ତ୍ୱଚାର ଗ୍ଲୋ ବଢ଼ାଏ ଅଲିଭ୍‌ ଅଏଲ୍‌

ଲୋ ଫ୍ୟାଟ୍‌ ଡାଏଟ୍‌ରେ ବ୍ୟବହାର ହେଉଥିବାରୁ ଅଲିଭ୍‌ ଅଏଲ୍‌ର ଡିମାଣ୍ଡ ବେଶି। ହେଲେ ଆପଣ ଜାଣନ୍ତିକି ଏଥିରେ ଭରି ରହିଛି ଏଭଳି ଅନେକ ଉପାଦାନ, ଯାହାକି ଆପଣଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଦାନ ସଦୃଶ…

ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଅଲିଭ୍‌ ଅଏଲ୍‌ ବେଶ୍‌ ଉପକାରୀ। ଏଥିରେ ଥିବା ଆଣ୍ଟି ଏଜିଂ ଏବଂ ଆଣ୍ଟି ଇମ୍ଫ୍ଲାମେଟୋରି ଉପାଦାନ ଆଖିର ସୂକ୍ଷ୍ମ ତ୍ୱଚାକୁ ପୋଡ଼ାଜଳା ଏବଂ କୁଞ୍ଚନ ହେବାଠାରୁ ଦୂରେଇ ରଖେ। ଏହାକୁ ବ୍ୟବହାର କଲେ ଆଖିପତା ଓ ଆଇବ୍ରୋ କଳା ଏବଂ ଗହଳ ହୋଇଥାଏ। କାଜଲ୍‌, ଆଇଲାଇନର, ମସ୍କରା ଆଦି ଛଡ଼ାଇବା ପାଇଁ ଅଲିଭ୍‌ ଅଏଲ୍‌ ବ୍ୟବହାର କରିପାରିବେ।
ଓଠ ଅଧିକ ଶୁଷ୍କ ଲାଗିବା, ଫାଟିବା ଏବଂ ଚୋପା ଛାଡ଼ିବା ଭଳି ସମସ୍ୟା ଥିଲେ ଏଣୁତେଣୁ ପ୍ରଡକ୍ଟ ମଧ୍ୟ ବ୍ୟବହାର ନ କରି ଅଲିଭ୍‌ ଅଏଲ୍‌ ଲଗାନ୍ତୁ। ଏଥିରେ ଥିବା ଭିଟାମିନ୍‌ ଇ ଓଠକୁ ନରମ ରଖିବା ସହ ସୂର୍ଯ୍ୟ କିରଣରୁ ଆସୁଥିବା କ୍ଷତିକାରକ ରଶ୍ମିରୁ ସୁରକ୍ଷା ଦେଇଥାଏ।
ଯଦି ଆପଣଙ୍କ ତ୍ୱଚା ଶୁଷ୍କ ଏବଂ ଆପଣ ନିୟମିତ ଅନ୍ତରାଳରେ ସ୍ପା କରାଇ ପାରୁନାହାନ୍ତି, ତେବେ ଏହାର ସବୁଠୁ ଭଲ ବିକଳ୍ପ ହେଉଛି ଅଲିଭ୍‌ ଅଏଲ୍‌। ଏଥିରେ ଅଳ୍ପ ସମୁଦ୍ର ଲୁଣ ମିଶାଇ ମୁହଁକୁ ଧୀରେ ଧୀରେ ମସାଜ୍‌ କଲେ ଶୁଷ୍କ ମୃତ କୋଷିକା ବାହାରିଯିବା ଦ୍ୱାରା ତ୍ୱଚା କୋମଳ ଏବଂ ଚିକ୍କଣ ରହିବ।
ଗୋଟିଏ ଅଣ୍ଡା କେଶରରେ ଏକ ଚାମଚ ଅଲିଭ୍‌ ଅଏଲ୍‌ ମିଶାଇ କେଶରେ ଲଗାନ୍ତୁ। ଏହା ରୁକ୍ଷ ବା ଡ୍ରାଏ କେଶକୁ ମଶ୍ଚରାଇଜ୍‌ କରି ରଖିବା ସହ ମଜଭୁତ ଏବଂ ଚମକଦାର କରିଥାଏ। ଶାମ୍ପୁ କରିବା ପରେ କଣ୍ଡିଶନର ସହ ଅଲିଭ୍‌ ଅଏଲ୍‌ ମିଶାଇ ଲଗାଇଲେ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri