Posted inଖେଳ

ଥିରିମାନେ, ସନକାଙ୍କୁ ପାକିସ୍ତାନ ଗସ୍ତର ନେତୃତ୍ୱ

କଲମ୍ବୋ, ୧୧।୯ (ଏଏଫ୍‌ପି): ବହୁଚର୍ଚ୍ଚିତ ପାକିସ୍ତାନ ଗସ୍ତ ଲାଗି ବୁଧବାର ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳ ଘୋଷଣା କରାଯାଇଛି। ଲାହିରୁ ଥିରିମାନେଙ୍କୁ ଦିନିକିଆ ଓ ଦସୁନ ସନକାଙ୍କୁ ଟି୨୦ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ଲସିଥ୍‌ ମାଲିଙ୍ଗା ଓ ଦିମୁଥ କରୁଣାରତ୍ନେଙ୍କ ସମେତ ୧୦ଜଣ ପ୍ରମୁଖ ଶ୍ରୀଲଙ୍କା କ୍ରିକେଟର୍‌ ସୁରକ୍ଷାଜନିତ କାରଣ ଲାଗି ପାକିସ୍ତାନ ଗସ୍ତରୁ ଓହରି ଯାଇଛନ୍ତି। ଦିନିକିଆ ଦଳର ନିୟମିତ ଅଧିନାୟକ କରୁଣାରତ୍ନେ ସୁରକ୍ଷା କାରଣରୁ ଏହି ଗସ୍ତରୁ ଓହରି ଯିବା ଫଳରେ ଥିରିମାନେଙ୍କୁ ତାଙ୍କ ସ୍ଥାନରେ ନୂଆ ନେତୃତ୍ୱ ପ୍ରଦାନ କରାଯାଇଛି। ସେହିଭଳି ଟି୨୦ ଅଧିନାୟକ ମାଲିଙ୍ଗାଙ୍କ ସ୍ଥାନରେ ଦଳର ନେତୃତ୍ୱ ଭାର ସନକାଙ୍କୁ ଦିଆଯାଇଛି। ଏଠାରେ ସ୍ମରଣଯୋଗ୍ୟ, ୨୦୦୯ ମାର୍ଚ୍ଚ ପାକିସ୍ତାନ ଗସ୍ତରେ ଲାହୋରେ ଏକ ଟେଷ୍ଟ ମ୍ୟାଚ୍‌ ସମୟରେ ଶ୍ରୀଲଙ୍କା କ୍ରିକେଟ୍‌ ଖେଳାଳିଙ୍କ ବସ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ବଡ଼ ଧରଣର ଅଘଯଣ ହୋଇ ନ ଥିଲେ ମଧ୍ୟ ସେତେବେଳେ ପାକିସ୍ତାନକୁ ବିଶ୍ୱରେ ବେଶ୍‌ ନିନ୍ଦିତ ହେବାକୁ ପଡ଼ିଥିଲା। ଏହାପରଠାରୁ କୌଣସି ବଡ଼ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଯିବାକୁ ରାଜି ହେଉନାହାନ୍ତି। ମାଲିଙ୍ଗା, କରୁଣାରତ୍ନେଙ୍କ ସମେତ ଥିସାରା ପେରେରା, ଆଞ୍ଜେଲୋ ମାଥ୍ୟୁସ, ନିରୋଶାନ ଡିକ୍‌ଓ୍ବେଲା, କୁସଲ ପେରେରା, ଧନଞ୍ଜୟ ଡି ସିଲ୍‌ଭା, ଅକିଲ ଧନଞ୍ଜୟ, ସୂରଙ୍ଗ ଲାକମଲ ଓ ଦିନେଶ ଚାଣ୍ଡିମାଲ ଚଳିତ ଶ୍ରୀଲଙ୍କା ଦଳରୁ ଓହରି ଯାଇଛନ୍ତି।
ଶ୍ରୀଲଙ୍କା ଦିନିକିଆ ଦଳ: ଲାହିରୁ ଥିରିମାନେ (ଅଧିନାୟକ), ଦନୁସ୍କା ଗୁଣଥିଲକ, ସଦିରା ସମରବିକ୍ରମା, ଅଭିଷ୍କା ଫର୍ନାଣ୍ଡୋ, ଓଶାଡା ଫର୍ନାଣ୍ଡୋ, ଶେହାନ ଜୟସୁରିୟା, ଦସୁନ ଶନକା, ମିନୋଦ ଭାନୁକା, ଆଞ୍ଜେଲୋ ପେରେରା, ଓ୍ବାନିନ୍ଦୁ ହସରଙ୍ଗା, ଲକ୍ଷନ ସନ୍ଦାକନ, ନୁଓ୍ବାନ ପ୍ରଦୀପ, ଇସୁରୁ ଉଦାନା, କସୁନ ରଜିଥା ଓ ଲାହିରୁ କୁମାର।
ଶ୍ରୀଲଙ୍କା ଟି୨୦ ଦଳ: ଦସୁନ ଶନକା (ଅଧିନାୟକ), ଦନୁଷ୍କା ଗୁଣଥିଲକ, ଅଭିଷ୍କା ଫର୍ନାଣ୍ଡୋ, ଓଶାଡା ଫର୍ନାଣ୍ଡୋ, ଶେହାନ ଜୟସୁରିୟା, ଆଞ୍ଜେଲୋ ପେରେରା, ଭାନୁକା ରାଜାପକଶା, ମିନୋଦ ଭାନୁକା, ଲାହିରୁ ମାଦୁଶନକା, ଓ୍ବାନିନ୍ଦୁ ହସରଙ୍ଗା, ଲକ୍ଷନ ସନ୍ଦାକନ, ଇସୁରୁ ଉଦାନା, ନୁଓ୍ବାନ ପ୍ରଦୀପ, କସୁନ ରଜିଥା ଓ ଲାହିରୁ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

ପ୍ରଧାନମନ୍ତ୍ରୀ ମୋଦି, ପୁଟିନ, ଜିନପିଙ୍ଗ… ବ୍ରିକ୍ସ (BRICS)ର ଏକ ଶକ୍ତିଶାଳୀ ଚିତ୍ର, ବିଶ୍ୱ ପାଇଁ ଦେଉଛି ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ,୧୨।୯: ବ୍ରିକ୍ସ (BRICS) ସମ୍ମିଳନୀରୁ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ଆଦର୍ଶ ଛାତ୍ର ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚି…

ତୁମୁଡ଼ିବନ୍ଧ, ୧୨।୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭିକାର…

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?