ଦଣ୍ଡକୁ ଝୁରୁଛି ଗଁ। ଦାଣ୍ଡ

(ଉପେନ୍ଦ୍ର ରାଉତ)
ବଅଁରପାଳ,୨୩ା୫ – ଲୋକକଳା ଦଣ୍ଡନୃତ୍ୟ ଓଡ଼ିଶାର ଘରେ ଘରେ ପରିଚିତ। ବିଶେଷକରି ଚୈତ୍ର ମାସରେ ଦଣ୍ଡୁଆମାନେ ଶିବ ଉପାସନା ପୂର୍ବକ ଦଣ୍ଡନୃତ୍ୟ କରିଥାନ୍ତି। ହେଲେ ଢେଙ୍କାନାଳ ଓ ଅନୁଗୋଳ ଜିଲାର ଜନଜୀବନରେ ଏହାର ଉପସ୍ଥିତି ଅତି ସ୍ବତନ୍ତ୍ର। କେବଳ ବର୍ଷା ଋତୁକୁ ବାଦ୍‌ ଦେଲେ ବର୍ଷର ବାକି ସମୟରେ ଏହାର ଆଦର ଏଠାରେ କାହିଁରେ କେତେ। ପର୍ବପର୍ବାଣି ବ୍ୟତୀତ ସାଧାରଣ ଦିନମାନଙ୍କରେ ମଧ୍ୟ ଦଣ୍ଡନୃତ୍ୟ ଗଁ। ପରିବେଶକୁ ଉତ୍ସବମୁଖର କରିଥାଏ। ହେଲେ କରୋନା କଟକଣା ଯୋଗୁ ଦୁଇମାସ ହେଲା ଏହି ଲୋକକଳା କି କଳାକାରଙ୍କ ପାଦ ପଡ଼ିନି ଦୁଇ ଜିଲାରେ। ଫଳରେ ନୀରବ, ନିଶ୍ଚଳ ହୋଇଯାଇଥିବା ଏଠାକାର ଗଁ। ଦାଣ୍ଡ ଏବେ ଝୁରି ହେଉଛି ଦଣ୍ଡନୃତ୍ୟକୁ। ରୋଜଗାର ଚାଲିଯାଇଥିବାରୁ ୫ ହଜାର କଳାକାର ମଧ୍ୟ ପଡ଼ିଛନ୍ତି ଦୁର୍ଦ୍ଦିନରେ।
ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ଦଣ୍ଡନୃତ୍ୟ ପାଇଁ କୌଣସି ନିର୍ଦ୍ଦିଷ୍ଟ ତିଥି କି ଦିନ ଧାର୍ଯ୍ୟ ନାହିଁ। ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରା ସହ ଅନ୍ୟ ସମୟରେ ମଧ୍ୟ ଏହି ଲୋକକଳାର ଆୟୋଜନ ବେଶ୍‌ ଧୁମ୍‌ଧାମରେ ହୋଇଥାଏ। ବିଶେଷକରି ଗଁ। ଗଁ। ରେ ବାଦଦଣ୍ଡ ପ୍ରତିଯୋଗିତା କରାଯାଇଥାଏ। ଏଥିରେ ୨ଟି ଦଣ୍ଡ ଅନୁଷ୍ଠାନର କଳାକାରମାନେ କଳା ପରିବେଷଣ କରିଥାନ୍ତି। ଦିନକୁ ଦିନ ଅଧିକ ପ୍ରତିଯୋଗିତା ହେଉଥିବାରୁ ଉଭୟ ଜିଲାରେ ୫ ହଜାର କଳାକାରଙ୍କୁ ନେଇ ପ୍ରାୟ ୧୫୦ ଦଣ୍ଡ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି। ଜଣେ ଜଣେ କଳାକାର ରାତିକ ପାଇଁ ୮ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେଇଥାନ୍ତି। ଢେଙ୍କାନାଳ ଜିଲାରେ ଜଟିଆ, ମହୁଲପାଳ, କୂଆଲୁ, ଗୁଲେହି, ରାସୋଳ, ହିନ୍ଦୋଳ, ମୁକ୍ତାପଶି, ନୁଧୁଣି, ମଝିକା ଓ ଅନୁଗୋଳର କୁଲାଡ଼, ଗିରାଙ୍ଗ, ବଳରାମପ୍ରସାଦ, କାଣ୍ଡସର, ରନ୍ତଲେଇ, ହେମସୁରପଡା, ଗୋପୀନାଥପୁର, ନୂଆହତା, କରଡାଗାଡ଼ିଆ, ଜୋରାଗାଡିଆ, ପୁରୁଣାଗଡ଼, ଗଡ଼ସନ୍ତ୍ରୀ, ସୋଲଡା, ଲୋକେଇପଶି ସମେତ ଏଭଳି ଅନେକ ଦଣ୍ଡ ଅନୁଷ୍ଠାନ ରହିଛି। କିନ୍ତୁ କରୋନା ଯୋଗୁ ଏହି କଳାକାରମାନେ ଏବେ ରୋଜଗାରଶୂନ୍ୟ ହୋଇଯାଇଛନ୍ତି। ପରିବାର ଚଳାଇବାକୁ ସେମାନଙ୍କ ନିକଟରେ ଅର୍ଥ ନ ଥିବା ଉତ୍କଳୀୟ ଦଣ୍ଡ ସଂସ୍କୃତି ମହାସଂଘ ସଭାପତି ହରମୋହନ ସାହୁ କହିଛନ୍ତି। ଢେଙ୍କାନାଳ ଜଟିଆ ଦଣ୍ଡ ଅନୁଷ୍ଠାନର ପରିଚାଳକ ପ୍ରଶ୍ନ ପୃଷ୍ଟି ଓ ଅନୁଗୋଳ କୁଲାଡ଼ ପାର୍ଟିର ପରିଚାଳକ ବାମଦେବ ସେଠ କହିଛନ୍ତି, କେବଳ କଳାକାର ନୁହନ୍ତି, ଦଣ୍ଡପାର୍ଟି ମାଲିକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ବାଦଦଣ୍ଡ ଆୟୋଜନ ହେଉ ନ ଥିବାରୁ କଳାକାରମାନଙ୍କୁ ସେମାନଙ୍କ ପାଉଣା ଦେବା ସମ୍ଭବ ହେଉନି। କଳାକାର ରମେଶ ଚନ୍ଦ୍ର ଗଡ଼ନାୟକ ଓ ଚିନ୍ମୟ ସାମଲ କହିଛନ୍ତି, ଏଥିରୁ ହିଁ ପରିବାର ଭରଣ ପୋଷଣ କରିଥାଉ। ମାତ୍ର କରୋନା ସମସ୍ତଙ୍କ ଜୀବିକା ଛଡାଇ ନେଇଛି। ଦୀର୍ଘଦିନ ହେଲା ଘରେ ବସିଥିବାରୁ ସରକାର ସହାୟତା ଦେଲେ ଭଲ ହୁଅନ୍ତା ବୋଲି କଳାକାରମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ: ଗ୍ରାମସଭାରେ ଅଧିକାର ପାଇଁ ଉଠିଲା ଦାବି

କର୍ଲାମୁଣ୍ଡା,୨୮।୯(ପ୍ରଦୀପ କୁମାର ସାହୁ): ଦିବ୍ୟାଙ୍ଗ ଜନ ଅଧିକାର ଆଇନ, ୨୦୧୬ ପ୍ରଣୟନର ଦଶ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ଗ୍ରାମସଭାଗୁଡ଼ିକରେ ଦିବ୍ୟାଙ୍ଗଜନଙ୍କ ଅଧିକାର ଓ ସରକାରୀ ସୁବିଧା…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?