Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ମା’ବାପାଙ୍କ ପାଇଁ ଶାଢ଼ି ଓ ଧୋତି କିଣିଥିଲି: ମନୋରଞ୍ଜନ(ସମାଲୋଚକ ଓ କବି)

ଯାଜପୁର ଜିଲା ସୁକିନ୍ଦା ଅନ୍ତର୍ଗତ ହରିପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ମହାଦେବ ଉଚ୍ଚ ବିଦ୍ୟାଳୟରୁ ୧୯୭୫ ମସିହାରେ ଏକାଦଶ ପାସ୍‌ କରିବା ପରେ କଟକ ଖ୍ରାଷ୍ଟ କଲେଜରେ ଆଇଏ ଓ ଓଡ଼ିଆ ସମ୍ମାନ ରଖି ବିଏ ପଢିଥିଲି। ତା’ପରେ ପଶ୍ଚିମବଙ୍ଗ ଶାନ୍ତିନିକେତନସ୍ଥିତ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ଏମ୍‌ଏ କଲି। ଏମ୍‌ଏ ପାସ୍‌ କରିବା ପରେ ମୁଁ ‘କାହ୍ନୁଚରଣ ଓ ଶରତ ଚନ୍ଦ୍ରଙ୍କ ଉପନ୍ୟାସ: ଏକ ତାତ୍ତ୍ୱିକ ବିଚାର’ ବିଷୟ ଉପରେ ପିଏଚ୍‌ଡି କରୁଥାଏ। ଠିକ୍‌ ସେହି ସମୟରେ ମୋତେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ ନିଯୁକ୍ତି ମିଳିଗଲା। ଏହା ହେଉଛି ୧୯୮୪ ମସିହାର କଥା। ସେତେବେଳେ ମୋର ଦରମା ଥିଲା ୧୫୧୨ ଟଙ୍କା। ପ୍ରଥମ ମାସ ଦରମାରେ ମା’ ପାଇଁ ଶାଢ଼ି, ବାପାଙ୍କ ପାଇଁ ଧୋତି-ଶାର୍ଟ ଓ ମୋର ପୂଜ୍ୟ ସାର୍‌ ପଠାଣି ପଟ୍ଟନାୟକଙ୍କ ପାଇଁ ଶରତ ରଚନାବଳୀରୁ ଏକ ସେଟ୍‌ କିଣିଥିଲି। ସାଙ୍ଗମାନଙ୍କୁ ୫୦ ଟଙ୍କାର ମିଠା ଖାଇବାକୁ ବି ଦେଇଥିଲି। ଅନ୍ୟପକ୍ଷେ ବହି କିଣିବା ଓ ପଢ଼ିବାର ସଉକ ଥିବାରୁ ମୁଁ ମୋ ନିଜ ପାଇଁ ରବୀନ୍ଦ୍ରନାଥଙ୍କ ଗ୍ରନ୍ଥାବଳୀର ଦୁଇଟି ଭାଗ କିଣିଥିଲି। ତା’ସହିତ ୨ଟି ଦେହଲଗା ସାବୁନ, ଦୁଇଟି କଲମ ଓ ଦୁଇଟି ଧୂପ ପ୍ୟାକେଟ୍‌ କିଣିବା ପରେ ଖାଇବା ବାବଦ ମେସ୍‌ରେ ମଧ୍ୟ କିଛି ଟଙ୍କା ଦେଇଥିଲି। ଏତେସବୁ ଖର୍ଚ୍ଚ ପରେ ବି ମାସ ଶେଷକୁ ଆହୁରି ୪୦୦ ଟଙ୍କା ବଳିଥିଲା। ଛୁଟିରେ ଘରକୁ ଗଲାବେଳେ ସେହି ୪୦୦ ଟଙ୍କା ନେଇ ବାପାଙ୍କ ହାତରେ ଦେଇଥିଲି। ହେଲେ ବାପା ମନାକଲେ ଆଉ କହିଲେ-ତୋ ପାଖରେ ରହିବା ଯାହା ମୋ ପାଖରେ ରହିବା ସେୟା। କିନ୍ତୁ ମୁଁ କି ଛାଡିବା ପିଲା। ସେ ଟଙ୍କା ନେଇ ଗାଁ ପାଖ ସୁକିନ୍ଦାଗଡ଼କୁ ସାଇକେଲ୍‌ରେ ଯାଇ ବାପାଙ୍କ ପାଇଁ ହଳେ ହାଓ୍ବାଇ ଚପଲ ଓ ଗୋଟେ ଛତା ୬୫ ଟଙ୍କା ଦେଇ କିଣି ଆଣିଥିଲି। ତାକୁ ଦେଖି ବାପା ସେଦିନ ବହୁତ ଖୁସି ହୋଇ କାନ୍ଦି ପକାଇଥିଲେ। ୟା’ ଭିତରେ ଅନେକ ବର୍ଷ ଅତିବାହିତ। ଅଧ୍ୟାପକରୁ ପ୍ରମୋଶନ ପାଇ ପ୍ରାଧ୍ୟାପକ ଆଉ ତା’ପରେ ଓଡ଼ିଆ ବିଭାଗର ପ୍ରଫେସର୍‌ ଭାବେ ବିଶ୍ୱଭାରତୀରେ ନିଯୁକ୍ତି ପାଇସାରିଲିଣି। ଅଧୁନା ବିଶ୍ୱଭାରତୀରେ ମୁଁ ବରିଷ୍ଠ ପ୍ରଫେସର୍‌ ଭାବେ କାର୍ଯ୍ୟରତ। କିନ୍ତୁ ଏବେ ବି ସେହି ପୁରୁଣା କଥା ସବୁ ମନେପଡିଲେ ଆଖିରେ ଲୁହ ଆସିଯାଉଛି। ତେବେ ଅଧ୍ୟାପନା ବ୍ୟତୀତ ପ୍ରାୟ ୧୪ ବର୍ଷ ଛାତ୍ର ପରିଚାଳକ, ୧ ବର୍ଷ ମୁଖ୍ୟ ଲାଇବ୍ରେରିଆନ୍‌, ୩ ବର୍ଷ ଓଡ଼ିଆ ବିଭାଗର ମୁଖ୍ୟ, ୩ ବର୍ଷ ଓଡ଼ିଆ ଡିପାର୍ଟମେଣ୍ଟର ମେଜର୍‌ ପ୍ରୋଜେକ୍ଟ କୋଅର୍ଡିନେଟର୍‌ ତଥା ବିଶ୍ୱଭାରତୀ ଓଡ଼ିଆ ସାହିତ୍ୟ ପରିଷଦର ସାଧାରଣ ସମ୍ପାଦକ ଭାବେ ୧୦ ବର୍ଷ ଓ ପରିଷଦର ସଭାପତି ଭାବେ ମଧ୍ୟ ୩ ବର୍ଷ ମୁଁ କାର୍ଯ୍ୟ କରିଛି। ତା’ଛଡ଼ା ଛାତ୍ରକଲ୍ୟାଣ ବିଭାଗରେ ବି ୩ ମାସ ଡାଇରେକ୍ଟର ଥିଲି। ଆଉ ଏବେ ବିଶ୍ୱବିଦ୍ୟାଳୟର ବିଭିନ୍ନ କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରୁଅଛି। ସେହିପରି ୟୁରୋପର ବିଭିନ୍ନ ଦେଶର ବିଶ୍ୱବିଦ୍ୟାଳୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦିରେ ନିଜର ମତାମତ ଦେଇ ଆସୁଛି। ଏହା ବ୍ୟତୀତ ନିୟମିତ ବିଭିନ୍ନ ଲେଖାଲେଖିରେ ବି ମୁଁ ରୁଚି ରଖିଛି। ବିଶେଷକରି ସମାଲୋଚନାଭିତ୍ତିକ ଲେଖା ଲେଖିବାକୁ ମୋତେ ଖୁବ୍‌ ଭଲ ଲାଗେ। ପ୍ରାୟ ୨୦ଟି ସମାଲୋଚନାଭିତ୍ତିକ ପୁସ୍ତକ ମୋର ପ୍ରକାଶିତ ହୋଇସାରିଲାଣି। ତା’ଛଡ଼ା ଅନେକ କବିତା ବି ମୋର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ। ଲେଖାଲେଖି ପାଇଁ ମୋତେ ଅନେକ ଅନୁଷ୍ଠାନ ତରଫରୁ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି। ତନ୍ମଧ୍ୟରୁ ଗୋଦାବରୀଶ ମିଶ୍ରଙ୍କ ଜୀବନୀ ପାଇଁ ମିଳିଥିବା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ହେଉଛି ଅନ୍ୟତମ। ସେହିପରି ବିଭିନ୍ନ ପୁରସ୍କାର କମିଟିର ଜଣେ ସଦସ୍ୟ ତଥା ବିଭିନ୍ନ ଉଚ୍ଚତର ପୁରସ୍କାର ସଂସ୍ଥାରେ ପ୍ରସ୍ତାବକ ଭାବେ ମଧ୍ୟ ମୋର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri