Odisha Elections 2024
Posted inଖେଳ

ଥିରିମାନେ, ସନକାଙ୍କୁ ପାକିସ୍ତାନ ଗସ୍ତର ନେତୃତ୍ୱ

କଲମ୍ବୋ, ୧୧।୯ (ଏଏଫ୍‌ପି): ବହୁଚର୍ଚ୍ଚିତ ପାକିସ୍ତାନ ଗସ୍ତ ଲାଗି ବୁଧବାର ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳ ଘୋଷଣା କରାଯାଇଛି। ଲାହିରୁ ଥିରିମାନେଙ୍କୁ ଦିନିକିଆ ଓ ଦସୁନ ସନକାଙ୍କୁ ଟି୨୦ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ଲସିଥ୍‌ ମାଲିଙ୍ଗା ଓ ଦିମୁଥ କରୁଣାରତ୍ନେଙ୍କ ସମେତ ୧୦ଜଣ ପ୍ରମୁଖ ଶ୍ରୀଲଙ୍କା କ୍ରିକେଟର୍‌ ସୁରକ୍ଷାଜନିତ କାରଣ ଲାଗି ପାକିସ୍ତାନ ଗସ୍ତରୁ ଓହରି ଯାଇଛନ୍ତି। ଦିନିକିଆ ଦଳର ନିୟମିତ ଅଧିନାୟକ କରୁଣାରତ୍ନେ ସୁରକ୍ଷା କାରଣରୁ ଏହି ଗସ୍ତରୁ ଓହରି ଯିବା ଫଳରେ ଥିରିମାନେଙ୍କୁ ତାଙ୍କ ସ୍ଥାନରେ ନୂଆ ନେତୃତ୍ୱ ପ୍ରଦାନ କରାଯାଇଛି। ସେହିଭଳି ଟି୨୦ ଅଧିନାୟକ ମାଲିଙ୍ଗାଙ୍କ ସ୍ଥାନରେ ଦଳର ନେତୃତ୍ୱ ଭାର ସନକାଙ୍କୁ ଦିଆଯାଇଛି। ଏଠାରେ ସ୍ମରଣଯୋଗ୍ୟ, ୨୦୦୯ ମାର୍ଚ୍ଚ ପାକିସ୍ତାନ ଗସ୍ତରେ ଲାହୋରେ ଏକ ଟେଷ୍ଟ ମ୍ୟାଚ୍‌ ସମୟରେ ଶ୍ରୀଲଙ୍କା କ୍ରିକେଟ୍‌ ଖେଳାଳିଙ୍କ ବସ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ବଡ଼ ଧରଣର ଅଘଯଣ ହୋଇ ନ ଥିଲେ ମଧ୍ୟ ସେତେବେଳେ ପାକିସ୍ତାନକୁ ବିଶ୍ୱରେ ବେଶ୍‌ ନିନ୍ଦିତ ହେବାକୁ ପଡ଼ିଥିଲା। ଏହାପରଠାରୁ କୌଣସି ବଡ଼ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଯିବାକୁ ରାଜି ହେଉନାହାନ୍ତି। ମାଲିଙ୍ଗା, କରୁଣାରତ୍ନେଙ୍କ ସମେତ ଥିସାରା ପେରେରା, ଆଞ୍ଜେଲୋ ମାଥ୍ୟୁସ, ନିରୋଶାନ ଡିକ୍‌ଓ୍ବେଲା, କୁସଲ ପେରେରା, ଧନଞ୍ଜୟ ଡି ସିଲ୍‌ଭା, ଅକିଲ ଧନଞ୍ଜୟ, ସୂରଙ୍ଗ ଲାକମଲ ଓ ଦିନେଶ ଚାଣ୍ଡିମାଲ ଚଳିତ ଶ୍ରୀଲଙ୍କା ଦଳରୁ ଓହରି ଯାଇଛନ୍ତି।
ଶ୍ରୀଲଙ୍କା ଦିନିକିଆ ଦଳ: ଲାହିରୁ ଥିରିମାନେ (ଅଧିନାୟକ), ଦନୁସ୍କା ଗୁଣଥିଲକ, ସଦିରା ସମରବିକ୍ରମା, ଅଭିଷ୍କା ଫର୍ନାଣ୍ଡୋ, ଓଶାଡା ଫର୍ନାଣ୍ଡୋ, ଶେହାନ ଜୟସୁରିୟା, ଦସୁନ ଶନକା, ମିନୋଦ ଭାନୁକା, ଆଞ୍ଜେଲୋ ପେରେରା, ଓ୍ବାନିନ୍ଦୁ ହସରଙ୍ଗା, ଲକ୍ଷନ ସନ୍ଦାକନ, ନୁଓ୍ବାନ ପ୍ରଦୀପ, ଇସୁରୁ ଉଦାନା, କସୁନ ରଜିଥା ଓ ଲାହିରୁ କୁମାର।
ଶ୍ରୀଲଙ୍କା ଟି୨୦ ଦଳ: ଦସୁନ ଶନକା (ଅଧିନାୟକ), ଦନୁଷ୍କା ଗୁଣଥିଲକ, ଅଭିଷ୍କା ଫର୍ନାଣ୍ଡୋ, ଓଶାଡା ଫର୍ନାଣ୍ଡୋ, ଶେହାନ ଜୟସୁରିୟା, ଆଞ୍ଜେଲୋ ପେରେରା, ଭାନୁକା ରାଜାପକଶା, ମିନୋଦ ଭାନୁକା, ଲାହିରୁ ମାଦୁଶନକା, ଓ୍ବାନିନ୍ଦୁ ହସରଙ୍ଗା, ଲକ୍ଷନ ସନ୍ଦାକନ, ଇସୁରୁ ଉଦାନା, ନୁଓ୍ବାନ ପ୍ରଦୀପ, କସୁନ ରଜିଥା ଓ ଲାହିରୁ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ୨୦୨୪: ଆଜି କୋଲକାତା-ସନରାଇଜର୍ସ ଫାଇନାଲ

ଚେନ୍ନାଇ,୨୫ା୫(ପି.ଟି): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ ତମ ସଂସ୍କରଣର ଫାଇନାଲ ରବିବାର ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ...

ଟି-୨୦ ବିଶ୍ୱକପ ପାଇଁ ଯାତ୍ରା କଲେ ଟିମ୍ ଇଣ୍ଡିଆର ପ୍ରଥମ ବ୍ୟାଚ୍, ଯାଇନାହାନ୍ତି ବିରାଟ

ମୁମ୍ବାଇ,୨୩ା୫: ଟିମ୍ ଇଣ୍ଡିଆର ପ୍ରଥମ ବ୍ୟାଚ୍ ଟି -୨୦ ବିଶ୍ୱକପ୍ ୨୦୨୪ ପାଇଁ ଯାତ୍ରା କରିଛନ୍ତି। ଆଇପିଏଲ୍ ୨୦୨୪ ମଧ୍ୟରେ ଟିମ୍ ଇଣ୍ଡିଆ ଟି -୨୦...

ପତ୍ନୀ ନତାଶାଙ୍କୁ ଆଲିମନି ଟଙ୍କା ଦେବା ଲାଗି ଗୁଜରାଟରୁ ମୁମ୍ବାଇ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା? ସାମ୍ନାକୁ ଆସିଲା ଚକିତ କଲା ଭଳି…

ନୂଆଦିଲ୍ଲୀ,୨୫।୫: ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜୀବନରେ କିଛି ବି ଠିକ୍‌ ଚାଲିନାହିଁ। ପ୍ରଥମେ ଆଇପିଏଲ୍‌ ୨୦୨୪ରେ ଖରାପ ପ୍ରଦର୍ଶନ ପରେ...

ଛାଡ଼ପତ୍ର ହେଲେ ନିଜର ୭୦% ସମ୍ପତ୍ତି ପତ୍ନୀଙ୍କୁ ଦେବେ ପାଣ୍ଡ୍ୟା,ନୂଆ ମୋଡ ନେଉଛି …

ନୂଆଦିଲ୍ଲୀ,୨୫।୫: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ସୃଷ୍ଟି ହୋଇଥିବା ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ପତ୍ନୀ ନତାଶା ଷ୍ଟାନକୋଭିକ ନିଜର...

ବଡ଼ ନିଷ୍ପତି ନେଲା ଏସ୍‌ଆରଏଚ୍‌: ଏବେ କେମିତି ଜିତିବ ଫାଇନାଲ ?

ଚେନ୍ନାଇ,୨୫ା୫: ଚଳିତ ଆଇପିଏଲ୍‌ ସିଜିନ୍‌ରେ ନିଜର ଆକ୍ରମଣାତ୍ମକ ଖେଳ ପାଇଁ ଚର୍ଚ୍ଚାରେ ଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆରଏଚ୍‌) ଶୁକ୍ରବାର ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।...

ମିତାଲି ରାଜଙ୍କୁ ବିବାହ କରିବେ ଶିଖର ଧାଓ୍ବନ? ‘ଗବ୍ବର’ କହିଲେ ସତ କଥା

ନୂଆଦିଲ୍ଲୀ,୨୫।୫: ଟିମ ଇଣ୍ଡିଆରୁ ବାଦ୍‌ ପଡିଥିବା ଓପନର୍‌ ଶିଖର ଧାୱନ ତାଙ୍କ ଶୋ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଆନ୍ତର୍ଜାତୀୟ କ୍ରିକେଟକୁ ଧାୱନଙ୍କ ପ୍ରତ୍ୟାବର୍ତ୍ତନ ବର୍ତ୍ତମାନ...

ତୀରନ୍ଦାଜ ବିଶ୍ୱକପ ୨୦୨୪ ରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା କମ୍ପାଉଣ୍ଡ ଟିମ୍

ୟେଚେନ୍ (ଦକ୍ଷିଣ କୋରିଆ),୨୫।୫: ଭାରତର ତିନି ଷ୍ଟାର ଜ୍ୟୋତି ସୁରେଖା ଭେନ୍ନାମ୍, ପରନୀତ କୌର ଏବଂ ଆଦିତ୍ୟ ସ୍ବାମୀ କ୍ରମାଗତ ତୃତୀୟ ତୀରନ୍ଦାଜ ବିଶ୍ୱକପ୍ ସ୍ୱର୍ଣ୍ଣ...

‘ଭାରତୀୟ କ୍ରିକେଟକୁ ଭଲଭାବେ ବୁଝୁଥିବା ବ୍ୟକ୍ତି କୋଚ୍‌ ହେବେ’

ମୁମ୍ବାଇ, ୨୫।୫: ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍‌ ପାଇଁ ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଅଫର ଦିଆଯାଇଥିଲା ବୋଲି ଯାହା ଆଲୋଚନା ହେଉଛି ତାହାକୁ ଭାରତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri