Posted inରାଜ୍ୟ

ଦଳେଇଘାଇ ନଦୀବନ୍ଧ ଅନୁଧ୍ୟାନ କଲେ ମୁଖ୍ୟଯନ୍ତ୍ରୀ : ବାଲି, ଖାଲିବ୍ୟାଗ ମହଜୁଦ ରଖିବାକୁ ନିର୍ଦ୍ଦେଶ

ବିରିଡ଼ି,୨୦।୬(ଡି.ଏନ.ଏ.): ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ଜଳସମ୍ପଦ ବିଭାଗ ମନ୍ତ୍ରୀ ପଦ ମିଳିବା ପରେ ଜଗତସିଂହପୁର ଜିଲାରେ ଏହି ବିଭାଗର କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଧିକ୍ଷଣ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଜିଲା ପରିଦର୍ଶନରେ ଆସି ବିଭିନ୍ନ କାର୍ଯ୍ୟ ତଦାରଖ କରୁଛନ୍ତି। ଏହି କ୍ରମରେ ବନ୍ୟା ମୁକାବିଲା ପାଇଁ ବୁଧବାର ମୁଖ୍ୟଯନ୍ତ୍ରୀ ବନ୍ଧ ନିରାପତ୍ତା ବିଭାଗ ସୁନିଲ ନାୟକ, ଇଷ୍ଟର୍ନ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ବାଲେଶ୍ୱରନାଥ ସାହୁ, ଜଗତ୍‌ସିଂହପୁର ନିର୍ବାହୀଯନ୍ତ୍ରୀ ଉମାକାନ୍ତ ମହାନ୍ତି, ବାଲିଆ ସହକାରୀ ନିର୍ବାହୀ ଯନ୍ତ୍ରୀ ଦଳପତି ମଣ୍ଡଳ ଓ ଦଳେଇଘାଇ ସହାକାରୀ ଯନ୍ତ୍ରୀ ସୁବୋଧ ମହାପାତ୍ର ପ୍ରମୁଖ ଦଳେଇଘାଇ ନଦୀବନ୍ଧ ପରିଦର୍ଶନ କରିଛନ୍ତି। ଏହି ଅବସରରେ ତୁରନ୍ତ ଦଳେଇଘାଇ ସେକ୍ସନରେ ୨୭୫ ଘନମିଟର ବାଲି, ୧୫ ହଜାର ଖାଲି ଗନି ବ୍ୟାଗ, ଶଙ୍ଖାରୀସାହି ସେକ୍ସନରେ ୪ ଶହ ଘନମିଟର ବାଲି ଓ ୩୦ ହଜାର ଖାଲି ଗନି ବ୍ୟାଗ, ବାଲିଆ ସେକ୍ସନରେ ୪ ଶହ ଘନମିଟର ବାଲି ସହ ୧୫ ହଜାର ଖାଲି ଗନି ବ୍ୟାଗ ମହଜୁଦ ରଖିବାକୁ ମୁଖ୍ୟଯନ୍ତ୍ରୀ ନାୟକ ଜଗତ୍‌ସିଂହପୁର ନିର୍ବାହୀ ଯନ୍ତ୍ରୀ ଓ ବାଲିଆ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ପ୍ରତ୍ୟେକ ସେକ୍ସନରେ କନିଷ୍ଠ ଯନ୍ତ୍ରୀମାନେ ସବୁଦିନ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯିଏ ଅଫିସ ନ ଆସି କାର୍ଯ୍ୟରେ ଖିଳାପ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପରେ ସେ ମାଛଗଁା କନୋଲର ଦୁରାବସ୍ଥା ଦେଖିଥିଲେ। ଯେପରି କୃତ୍ରିମ ବନ୍ୟା ନ ହୁଏ, ସେଥିପ୍ରତି ସଜାଗ ରହିବାକୁ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଶାଖା, ଉପଶାଖା କେନାଲଗୁଡିକ କିପରି ସଫା କରାଯିବ ସେଥିପାଇଁ ଧ୍ୟାନ ଦେବାକୁ ଅଧୀକ୍ଷଣ ଯନ୍ତ୍ରୀ ସାହୁ ଯନ୍ତ୍ରୀମାନଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri