର ପ୍ରଳୟଙ୍କରୀ ଅଚାନକ ବନ୍ୟାଜନିତ ମୃତ୍ୟୁସଂଖ୍ୟା ମଙ୍ଗଳବାର ୧,୦୫୦ ଟପିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକ ମୃତଦେହ ମିଳୁଥିବା ଅଧିକାରୀମାନେ କହିଛନ୍ତି। ଲଗାଣ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri