ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ରାଜନୈତିକ ବିବାଦକୁ ନେଇ ବିଜେଡି ଓ ଭାଜପା ସମର୍ଥକମାନେ ମୁହଁାମୁହିଁ ହେବା ସହ ସୋମବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଯାଇଥିଲା। ଦଳୀୟ ପତାକା ପୋଡ଼ି ସାଙ୍ଗକୁ ଅସ୍ଥାୟୀ ଟୁଙ୍ଗୀକୁ ଭଙ୍ଗାରୁଜା କରାଯାଇଛି। ଏହାକୁ ନେଇ ଘଣ୍ଟେଶ୍ୱର ଅଞ୍ଚଳରେ ରାସ୍ତାରୋକୋ କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ସୂଚନା ଅନୁସାରେ, ଏକ ଘରୋଇ ବିବାଦକୁ ନେଇ ଦୁଇ ଭାଇଙ୍କର ପକ୍ଷ ଦୁଇ ରାଜନୈତିକ ଦଳର ସମର୍ଥକମାନେ ନେବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ତୋଟାପଡା ଛକରେ ଥିବା ବିଜେଡି ପତାକାକୁ ପୋଡିବାକୁ ନେଇ ବିଜେଡି ସମର୍ଥକମାନେ ଭାଜପାର ଅସ୍ଥାୟୀ ଦଳୀୟ ଟୁଙ୍ଗୀକୁ ଭାଙ୍ଗି ଦେଇଛନ୍ତି। ସେହିପରି ମହିମାମଣି ମନ୍ଦିର ନିକଟରେ ଥିବା ବିଜେଡିର ଦଳୀୟ ଟୁଙ୍ଗୀକୁ ଭାଜପା ସମର୍ଥକମାନେ ଭାଙ୍ଗି ଦେଇଛନ୍ତି। କେତେକ ବିଜେଡି ସମର୍ଥକ ଅଭିଯୋଗ କରିବାକୁ ଘଣ୍ଟେଶ୍ୱର ଫାଣ୍ଡିକୁ ଯାଇଥିବା ବେଳେ ସେମାନଙ୍କ ଉପରେ ମାଡ଼ ହୋଇଥିବା ନେଇ ଅଭିଯୋଗ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେଡି ପକ୍ଷରୁ ତୋଟାପଡା ଛକରେ ରାସ୍ତାରୋକୋ କରାଯାଇଥବା ବେଳେ ଭାଜପା ପକ୍ଷରୁ ଘଣ୍ଟେଶ୍ୱର ହାଟ ନିକଟରେ ରାସ୍ତାରୋକୋ ଓ ଧାରଣା ଦିଆଯାଇଥିଲା।  ଭାଜପା ପକ୍ଷରୁ ମାଣିପୁର ଛକରେ ମଧ୍ୟ ରାସ୍ତାରୋକୋ କରାଯାଇଥିଲା। ଏସ୍‌ଡିପିଓ ଉମାଶଙ୍କର ମହାରଣା ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢିଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଆଉ ତା’ପରେ…

ବାଲେଶ୍ୱର,୨୦।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l ଏହି ଗ୍ରାମର ବିଜୟ ବେହେରାଙ୍କ ପରିବାର…

ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କଲେ ସ୍ବାମୀ: ଆଉ ତା’ପରେ ଘଟିଲା…

ବାଲେଶ୍ୱର,୨୦ା୫(ବାଞ୍ଛାନିଧି ଦେ):ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ୍‌ ଅଭିଯୋଗରେ ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନୁଯାୟୀ, ବିବାହ…

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri