ଦର୍ଶକଙ୍କୁ ବାନ୍ଧିରଖିଲା ମଞ୍ଚନାଟକ ମିଛ ସଂସାର

ବୀରମହାରାଜପୁର, ୨୯ା୪(ଡି.ଏନ.ଏ.)  ବର୍ତ୍ତମାନର ସିନେମା, ଟେଲିଭିଜନ ଓ ଇଣ୍ଟରନେଟ୍‌ ଯୁଗରେ ମଧ୍ୟ ମଞ୍ଚନାଟକର ଆଦର କିମ୍ବା ଆକର୍ଷଣ କମିନାହିଁ।  ଏହା ପ୍ରତିପାଦିତ କରିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ନିକଟବର୍ତ୍ତୀ କମଳପୁର ଗ୍ରାମ ଯୁବନାଟ୍ୟ ସଂସଦର ସୌଖୀନ କଳାକାର ଗଣ।  ସେମାନେ ମଞ୍ଚସ୍ଥ କରିଥିଲେ ସାମାଜିକ ନାଟକ ମିଛ ସଂସାର। ସାମ୍ପ୍ରତିକ ସମାଜର ନିଚ୍ଛକ  ଘଟଣା ପ୍ରବାହ ଉପରେ ପର୍ଯ୍ୟବେଶିତ ଉକ୍ତ ମଞ୍ଚ ନାଟକ ଥିଲା ଅନୁଷ୍ଠାନର ୯୦ତମ କୃତି। ଏହା ପୂର୍ବରୁ ଯୁବନାଟ୍ୟ ସଂସଦର ପ୍ରୟାସରେ ପରିବେଷିତ ହୋଇଥିବା ୯ଟି ନାଟକକୁ ଅଶେଷ ସଫଳତା ମିଳିଥିବାରୁ କଳାକାରମାନେ ଉତ୍ସାହିତ ହୋଇ  ବିଜୟ ଧାରାକୁ ବଜାୟ ରଖିଛନ୍ତି। ଏଥରର ମଞ୍ଚ ନାଟକକୁ  ଶଙ୍କରଜିତ କର୍ଣ୍ଣ ନିର୍ଦ୍ଦେଶନା ଦେଇଥିଲେ। ଏହାର ପ୍ରମୁଖ ଭୂମିକାଗୁଡ଼ିକୁ ରୂପଦେଇଥିଲେ କୃତିବାସ ମେହେର, ହୃଷିକେଶ ମେହେର, କୈଳାସଚନ୍ଦ୍ର ପଣ୍ଡା, ବିବସ୍ବତି ପଣ୍ଡା, ସନ୍ତୋଷ ସାହୁ ଏବଂ ନାରୀ ଚରିତ୍ରରେ ପୁଷ୍ପା ମହାନ୍ତି ଓ ସଞ୍ଜିତା ବେହେରା।  ବାପି ଭାଇ ଏହି ନାଟକ ପାଇଁ ପ୍ରଚ୍ଛଦପଟ ସଂଗୀତ ସଂଯୋଜନା କରିଥିଲେ। କଳାକାରମାନଙ୍କ ଜୀବନ୍ତ ତଥା ନିଖୁଣ ଅଭିନୟ ତାହାର ଯବନିକା ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ବିଳମ୍ବିତ ରାତି ଯାଏ ଗ୍ରାମବାସୀଙ୍କ ସହ ଆଖପାଖର ଅଗଣିତ ଦର୍ଶକ ମନଭରି ଏହାକୁ ଉପଭୋଗ କରିଥିଲେ।

ନାଟକ ପରିବେଷଣ କରାଯିବା ପୂର୍ବରୁ ଆୟୋଜିତ ସାଂସ୍କୃତିକ ସଭାରେ ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବୀରମହାରାଜପୁର ବ୍ଲକ ସଭାପତି ସଂଘ ସଭାପତି ସରୋଜ ବାରିକ, ହିଲୁଙ୍ଗ ସରପଞ୍ଚ ଅଶୋକ ମହାକୁର, ବରିଷ୍ଠ ଶିକ୍ଷକ ଲଳିତ ମୋହନ ପଣ୍ଡା ଓ  ରବୀନ୍ଦ୍ର ହୋତା ସମ୍ମାନିତ ଅତିଥିଭାବେ ସଂମ୍ବୋଧିତ କରିଥିଲେ। ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ନାରାୟଣ ଲୁହା ଉକ୍ତ ସଭାରେ ପୌରିହିତ୍ୟ କରିଥିଲେ।କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଦ୍ୟାପତି ପଣ୍ଡା। ଏହି ଅବସରରେ ଅଞ୍ଚଳର ୧୧ ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ପ୍ରଭାତ ଦାସ, ଅବିନାଶ ହୋତା, ଏହିସାସ ହୋତା, ସୁଦର୍ଶନ ବିଶ୍ୱାଳ, ପିତବାସ ଶତପଥୀ, ଶିନ୍ନିବାସ ଗୁରୁ , ଦଶରଥ ମେହେର, ନାରାୟଣ ମହାକୁର, ଶେଷଦେବ ବାରିକ, ସତ୍ୟବାନ ପୁରୋହିତ ପ୍ରମୁଖ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ…

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri