ଦର୍ଶକଙ୍କ ମନର କଥାକୁ ନାଟକରେ ପ୍ରତିଫଳିତ କରିଥାଏ

ସତେଯେମିତି ପିଲାଟିଦିନରୁ ତାଙ୍କୁ ଅଭିନୟ ନିଶା ଘାରିଥିଲା। ସେତେବେଳେ ଗଁ। ଗହଳିରେ ନାଟକ, ନୃତ୍ୟନାଟିକା, ପାଲା, ଧୁଡୁକି, ଦାସକାଠିଆ ଆଦି ଦେଖିବା ତାଙ୍କର ଏକ ଅଭ୍ୟାସ ପାଲଟି ଯାଇଥିଲା। ନାଟକଟିଏ ଦେଖି ଫେରିବା ପରେ ସେ ଘରକୁ ଆସି ଠିକ୍‌ ସେହିପରି ଅଭିନୟ କରୁଥିଲେ। ଏହାଦେଖି ତାଙ୍କ ବୁଢ଼ୀମା ଦିନେ କହିଥିଲେ ‘ଏ ଟୋକା ଦିନେ ନାଟୁଆ ହେବ’। ଆଉ ଆଜି ତାହା ସତରେ ପରିଣତ ହୋଇଛି। ସେ ହେଲେ ବର୍ତ୍ତମାନ ଥିଏଟର ଜଗତର ଅନ୍ୟତମ ନାମୀ ନାଟ୍ୟକାର, ନିର୍ଦ୍ଦେଶକ ତଥା ଅଭିନେତା ପ୍ରଦୀପ୍‌ ବିଶ୍ୱାଳ। ୧୯୬୩ ଏପ୍ରିଲ ୩୦ରେ ପୁରୀ ଜିଲା କୋଣାର୍କ ଅନ୍ତର୍ଗତ ଖନ୍ଦୋଳ ଗଁ।ରେ ଜନ୍ମିତ ଏହି ବ୍ୟକ୍ତିତ୍ୱଙ୍କର ପେସାଦାର ଅଭିନୟ ଜୀବନ ଆରମ୍ଭ ହୋଇଥିଲା ୧୯୮୪ରେ। ଦୀର୍ଘ ୨୫ ବର୍ଷର ଅଭିନୟ ଅଭିଜ୍ଞତାକୁ ପାଥେୟ କରି ସେ ୨୦୦୯ରେ ନାଟକ ରଚନା (ନିର୍ଦ୍ଦେଶନା ୨୦୧୪ରୁ) ଆରମ୍ଭ କଲେ। ଏ ସମ୍ପର୍କରେ ସେ କହନ୍ତି, ‘ଅଭିନୟ କରିବା ଭିତରେ ଅନେକ ନାଟକ ଲେଖିଛି, ହେଲେ ତାହା ଏତେ ସହଜ ନ ଥିଲା। ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳେ ‘ପର୍ଶୁରାମ’ ନାଟକରେ ଅଭିନୟ କରିବା ପରେ ଜଣେ ନାଟୁଆ ହେବାର ନିଶା ମୋର ଦ୍ୱିଗୁଣିତ ହୋଇଯାଇଥିଲା। ନାଟକ ରଚନା ପଛରେ ଏକ ମଜାଦାର କାହାଣୀ ରହିଛି। ଥରେ ମୁଁ ରହୁଥିବା ଭୁବନେଶ୍ୱରସ୍ଥ ବୀର ସୁରେନ୍ଦ୍ରସାଏ ନଗରରେ ମୋ ନେତୃତ୍ୱରେ ଏକ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେଉଥାଏ। ଯେହେତୁ ପ୍ରଥମ ଦିନ କୌଣସି ଯାତ୍ରାନୁଷ୍ଠାନ ଆସିଲେ ନାହିଁ ତେଣୁ ମାତ୍ର ୪ ଦିନ ଭିତରେ ମୁଁ ଏକ ୩୦ ପୃଷ୍ଠାବିଶିଷ୍ଟ ନାଟକ ‘ଆଜି ବି ମନେପଡ଼େ’ ଲେଖିଥିଲି ଏବଂ ତାହା ସଫଳତାର ସହ ମଞ୍ଚସ୍ଥ ହୋଇଥିଲା। ଏ ପର୍ଯ୍ୟନ୍ତ ମୁଁ ଲେଖିଥିବା ପ୍ରାୟ ୮୦ଟି ନାଟକରେ ଗୋଟିଏ ହେଲେ ଖଳନାୟକ ଚରିତ୍ର ନାହିଁ। କାରଣ ମୁଁ ସବୁବେଳେ ଦର୍ଶକଙ୍କ ମନର କଥାକୁ ମୋ ନାଟକରେ ପ୍ରତିଫଳିତ କରିଥାଏ। ଜୀବନରେ ଶୃଙ୍ଖଳା, ସିଷ୍ଟତା ମୋତେ ଜଣେ ସଫଳ ନାଟ୍ୟକାର ଭାବେ ଗଢ଼ିତୋଳିଛି।’ ଥିଏଟର ନାଟକର ପ୍ରଚାର ପ୍ରସାର ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ୱେତପଦ୍ମା ସାଂସ୍କୃତିକ ପରିବାର, ଭୁବନେଶ୍ୱର ଆଜି ଅନ୍ୟତମ ଥିଏଟର ଅନୁଷ୍ଠାନ ଭାବେ ପରିଚିତ। ଦୀର୍ଘ ୩୫ ବର୍ଷ କଳାକାର ଜୀବନରେ ସୁଖଦୁଃଖଭରା ସ୍ମୃତି ତାଙ୍କ ପାଇଁ ପ୍ରେରଣାଦାୟକ ହୋଇଛି। ଆଉ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଦେବାକୁ ଦୃଢ଼ ମନରେ ଆଗେଇ ଚାଲିଛନ୍ତି ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ପ୍ରଦୀପ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri