ଥମୁନି ହାତୀ ଉପଦ୍ରବ: ମଞ୍ଚାରେ କଟୁଛି ରାତି

କେନ୍ଦୁଝର,୧୪।୮( ସ୍ବ.ପ୍ର.)-ଦିନରେ କଠିନ ପରିଶ୍ରମ ଓ ରାତିରେ ହାତୀ ପାଇଁ ଉଜାଗର । ଏଭଳି କଷ୍ଟ ଯନ୍ତ୍ରଣାରେ ଗରିବ ଚାଷୀ ମାନେ ଦିନ ଓ ରାତି କଟାଉଛନ୍ତି । ହାତୀ ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଧନଜୀବନ ହାନି ଘଟୁଥିବାରୁ ଭୟ ଓ ଆତଙ୍କରେ ଲୋକ ମାନେ ରହୁଛନ୍ତି। ଭୟରେ ଲୋକ ମାନେ ରାତି ଉଜାଗର ହୋଇ ଧନଜୀବନର ସୁରକ୍ଷା ପାଇଁ ହାତୀ ମାନଙ୍କୁ ଘଉଡାଇବାକୁ ଲାଗୁଛନ୍ତି। ଏହି ସମୟରେ ଲଗାଣ ବର୍ଷା ଦାଉ ସାଧୁଛି। ଅନେକ ହାତୀ ଉପଦ୍ରରୁ ଜୀବନ ବଞ୍ଚାଇବାପାଇଁ ଘର ଛାଡି ମଞ୍ଚା ଉପରେ ରାତି କାଟୁଛନ୍ତି । ବୟସ୍କ, ଭିନ୍ନକ୍ଷମ, ଶିଶୁ ତଥା ମହିଳା ମାନେ ବେଶୀ ଅସୁବିଧା ଭୋଗୁଛନ୍ତି। ଏଭଳି ଅବସ୍ଥା ଭୋଗୁଛନ୍ତି ସଦର ରେଞ୍ଜ କୁସୁମିତା ଗାଁର ଭୂୟାଁ ଆଦିବାସୀ ଲୋକ। ଆଖପାଖ ଅଞ୍ଚଳରେ କିଛିଦିନ ହେଲା ୩୦ରୁ ଅଧିକ ହାତୀ ରହୁଛନ୍ତି। ଦିନରେ ଜଙ୍ଗଲରେ ରହୁଛନ୍ତି ଓ ରାତିରେ ଜନବସତି ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । କିଛି ଦିନ ମଧ୍ୟରେ ୨୦ରୁ ଅଧିକ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଫଳରେ ଭୟଭୀତ ହୋଇ ଗାଁର କିଛି ଲୋକ ଗଛ ଉପରେ ମଞ୍ଚା କରି ରହୁଛନ୍ତି । ସେହିପରି ଶଙ୍କାରୀ ଗାଁର କିଛି ଲୋକ ସ୍କୁଲ ଛାତ ଉପରେ ପାଲ ଟାଣି ରାତି କାଟୁଛନ୍ତି। କେନ୍ଦୁଝର ଜିଲାରେ ୧୫୦ରୁ ଅଧିକ ହାତୀ ରହୁଥିବା ବେଳେ ଜଙ୍ଗଲ ଓ ପାହାଡ ତଳି ଆଦିବାସୀ ଗ୍ରାମରେ ସମାନ ସମସ୍ୟା ଲାଗି ରହିଛି। ଦୁଇ ମାସ ଭିତରେ ହାତୀ ଆକ୍ରମଣରେ ୪ ଜଣ ପ୍ରାଣ ହରାଇବା ସହ ୫୦ରୁ ଅଧିକ ଘର ଭାଙ୍ଗିଛି। ହାତୀ ଆତଙ୍କରୁ ବର୍ତ୍ତିବା ପାଇଁ ଚମ୍ପୁଆ, ଯୋଡା, ବଡବିଲ, ଘଟଗାଁ ବ୍ଲକରେ ବହୁ ଲୋକ ଗଛ ଉପରେ ମଞ୍ଚ ବାନ୍ଧି ରହୁଛନ୍ତି । ସେପଟେ ହାତୀ ପଲକୁ ଘଉଡାଇବାକୁ ବନ ବିଭାଗର ଉଦ୍ୟମ ଫେଲ ମାରୁଥିବାରୁ ଅସନ୍ତୋଷ ବଢୁଛି। ହାତୀ ମନେ ଦଳ ଦଳ ହୋଇ ବିଭିନ୍ନ ଅଞ୍ଚଳରେ ବୁଲୁଥିବା ରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ବନ ବିଭାଗ ପାଇଁ ସହଜ ହେଉନାହିଁ। ବର୍ଷା ଯୋଗୁଁ ହାତୀ ମାନଙ୍କ ଗତିପଥ ନଜର କରିବା ଓ ଘଉଡାଇବା ବନବିଭାଗ ପକ୍ଷେ ସମ୍ଭବ ହେଉନାହିଁ। ଏଣୁ ଏଭଳି ପରିସ୍ଥିତିରେ ଉଭୟ ମଣିଷ ଓ ବନ ବିଭାଗ ଅସହାୟ ହୋଇ ପଡିଥିବା ବେଳେ ଭାଗ୍ୟକୁ ଆଦରି ଲୋକମାନେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ହିଂସା: ଉସମାନ ହାଦିଙ୍କ ହତ୍ୟା ପରେ, ଗଣମାଧ୍ୟମ କାର୍ଯ୍ୟାଳୟରେ ନିଆଁ, ୨୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇନଥିଲା ଖବରକାଗଜ

ଢାକା,୨୦।୧୨: ଯୁବ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶର ରାଜଧାନୀ ଢାକାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ଯେତେବେଳେ ଜନତା ଦେଶର ଦୁଇଟି...

ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ

କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...

ଥରୁଛି ଜି. ଉଦୟଗିରି: ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା, ଜାଣନ୍ତୁ କେତେ…

ଜି.ଉଦୟଗିରି ୨୦/୧୨(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ): ରାଜ୍ୟର ଥଣ୍ଡା ସହର ଭାବେ ପରିଚିତ ଉଦୟଗିରିରେ ଦୀର୍ଘ ପନ୍ଦର ଦିନ ହେବ ଶୀତର ଲହର...

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଛୋଟ ଅଳେଇଚ, ଶରୀରରେ ହେବ…

ଅଳେଇଚ ରୋଷେଇ ଘରେ ବ୍ୟବହୃତ ଏକ ବିଶେଷ ମସଲା । ଯାହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଲାଭ...

ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…

ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍‌ନିକ୍‌ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।...

ପାକିସ୍ତାନକୁ ଧନ୍ୟବାଦ ଦେଲା ଆମରିକା, ଖୁସିରେ ଗଦଗଦ ହେଲେ ଶେହବାଜ

ଇସଲାମାବାଦ,୨୦।୧୨: ଗାଜାରେ ଯୁଦ୍ଧ ପରବର୍ତ୍ତୀ ସୁରକ୍ଷା ପ୍ରତିଷ୍ଠା ପାଇଁ ଆମେରିକାର ପ୍ରୟାସ ମଧ୍ୟରେ, ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ପ୍ରକାଶ ପାଇଛି। ପ୍ରସ୍ତାବିତ ଗାଜା...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri