ଦଶମ ଶ୍ରେଣୀ ପାଇଁ ନୂଆ ସିଲାବସ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ଚଳିତ ବର୍ଷ ନବମ ଶ୍ରେଣୀରୁ ପାସ୍‌ ହୋଇ ଦଶମକୁ ଯିବାକୁ ଥିବା ପିଲାମାନେ ନୂଆ ବହି ପାଇବେ। ଅର୍ଥାତ୍‌ ଚଳିତ ବର୍ଷ ଦଶମ ଶ୍ରେଣୀ ସିଲାବସ୍‌ରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ମୋଟ ୧୪ଟି ବିଷୟ ମଧ୍ୟରୁ ୮ଟିରେ ପରିବର୍ତ୍ତନ କରାଯାଇଛି। ୨୦୧୩ ମସିହାରୁ ଦଶମ ସିଲାବସ୍‌ରେ ପରିବର୍ତ୍ତନ କରାଯାଇ ନ ଥିଲା। ୭ ବର୍ଷ ପରେ ଏଥର ପିଲାମାନେ ନୂଆ ସିଲାବସ୍‌ ପାଇବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦଶମ ବହି ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇ ନ ଥିଲେ ମଧ୍ୟ ଅଧିକାଂଶ ବିଷୟରେ ଆଂଶିକ ପରିବର୍ତ୍ତନ ହୋଇଛି। ମୋଟ ଉପରେ କହିବାକୁ ଗଲେ ଚଳିତ ଥର ପିଲାମାନେ ନୂଆ ବିଷୟ ପଢିବେ ବୋଲି ସେ କହିଛନ୍ତି। ଲକ୍‌ଡାଉନ ଉଠିବା ମାତ୍ରେ ନୂଆ ବହି ବଜାରକୁ ଛଡାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସେକ୍ରେଟାରୀ ରାମାଶିଷ ହାଜିରା ସୂଚନା ଦେଇଛନ୍ତି। ବହି ଛପା ସରି ସମସ୍ତ କାର୍ଯ୍ୟ ଶେଷ ହୋଇ ସାରିଥିବା ମଧ୍ୟ ସେ କହିଛନ୍ତି। ସମୀର ଆହୁରି କହିଛନ୍ତି ଯେ, ଲକ୍‌ଡାଉନ୍‌ ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ସମସ୍ୟା ଦେଖାଦେଇଛି। ଏ ସମସ୍ୟା କିପରି ଦୂରହେବ ସେନେଇ ସରକାର ପଦକ୍ଷେପ ନେଉଛନ୍ତି। ପ୍ରଥମ ପର୍ଯ୍ୟାୟରେ କେବଳ ପୁରୀ ଜିଲାରେ ପ୍ରଥମରୁ ଅଷ୍ଟମ ଶ୍ରଣୀ ପିଲାଙ୍କ ପାଖରେ ପାଠ୍ୟପୁସ୍ତକ ପହଞ୍ଚାଇବାକୁ ଜିଲାପାଳଙ୍କ ସହ ଆଲୋଚନା ହୋଇଛି। ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଚିଠି ଦିଆଯାଇଛି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ବହି ବ୍ଲକ ଓ ସ୍କୁଲରେ ପହଞ୍ଚିସାରିଛି। ୨୫ ସୁଦ୍ଧା ପିଲାମାନଙ୍କ ପାଖରେ ବହି ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏହାଛଡ଼ା ମେ ୩ ତାରିଖ ଲକ୍‌ଡାଉନ୍‌ ଅବଧି ଶେଷ ହେବା ପରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri