ଥାଇରଏଡ୍‌କୁ ଆୟତ୍ତ କରନ୍ତୁ ଏହି ଉପାୟରେ

ଥାଇରଏଡ୍‌ ସମସ୍ୟା ସାଧାରଣତଃ ଦୁଇ ପ୍ରକାରର- ହାଇପୋଥାଇରଏଡିଜିମ ଓ ହାଇପର୍‌ଥାଇରଏଡିଜିମ। ଥାଇରଏଡ ଗ୍ଲାଣ୍ଡ୍‌ରେ ସମସ୍ୟା ଯୋଗୁ ଶରୀର ଲାଗି ଆବଶ୍ୟକ ହେଉଥିବା ଥାଇରଏଡ୍‌ ହର୍ମୋନ କ୍ଷରଣ କମିଯିବା ଦ୍ୱାରା ହାଇପୋଥାଇରଏଡିଜିମ ଦେଖାଦିଏ। ହାଇପୋଥାଇରଏଡିଜିମରେ ଥଣ୍ଡା ଲାଗି ରହେ, ତ୍ୱଚା ଶୁଷ୍କ ହୋଇଯାଏ। କୋଷ୍ଠକାଠିନ୍ୟ, ଋତୁସ୍ରାବରେ ସମସ୍ୟା ବି ଲାଗିରହେ। ପୁଷ୍ଟିହୀନତାର କାରଣ ବି ହୁଏ। ସେହିପରି ଥାଇରଏଡ୍‌ ଗ୍ଲାଣ୍ଡ୍‌ରୁ ଅତ୍ୟଧିକ ଥାଇରକ୍ସିନ ହର୍ମୋନ କ୍ଷରଣ ହେବା ଦ୍ୱାରା ହାଇପର୍‌ଥାଇରଏଡିଜିମ ସମସ୍ୟା ଉପୁଜେ। ହାତରୁ ଝାଳ ବାହାରିବା ସହ ଶରୀର ଥରିବା ଭଳି ଲକ୍ଷଣ ଏଥିରେ ପ୍ରକାଶ ପାଏ। ଓଜନ କମିକମି ଆସେ। ଏହି ସମସ୍ୟାର ଉପଚାର ଘରୋଇ ଆୟୁର୍ବେଦିକ ଉପାୟରେ କରାଯାଇପାରିବ ବୋଲି କହନ୍ତି ଆୟୁର୍ବେଦ ଚିକିସତ୍କ ପ୍ରତାପ ଚୌହ୍ବାନ।
+ ସଜନା ଛୁଇଁ ଖାଆନ୍ତୁ। ଏହା ଶରୀରରେ ଅୟୋଡିନ ସ୍ତର ବୃଦ୍ଧିକରି ଓ ଥାଇରଏଡ୍‌ ସମସ୍ୟା ଦୂର କରିଥାଏ।
+ ଥାଇରଏଡ ସମସ୍ୟା ଥିଲେ ଶରୀର ଫୁଲିଯାଏ। ଧନିଆ ଓ ଜିରାର ସିଦ୍ଧଜଳ ସେବନ ଦ୍ୱାରା ଏହା ଭଲ ହୋଇଯାଏ।
+ ଭିଟାମିନ ଡି’ ଅଭାବ ଥାଇରଏଡ ସମସ୍ୟାର କାରଣ। ଏଣୁ ସକାଳେ ଖରାରେ ବସନ୍ତୁ ବା ବୁଲନ୍ତୁ। ସକାଳେ ବ୍ୟାୟାମ କଲେ ଭିଟାମିନ ଡି’ ମିଳିବା ସହ ଥାଇରଏଡ ଗ୍ଲାଣ୍ଡ୍‌ ସକ୍ରିୟ ରହେ ଓ ରୋଗ ପ୍ରତିରୋଧକ ଶକ୍ତି ବି ବୃ୍‌ଦ୍ଧିପାଏ। ଶରୀରରେ କ୍ୟାଲସିିୟମ ସନ୍ତୁଳନ ଠିକ୍‌ ରହେ।
+ ଯେଉଁ ଖାଦ୍ୟରେ ପ୍ରକ୍ରିୟାକୃତ କିମ୍ବା ପ୍ରାକୃତିକ ସୁଗାର ରହିଥିବ ତାହା ଖାଇବା ମନା।
+ ଅଧିକ ଶାଗ ଖାଆନ୍ତୁ । ସେଥିରୁ ଭିଟାମିନ ଏ’ ପାଇବେ। ଆପଲ ଓ କଦଳୀ ଖାଇବା ଉଚିତ।
+ ପାଣିରେ ଖଣ୍ଡେ ଅଦା ପକାଇ ତାହାକୁ ସିଝାଇ ଚା’ ଭଳି ପିଅନ୍ତୁ।
+ କଞ୍ଚା ବ୍ରୋକୋଲି, ଫୁଲକୋବି ଆଦି ଖାଆନ୍ତୁନି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri