ଦରକାରୀ କାଗଜପତର ଦାଖଲକରି ହତାଶ: ଭତାରୁ ବହୁତ୍‌ ଦୂରେ ହକ୍‌ଦାର ହିତାଧିକାରୀ

ଲାଠୋର, ୧୦ା୬ (ଡି.ଏନ୍‌.ଏ):  ସରକାର ୬୦ ବଛର୍‌ରୁ ଅଧ୍‌କା ବଏସ୍‌ର ବୁଢ଼ାବୁଢ଼ିମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦ ବଛର୍‌ରୁ ଅଧ୍‌କା ହେଇଥିବାର ବୁଢ଼ାବୁଢ଼ିକୁ ମାସିକ ୭ଶହ ଟଁକା ଦେଉଛନ୍‌। ହେଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗାଁର ବନ୍ଧପଡ଼ାରେ ବାସ କରୁଥିବାର ୬ ଝନ୍‌ ବୁଢ଼ାବୁଢ଼ି ଭତା ଯୋଜନାରୁ ବଁଚିତ୍‌ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଲାଠୋର ବନ୍ଧପଡ଼ାରେ ୨୦ ଗରିବ୍‌ ପରିବାର ବାସ କରୁଛନ୍‌। ସେମାନେ ସଭେ ହେମାଲି କାମ୍‌ କରି ନିଜର କୁଟୁମ ପୁଷୁଛନ୍‌। ହେଲେ ପଡ଼ାର ପୂର୍ଣ୍ଣମୀ ଭଇଁଷାଲ, କଳା ବିଶି, ତୁଲସା ପାତ୍ର, ଭାନୁମତି ହଂସ, ମନଧର ଶବର, କାନ୍ତ ଚିତକୁଡ଼ିଆ ସମେତ ୬ ଝନ୍‌ ବୁଢ଼ାବୁଢ଼ି ଭତା ପାଏବାରୁ ବଁଚିତ୍‌ ହେଇଥିବାର ଅଭିଯୋଗ କରିଛନ୍‌। ଇମାନେ ସଭେ ଭତାର ଲାଗି ଦରକାର କାଗଜପତର କରି ପଁଚେତ୍‌ କତୁରପକ୍ଷକୁଁ ଦେଇଛନ୍‌। ହେଲେ କେନ୍‌ କାରନ୍‌ରୁ ଇମାନେ ସଭେ ଭତା ପାଏବାରୁ ବଁଚିତ ହେଇଛନ୍‌ ସେ ବିଷେରେ ଅଁଧାରେ ରହିଛନ୍‌। ଇ ଗରିବ୍‌ ପରିବାରମାନେ ଫିଦିନ୍‌ ଯାହା କମାନି କରୁଛନ୍‌ ସେଥ୍‌ରେ ପରିବାର ଚଲବାର ତାହାକୁ ଭିଡ଼ ହେଇଯାଉଛେ। ଏନ୍‌ତା ବି ଦିନ୍‌ ଆସୁଛେ ସେମାନେ ଟଁକା ପଏସା ଅଭାବୁ ନାନା ସମସିଆର ସାମନା କରୁଛନ୍‌। ଏନ୍‌ତାଥି ଇ ପରିବାରର ହକ୍‌ଦାର ହିତାଧିକାରୀମାନେ ଭତା ଲାଗି ଦରକାରୀ କାଗଜପତର ଦାଖଲ କଲେ ବି ଅନ୍‌ଦେଖା କରି ନିରାଶ କରାଯାଉଥିବାର ଅଭିଯୋଗ କରିଛନ୍‌। ସେମାନେ ଏତେ ବି ଶିକ୍ଷିତ ନୁହେ ଯେ ତାକର ହକ୍‌ ଲାଗି ପରଶାସନ ସଂଗେ ଲଢ଼େଇ କରି ପାରବେ। ମାସ୍‌କେ ଦୁଇମାସେ ଭତା ଖବର ବୁଝି ନିରାଶ ହେଇ ଫିରୁଛନ୍‌। ଇ ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବିଣ କୁମାର ଅଗ୍ରଓ୍ବାଲକୁଁ ପଚରାଲାରୁ ଇ ସମସିଆ ଖାଲି ୬ ଝନ୍‌କର ନୁହେ, ପଁଚେତ୍‌ ଅଧୀନ ୭୦ ଝନ୍‌ ହିତାଧିକାରୀକଁର ଫର୍ମ ପଠାଯାଇଛେ। ଉପରୁ ମଂଜୁର ହେଇକରି ଆଏଲେ ହିତାଧିକାରୀମାନକୁ ଭତା ଯୁଗେଇ ଦିଆଯିବା ବଲି ସେ କହିଥିଲେ। ହେଲେ ଇ ନିହାତି ଗରିବ୍‌ ଦୁଖି ପାରିବାରମାନକର ଅସବିଧାଟାକେ ବୁଝି ଥାନୀୟ ପରଶାସନ ଯେତେ ଜଲଦି ହେବା ଭତା ଯୁଗେଇ ଦେବାର ବେବସ୍‌ତା କରବାର କଥା ବଲି ବୁଧିଜୀବୀ ମହଲରୁ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri