ଥାନାଜଗିଛି ଅଚଳ ସିସି ଟିଭି କ୍ୟାମେରା

ବାରିପଦା ଅଫିସ,୧୭।୯- ମୟୂରଭଞ୍ଜ ଜିଲାରେ କିଛିଦିନ ହେବ ଅପରାଧ ମାମଲା ବୃଦ୍ଧି ପାଇଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚୋରି ଓ ଡକାୟତି ଭଳି ଅପରାଧ କମିବାର ନାଁ ଧରୁନି। କେବଳ ବାରିପଦା ଟାଉନ ଥାନାରେ ଚଳିତ ବର୍ଷର ୯ ମାସ ମଧ୍ୟରେ ୭୦ରୁ ଅଧିକ ଚୋରି ଓ ଡକାୟତି ଘଟଣା ଘଟିଛି। ଅପରପକ୍ଷରେ ରାଜ୍ୟ ସରକାର ଏବେ ପୋଲିସ ସେବା ବ୍ୟବସ୍ଥାରେ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଥାନାଗୁଡିକର ଭିତ୍ତିଭୂମି ସୁଧାରିବା ସହିତ ଅଧିକାରୀମାନଙ୍କ ସ୍ବଭାବରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି। ଅନ୍ୟପକ୍ଷେ ଜିଲାରେ ପୋଲିସ ସେବାକୁ ଲୋକାଭିମୁଖୀ କରାଯାଇଥିବା ଜିଲା ପୋଲିସ ମୁଖ୍ୟ ବିଭିନ୍ନ ସଭା ସମିତିରେ ଡିଣ୍ଡିମ ପିଟି ବୁଲୁଛନ୍ତିି। ନିକଟରେ ବାରିପଦା ଟାଉନ ଥାନା ସମେତ ଜିଲାର ଅନ୍ୟ ଥାନାଗୁଡିକରେ ସିସି ଟିଭି କ୍ୟାମେରା ଲଗାଇବା ପାଇଁ ଜିଲା ପୋଲିସ ଯୋଜନା କରିଛି। ବାରିପଦା ସହରର ବିଭିନ୍ନ ସ୍ଥାନରେ ସିସି ଟିଭି କ୍ୟାମେରା ଲଗାଯିବା ପାଇଁ ଜିଲା ପୋଲିସ ପକ୍ଷରୁ ସ୍ଥାନ ଚିହ୍ନଟ କରାଯାଇଛି। ବାରିପଦା କୃଷ୍ଣଚନ୍ଦ୍ର ଗୋଲେଇ, ମୁଖ୍ୟ ମାର୍କେଟ, ଟ୍ରାଫିକ ଛକ, ଷ୍ଟାଡିୟମ ଗୋଲେଇ, ମଧୁବନ ଛକ, ମୁର୍ଗାବାଡି ଛକ, ଦାରୋଗାଡାହି ଛକ, ତକତପୁର ଛକ, ପାଳବଣି ଛକ, ପାଳବଣି ବାଇପାସ ଛକ, ପୋଡା ଅସ୍ତିଆ ଛକ, ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଆଦି ସହରର ମୁଖ୍ୟ ରାସ୍ତାଗୁଡିକରେ ସିସି ଟିଭି କ୍ୟାମେରା ଲାଗିବ। ଏହି ସିସି ଟିଭି କ୍ୟାମେରାର ଫୁଟେଜ ମନିଟରିଂ କରିବା ପାଇଁ ଏକ ସ୍ବତନ୍ତ୍ର ସେଲ୍‌ ଖୋଲାଯିବ। ତେବେ ସିସି ଟିଭି କ୍ୟାମେରା ଦ୍ୱାରା ପୋଲିସ କିପରି ଅପରାଧ ନିୟନ୍ତ୍ରଣ କରିବ ତାହା ପ୍ରଶ୍ନବାଚୀ। କାରଣ ବିଶେଷଜ୍ଞଙ୍କ କହିବା ମୁତାବକ ସିସି ଟିଭି କ୍ୟାମେରା ଦ୍ୱାରା ଅପରାଧ ହ୍ରାସ ପାଇବାର କିଛି ପ୍ରମାଣ ନାହିଁ। କେବଳ ଅପରାଧୀଙ୍କୁ ଚିହ୍ନଟ କରିବାରେ ଏହା ସହାୟକ ହୋଇଥାଏ। ଅନ୍ୟପକ୍ଷରେ ବାରିପଦା ସହରର ବସ୍ତି ଅଞ୍ଚଳଗୁଡିକରେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଦୁର୍ଦ୍ଦାନ୍ତ ଅପରାଧୀମାନେ ରହି ଆପରାଧିକ କାର୍ଯ୍ୟକଳାପ ଚଳାଇଛନ୍ତି। କେବଳ ମୁଖ୍ୟ ଛକଗୁଡିକରେ ସିସି ଟିଭି କ୍ୟାମେରା ଲଗାଇଲେ ଅପରାଧ ନିୟନ୍ତ୍ରଣ କିଭଳି ହେବ ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏପରିସ୍ଥଳେ ବାରିପଦା ଟାଉନ ଥାନାରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ଏହା ପ୍ରାୟ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଅଚଳ ହୋଇ ପଡିଛି। ଏହା ପୋଲିସ ବ୍ୟବସ୍ଥାର କାର୍ଯ୍ୟଶୈଳୀ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି। ଏହି ୩ ବର୍ଷ ମଧ୍ୟରେ ୩ରୁ ଊର୍ଦ୍ଧ୍ୱ ଥାନା ଅଧିକାରୀ ଏହି ଥାନାରେ କାର୍ଯ୍ୟ କରିଥିବା ବେଳେ ୪ ଜଣ ଏସପି ଜିଲାରେ କାର୍ଯ୍ୟ କରିସାରିଲେଣି। ମାତ୍ର ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ରାଜ୍ୟ ସରକାର ଥାନାଗୁଡିକର ଭିତ୍ତିଭୂମି ସୁଧାରିବା ପାଇଁ ପଦକ୍ଷେପ ନେବା ପରେ ଜିଲା ପୋଲିସ ତପତ୍ର ହୋଇଉଠିଛି। ଏକ ସ୍ବତନ୍ତ୍ର ଟିମ୍‌କୁ ନେଇ ସହରର ବିଭିନ୍ନ ପ୍ରମୁଖ ଛକ ଓ ଥାନାରେ ସିସି ଟିଭି କ୍ୟାମେରା ଲଗାଇବା ପାଇଁ ସମୀକ୍ଷା କରାଯାଇଥିବା ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ କହିଛନ୍ତି। କେବଳ ବାରିପଦା ସହର ଓ ଟାଉନ ଥାନା ନୁହେଁ ଜିଲାର ସମସ୍ତ ଥାନାରେ ସିସି ଟିଭି କ୍ୟାମେରା ଲଗାଯିବ। ଏଥିପାଇଁ ରାଜ୍ୟ ପୋଲିସ ବିଭାଗକୁ ଜିଲା ପୋଲିସ ପକ୍ଷରୁ ସ୍ବତନ୍ତ୍ର ତଥ୍ୟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri