ଦର୍ଶକଙ୍କ ପାଇଁ ଉଦାହରଣ ସାଜିଥିଲେ ମାନବ, ଅର୍ଚ୍ଚନା

ସିରିଏଲ୍‌ ଜଗତରୁ ଚଳଚ୍ଚିତ୍ରକୁ ଆସିଥିଲେ ସୁଶାନ୍ତ ସିଂ ରାଜପୁତ୍‌। ଜୁନ୍‌ ୧୪ରେ ସେ ତାଙ୍କ
ବାନ୍ଦ୍ରାସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର ସିନେ ଜଗତ ସହ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କାଇ ପୋ ଚେ, ଏମ.ଏସ୍‌‌ଧୋନି, ଚ୍ଛିଚୋରେ ଭଳି ଚଳଚ୍ଚିତ୍ର ମାଧ୍ୟମରେ ସେ ବଲିଉଡରେ ଏକ ନୂତନ ସ୍ଥାନ ସୃଷ୍ଟି କରିଥିଲେ। ତେବେ ଏଯାଏ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ସୁଶାନ୍ତ ବିବାହ କରି ନ ଥିବାବେଳେ ଗତ କିଛି ଦିନ ହେବ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ନାମ ଯୋଡାଯାଉଥିଲା। କିନ୍ତୁ ଅଙ୍କିତା ଲୋଖଣ୍ଡେଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଏକ ଉଦାହରଣ ଥିଲା। ସିରିଏଲ ପବିତ୍ର ରିସ୍ତା ପାଇଁ ଉଭୟଙ୍କୁ ଘରେ ଘରେ ମାନବ ଓ ଅର୍ଚ୍ଚନା ନାମରେ ପରିଚିତ ଥିଲେ। ଅର୍ଚ୍ଚନାଙ୍କ ସହ ମାନବଙ୍କ ଯୋଡ଼ି ଏକ ଉଦାହରଣ ସୃଷ୍ଟି କରିଥିଲା।

ପବିତ୍ର ରିସ୍ତାରୁ ଅଙ୍କିତା ଲୋଖଣ୍ଡେ ମଧ୍ୟ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେହି ସମୟରେ ଅଙ୍କିତାଙ୍କ ସହ ଅଭିନୟକୁ ନେଇ ସୁଶାନ୍ତ ଚର୍ଚ୍ଚାରେ ରହୁଥିଲେ। ଏହି ଦୁଇଜଣଙ୍କ ଯୋଡି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ମାତ୍ର ସୋ ଶେଷ ହେବା ପରେ ଦୁହିଁଙ୍କ ମଧ୍ୟରେ ଦୂରତା ଆସିଥିଲା ଏବଂ ସେମାନଙ୍କ ରାସ୍ତା ଅଲଗା ହୋଇଯାଇଥିଲା

ଧାରାବାହିକରେ ଯେପରି ଉଥାନ ପତନ ଥିଲା। ବାସ୍ତବରେ ମଧ୍ୟ ତାଙ୍କ ସମ୍ପର୍କ ଉଥାନ ପତନ ଦେଇ ଗତି କରିଥିଲା।

କୁହାଯାଏ ଧାରାବାହିକ ହେଉ ଅବା ଚଳଚ୍ଚିତ୍ର କାହାଣୀ ଶେଷରେ ସବୁ କିଛି ଠିକ୍‌ ହୋଇ ଯାଇଥାଏ। ମାତ୍ର ବାସ୍ତବରେ ତାହା ଠିକ୍‌ ହେବା କଷ୍ଟକର । ଏପରି କିଛି ଘଟିଲା ଉଭୟଙ୍କ ଜୀବନରେ ।ଦୁହେଁ ପରସ୍ପରଠାରୁ ଅଲଗା ହୋଇଗଲେ।

ସୁଶାନ୍ତଙ୍କୁ ପ୍ରଥମ ଥର ପାଇଁ ଅଙ୍କିତା ପବିତ୍ର ରିସ୍ତା ସୁଟିଂ ସେଟ୍‌ରେ ଦେଖିଥିଲେ। ସେବେଠାରୁ ସେମାନଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ତାହା ପ୍ରେମରେ ପରିଣତ ହୋଇଥିଲା। ଦୁହେଁ ପ୍ରୟତଃ ଏକାଠି ଦେଖାଯାଉଥିଲେ। ଏହି ଯୋଡି ଡ୍ୟାନ୍ସ ଭିତ୍ତିକ ଡ୍ୟାନ୍ସ ରିୟଲିଟି ସୋ ଝଲକ ଦିଖଲା ଜାରେ ଅଂଶଗ୍ରହଣ କରିଥିଲେ। ପରେ ବୋଧହୁଏ ଦୁହିଁଙ୍କର ପବିତ୍ର ସମ୍ପର୍କରେ କାହାର ଦୃଷ୍ଟି ପଢ଼ିଥିଲା।

ପବିତ୍ର ରିସ୍ତା ଶେଷ ହେବା ପରେ ସୁଶାନ୍ତ ଅନେକ ଚଳଚ୍ଚିତ୍ରରୁ ଅଫର ପାଇ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କଲେ। ପରେ ଅଙ୍କିତା ସହ ତାଙ୍କ ସମ୍ପର୍କ ଭାଙ୍ଗିବା ପରେ ମଧ୍ୟ ଦୁହେଁ ଦୁହିଁଙ୍କୁ ଦୋଷ ଦେଇ ନ ଥିଲେ। ମାତ୍ର ଚ୍ଚଳଚିତ୍ର ଚ୍ଛିଚୋରେ ସବୁ ସମସ୍ୟାର ସମାଧାନ ଆତ୍ମହତ୍ୟା ନୁହେଁ ବାର୍ତ୍ତା ଦେଇଥିବା ସୁଶାନ୍ତ କିଭଳି ଆତ୍ମହତ୍ୟା କଲେ ତାହା ପ୍ରଶଂସକ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟିକରିଛି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତି ମନ୍ଦିରରେ ବିବାହକୁ ନେଇ ଏମିତି କହିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି। ସେ ଗତ କିଛି ଦିନ ଧରି...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri