ଦକ୍ଷତା ବିକାଶ କେନ୍ଦ୍ରକୁ ଜିଲାପାଳଙ୍କ ପରିଦର୍ଶନ

ଛତ୍ରପୁର,୨୦ା୬(ଡି.ଏନ.ଏ)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ପୂର୍ବାହ୍ନରେ ଅଚାନକ ଛତ୍ରପୁରଠାରେ ଥିବା ୨ଟି ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଓ ବିଜୁ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। କେନ୍ଦ୍ରରେ ଛାତ୍ରୀଛାତ୍ରମାନଙ୍କ ସହ ଆଲୋଚନା କରିବା ସହ ହଷ୍ଟେଲ, ରୋଷେଇ ଘର, ତାଲିମ କେନ୍ଦ୍ର, କ୍ଲାସ୍‌ ରୁମ୍‌ ଓ ପରିମଳ ବ୍ୟବସ୍ଥାର ଜିଲାପାଳ ଅନୁଧ୍ୟାନ କରିଥିଲେ। ହଷ୍ଟେଲରେ ଦିଆଯାଉଥିବା ଖାଇବା ପର୍ଯ୍ୟାପ୍ତ ହେଉନି ବୋଲି କେତେଜଣ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଖାଦ୍ୟର ସୁଷମ ବଣ୍ଟନ ସହ ଏହାର ମାନ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଛାତ୍ରୀମାନେ ହଷ୍ଟେଲରେ ରହୁଥିବାରୁ ସୁରକ୍ଷା ବ୍ୟବସ୍ଥା ବଢାଇବା, ଫାୟାର ସେଫ୍ଟି ଉପରେ ଧ୍ୟାନ ଦେବା, ଅଧିକରୁ ଅଧିକ ଗରିବ ଛାତ୍ରୀଛାତ୍ରମାନଙ୍କୁ ଏହି ୨ କେନ୍ଦ୍ରରେ ଭର୍ତ୍ତି କରିବାକୁ ଜିଲାପାଳ କହିଥିଲେ। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଦକ୍ଷତା ବିକାଶ କେନ୍ଦ୍ରରେ ୧୫୬ ଛାତ୍ରୀଛାତ୍ର ପଢୁଛନ୍ତି। ଏଠାରେ ଡୋମେଷ୍ଟିକ୍‌ ଇଲେକ୍ଟ୍ରିସିଟି ଓ ସିଲେଇ ଶିକ୍ଷା ଦିଆଯାଉଛି। ସେହିପରି ବିଜୁ ଦକ୍ଷତା ବିକାଶ କେନ୍ଦ୍ରରେ ୭୦ ଜଣ ଛାତ୍ରୀଛାତ୍ର ଅଛନ୍ତି। ପରିମଳ ଓ ଚାରା ରୋପଣ ଉପରେ ଧ୍ୟାନ ଦେବାକୁ ଜିଲାପାଳ କହିଥିଲେ। ଜିଲାପାଳଙ୍କ ପରିଦର୍ଶନ ବେଳେ ଡିଆରଡିଏ ପିଡି ଦେବବ୍ରତ ସାହୁ, ଓରମାସ ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ମହାନ୍ତି, ଡିଆଇସିର ଜିଏମ୍‌ ସୂର୍ଯ୍ୟ ମାଧବ ପାଣିଗ୍ରାହୀ, ରିଜିଓନାଲ ଆସିଷ୍ଟାଣ୍ଟ ଡାଇରେକ୍ଟର (ଏମ୍ପ୍ଲୟମେଣ୍ଟ) ଆର୍‌ ଏମ୍‌ ଖିଲାନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ପୂର୍ବତନ ସରପଞ୍ଚଙ୍କ ମାତୃ ବିୟୋଗ

ଗଞ୍ଜାମ,୧୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସିପିଆଇଏମ୍‌ ନେତା ଦିଲୀପ ଛୋଟରାୟଙ୍କ ମା’ ଅନୁଛାୟା ଛୋଟରାୟ (୮୫)ଙ୍କ ରବିବାର ନୀଳାଦ୍ରିପୁରସ୍ଥିତ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri