ଦରମା ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ବାରିପଦା ଅଫିସ,୧୩ା୧୧- ବାରିପଦା ପୌର ପରିଷଦରେ ନିର୍ବାଚିତ ବୋର୍ଡର କାର୍ଯ୍ୟକାଳ ଗତ ଫେବୃୟାରୀରୁ ସରିଯାଇଥିବା ବେଳେ ବର୍ତ୍ତମାନ ଏହା ଜିଲା ପ୍ରଶାସନ ଦ୍ୱାରା ପରିଚାଳିତ ହେଉଛି। ତେବେ ଅଧିକାରୀମାନେ ଠିକ୍‌ ଭାବେ ପୌର ପରିଷଦକୁ ପରିଚାଳନା କରିପାରୁ ନ ଥିବା ବେଳେ ଅଭିଯୋଗ ଶୁଣିବାକୁ ମଧ୍ୟ କେହି ନାହାନ୍ତି। ମଙ୍ଗଳବାର ଏଭଳି ଅଭିଯୋଗ କରିବା ସହିତ ଦରମା ଦାବିରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସଫେଇ କାର୍ଯ୍ୟ ଦାୟିତ୍ୱରେ ଥିବା ପୌର ପରିଷଦର କର୍ମଚାରୀଙ୍କୁ ଆନ୍ଦୋଳନକାରୀମାନେ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ଅପରାହ୍ନ ୩ ଟା ସୁଦ୍ଧା କୌଣସି ସମାଧାନ ନ ହେବାରୁ ଆନ୍ଦୋଳନ ଜାରି ରହିବ ଏବଂ ଦରମା ପାଇବା ପରେ ହିଁ ସଫେଇ କାର୍ଯ୍ୟ ଆରମ୍ଭ କରିବେ ବୋଲି କର୍ମଚାରୀମାନେ କହିଛନ୍ତି।
ସୂଚନା ଅନୁଯାୟୀ, ବାରିପଦା ସହରର ସଫେଇ ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ପୌର କର୍ତ୍ତୃପକ୍ଷ ପ୍ରଦାନ କରିଛନ୍ତି। ଉକ୍ତ ସଂସ୍ଥା ମାସର ପ୍ରଥମ ସପ୍ତାହରେ ସଫେଇ କର୍ମଚାରୀଙ୍କ ଦରମା ପ୍ରଦାନ କରିବା କଥା । ହେଲେ ସଂସ୍ଥା ଦୀର୍ଘ ଦିନ ହେବ ଦରମା ପ୍ରଦାନ କରିନାହିଁ। ଏହାର ପ୍ରତିବାଦରେ ସମସ୍ତ ସଫେଇ କର୍ମଚାରୀ ସଫେଇ କାର୍ଯ୍ୟ ବନ୍ଦ କରି ପୌର ପରିଷଦ ଆଗରେ ଧାରଣାରେ ବସିଥିଲେ। ମଙ୍ଗଳବାର ଛୁଟି ଥିବା ବେଳେ ଏଠାରେ କୌଣସି ବରିଷ୍ଠ ଅଧିକାରୀ ଉପସ୍ଥିତ ନ ଥିଲେ। ଫଳରେ ଏହି କର୍ମଚାରୀମାନେ ପୌର ପରିଷଦର ବରିଷ୍ଠ ଅଧିକାରୀମାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। କେହି ଫୋନ ନ ଧରିବାରୁ ପରିସ୍ଥିତି ଜଟିଳ ହୋଇଥିଲା। ପରେ ପୋଲିସ ଆସି ସଫେଇ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ସେମାନେ ଜିଦରେ ଅଟଳ ରହିଥିଲେ।
ଅନ୍ୟପକ୍ଷେ ସଫେଇ ସଂସ୍ଥା, ପୌର ପରିଷଦ ସହିତ କରିଥିବା ଚୁକ୍ତି ପୂରଣ କରି ନ ଥିବାରୁ ସଫେଇ କାର୍ଯ୍ୟର ବିଲ୍‌ ହୋଇ ପାରିନାହିଁ। ଫଳରେ ସଫେଇ କର୍ମଚାରୀମାନେ ଦରମା ପାଇ ପାରି ନ ଥିବା ଜଣାପଡିଛି। ସଫେଇ ପାଇଁ ଆବଶ୍ୟକ କର୍ମଚାରୀ ହିସାବରେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଏହି କାର୍ଯ୍ୟ କରାଯାଉଛି। ଏନେଇ ସଫେଇ କାର୍ଯ୍ୟ ଠିକ ଭାବେ ହୋଇ ପାରୁନାହିଁ। ସଫେଇ କର୍ମଚାରୀଙ୍କ ପାଇଁ ବାୟୋମ୍ୟାଟ୍ରିକ୍ସ ଉପସ୍ଥାନ ବ୍ୟବସ୍ଥା ରହିବା କଥା। ମାତ୍ର ସଂସ୍ଥା ଏଥିପ୍ରତି ଗୁରୁତ୍ୱ ଦେଉନାହିଁ। ଚୁକ୍ତି ମୁତାବକ ସଫେଇ କର୍ମଚାରୀମାନେ ସମସ୍ତ ୱାର୍ଡର ଘରକୁ ଘର ଯାଇ ଟ୍ରଲି ଦ୍ୱାରା ୨ ଓଳି ଅଳିଆ ସଂଗ୍ରହ କରିବେ। ଏହା ମଧ୍ୟ ହେଉନାହିଁ। ସେହିପରି ସଫେଇ କାର୍ଯ୍ୟରେ ୧୬ ଟି ଏଲସିଭି ଗାଡି, ୪ ଟି ଟ୍ରାକ୍ଟର ଓ ୫୧ଟି ଠେଲା ଗାଡି ରହିବା ଜରୁରୀ। ମାତ୍ର ସଂସ୍ଥା ନିକଟରେ ଆବଶ୍ୟକ ସଂଖ୍ୟକ ଗାଡି ନ ଥିବାରୁ ସଫେଇ କାର୍ଯ୍ୟରେ ବାଧା ଉପୁଜୁଛି। ସପ୍ତାହର ୭ ଦିନ ଦୁଇ ଓଳି ସଫେଇ କାର୍ଯ୍ୟ କରିବାକୁ ଚୁକ୍ତି ହୋଇଥିବା କେବଳ ରବିବାର ଦିନ ହିଁ କିଛି ସ୍ଥାନରେ ଦୁଇ ଓଳି ସଫେଇ କାର୍ଯ୍ୟ କରାଯାଉଛି। ସେହିପରି ସଂସ୍ଥା ପକ୍ଷରୁ ସଫେଇ କର୍ମଚାରୀମାନଙ୍କୁ ଆନୁସଙ୍ଗିକ ସୁରକ୍ଷା ସାମଗ୍ରୀ ପ୍ରଦାନ କରାଯାଇ ନ ଥିବାରୁ ସେମାନେ ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଭଳି ବିଭିନ୍ନ ଚୁକ୍ତି ଖିଲାପ କରିଥିବାରୁ ପୌର କର୍ତ୍ତୃପକ୍ଷ ଉକ୍ତ ସଂସ୍ଥାର ବିଲ କରୁ ନାହାନ୍ତି। ଏନେଇ ଜିଲାପାଳ ତୁରନ୍ତ ଦୃଷ୍ଟି ଦେଇ ଚୁକ୍ତି ଖିଲାପ କରିଥିବା ସଂସ୍ଥା ବିରୋଧ କାର୍ଯ୍ୟାନୁଷ୍ଠାନ ନେବା ସହିତ ସଫେଇ କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri